ଠିକା କମ୍ପାନୀ ନାଁରେ ଚୋରି ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 27, 2018

ଠିକା କମ୍ପାନୀ ନାଁରେ ଚୋରି ଅଭିଯୋଗ

trttyyyy

ବରଗଡ଼(ଓଡ଼ିଶା ରିପୋର୍ଟର): ବଡ଼ କମ୍ପାନୀର କାମ ହାତକୁ ନେଇଛନ୍ତି। ହେଲେ କାମ ପୂରା ବେଆଇନ୍‌ରେ ଚଳାଇଛନ୍ତି। ଦିନ ଦ୍ୱିପ୍ରହରରେ ସମସ୍ତଙ୍କ ଆଖିରେ ଧୂଳି ଦେଇ ଚୋରି କରିବାରେ ମାତିଛନ୍ତି। ଏମିତି ଏକ ଅଭିଯୋଗ ବରଗଡ଼ ଜିଲ୍ଲା ଇଥାନଲ ପ୍ଲାଣ୍ଟ ନିର୍ମାଣ ପାଇଁ ଠିକା ନେଇଥିବା ସଂସ୍ଥା ବିରୋଧରେ ଆସିଛି। ଠିକା ସଂସ୍ଥାଟି ହେଲା ମୁମ୍ବାଇର ବିଜୟା ବିଲ୍ଡର୍ସ।
ବାଲି, ପଥରଠାରୁ ଆରମ୍ଭ କରି ପାଣି ପର୍ଯ୍ୟନ୍ତ ଏହି ସଂସ୍ଥା ଚୋରି କରୁଛି ବୋଲି ଅଭିଯୋଗ ହୋଇଛି।

ସଂସ୍ଥା ଚାଷ ଜମିରେ ଥିବା ଗଭୀର ନଳକୂପରୁ ପାଣି ଓ ପାଖରେ ଥିବା ନଦୀରୁ ବେଆଇନ ଭାବେ ବାଲି ଉଠାଉ ଥିବା ଅଭିଯୋଗ ହେଉଛି। ସେହିପରି ଅମ୍ବାଭୋନା ବ୍ଲକ ସମ୍ବଲପୁରୀ ଗାଁରେ ଥିବା ପଥର ଖାଦାନରୁ ବେଆଇନ ଭାବେ ପଥର ନେଉଥିବା ମଧ୍ୟ ଅଭିଯୋଗ ହେଉଛି।

ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଘଟଣା ପଦାକୁ ଆସିବା ପରେ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଡେଟ (ବିପିସିଏଲ୍‌)ର ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହାସହ ଅନୁମତି ନମିଳିବା ଯାଏ କାର୍ଯ୍ୟବନ୍ଦ ରହିବ ବୋଲି ବିପିସିଏଲ ଅଧିକାରୀ କହିଛନ୍ତି।

ଘଟଣାର ତଦନ୍ତ ହେବ ଓ ରିପୋର୍ଟ ଆସିବା ପରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।



from Odisha Reporter https://ift.tt/2qhmeRL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages