
ପୁଣେ : ପୁଣେର ଏକ ବ୍ୟସ୍ତବହୁଳ ରାସ୍ତା ଉପରେ ଗତକାଲି ଏକ ବଡ଼ ହୋର୍ଡ଼ିଂ ପଡ଼ି ଯିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି।
ମୃତକମାନେ ହେଲେ ଶିବାଜୀ ଦେଭିଦାସ ପରେଦେଶୀ (୪୦), ଭୀମରାଓ ଗଙ୍ଗାଧର କାସର (୪୭), ଶାମ ରାଜାରାମ ଧୋତ୍ରେ (୪୮) ଓ ଜାବେଦ ମସିବୁଦ୍ଧିନ୍ ଖାନ୍(୪୯)।
ଏହି ହୋର୍ଡ଼ିଂ ସେଠାରେ ବେଆଇନ୍ ଭାବେ ଲାଗି ଥିଲା। ହୋର୍ଡ଼ିଂଟିକୁ ଶ୍ରମିକମାନେ ସ୍ଥାନାନ୍ତର କରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ହୋର୍ଡ଼ିଂ ପଡ଼ିବା ଦ୍ୱାରା ସେହି ରାସ୍ତାରେ ଅନେକ ସମୟ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବନ୍ଦ ହୋଇ ଯାଇଥିଲା।
ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି,“ପ୍ରାୟ ୬ଟି ଅଟୋ, ଦୁଇଟି ମଟର ସାଇକେଲ ଓ ଗୋଟିଏ କାର୍ ହୋର୍ଡ଼ିଂ ତଳେ ଫସି ଯାଇଥିଲେ। ଶ୍ରମିକମାନେ ରଶି ଲଗାଇ ହୋର୍ଡ଼ିଂକୁ ଟାଣିବାକୁ ଚେଷ୍ଟା କରୁଥିଲେ। ହେଲେ ଏହା ନିୟନ୍ତ୍ରଣ ହରାଇ ରାସ୍ତା ଉପରେ ପଡ଼ି ଯାଇଥିଲା।”
ଏହି ଘଟଣାରେ ପୁଲିସ୍ ଦୁଇ ଜଣ ଠିକାଦାରଙ୍କ ବିରୋଧରେ ମାମଲା ରୁଜୁ କରିଛି।
ହୋର୍ଡ଼ିଂଟି ରେଳବାଇର ଥିଲା ଓ ଏହା ରେଳବାଇ ଅଫିସ୍ ପରିସରରେ ଲାଗିଥିଲା।
ରେଳବାଇ ପକ୍ଷରୁ ମୃତକଙ୍କ ପରିବାରବର୍ଗକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି। ଏଥିସହ ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କା ଓ ସାମାନ୍ୟ ଆହତ ହୋଇଥିବା ଲୋକଙ୍କୁ ୫୦ ହଜାର ଟଙ୍କା ଦେବାକୁ ଘୋଷଣା କରିଛି ରେଳବାଇ।
Watch #Video of the illegal oversized hoarding frame which collapsed in Pune killing three. https://t.co/dkVhKQdRmo pic.twitter.com/iAZDEFPfc3
— The Indian Express (@IndianExpress) October 6, 2018
from Odisha Reporter https://ift.tt/2E32Y4h
No comments:
Post a Comment