ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସାଇନ୍ ଡାଏ, ହଷ୍ଟେଲ୍ ଖାଲି କରିବାକୁ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସାଇନ୍ ଡାଏ, ହଷ୍ଟେଲ୍ ଖାଲି କରିବାକୁ ନିର୍ଦ୍ଦେଶ

bteedd

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆଜି ସାଇନ୍ ଡାଏ ଘୋଷଣା କରାଯାଇଛି। ଛାତ୍ର ଅଶାନ୍ତି ଯୋଗୁ କଲେଜ କର୍ତ୍ତୃପକ୍ଷ ଏହି ଘୋଷଣା କରିଛନ୍ତି।

ଆଜି ସକାଳ ୧୦ଟା ସୁଦ୍ଧା ହଷ୍ଟେଲ୍ ଖାଲି କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।  ଏହି ନିର୍ଦ୍ଦେଶ ପରେ  ଛାତ୍ରଛାତ୍ରୀମାନେ ହଷ୍ଟେଲ ଛାଡ଼ି ଯାଉଥିବା  ଦେଖିବାକୁ ମିଳିଛି

ଛାତ୍ର ଅଶାନ୍ତି ପରେ ଗତକାଲି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବାତିଲ୍ କରାଯାଇଥିଲା।

ସାଧାରଣ ସମ୍ପାଦକ ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିବା ଅଜିତ କୁମାର ସ୍ୱାଇଁ ନାମକ ଜଣେ ଛାତ୍ରଙ୍କ ପ୍ରାର୍ଥୀତ୍ୱ ନାକଚ ହେବା ପରେ କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଥିଲା।

ଉତ୍ତ୍ୟକ୍ତ ଛାତ୍ର ଗୋଷ୍ଠୀ ପିଜି କାଉନସିଲ୍ ଅଧ୍ୟକ୍ଷଙ୍କ ଅଫିସ୍ ଭିତରେ ଭଙ୍ଗାରୁଜା କରିବା ସହ ଭିସିଙ୍କ ସରକାରୀ ବାସଭବନ ଆଗରେ ଧାରଣା ଦେଇଥିଲେ।

ସଂପୃକ୍ତ ଛାତ୍ର ଗୋଷ୍ଠୀଙ୍କ ସହ ପୁଲିସ୍ ପ୍ରଶାସନ ଏବଂ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଲୋଚନା କରିଥିଲେ ବି, ଉତ୍ତେଜନା ଦେଖାଦେଇଥିବାରୁ ଶେଷରେ ନିର୍ବାଚନକୁ ବାତିଲ୍ କରାଯାଇଥିଲା।



from Odisha Reporter https://ift.tt/2Rqf89M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages