
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଧିକାଂଶ ଖାଦ୍ୟରେ ଆଲୁର ବ୍ୟବହାର କରାଯାଇଥାଏ। ସିଝା ଆଳୁ ଖାଇବା ଶରୀର ପାଇଁ ଭଲ ହୋଇଥାଏ କାରଣ ଏଥିରେ କାର୍ବୋହାଇଡ୍ରେଡ୍ ରହିଥାଏ। ଯାହା ସହଜରେ ହଜମ ହୋଇଯାଇଥାଏ। ଆଳୁକୁ କେବଳ ଖାଇବା ପାଇଁ ନୁହେଁ, ତ୍ୱଚା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ତ୍ୱଚା ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ।
ଆପଣ ବି ଆଳୁ ବ୍ୟବହାର କରୁଥିବେ। ହେଲେ ଏହାକୁ ଫ୍ରିଜ୍ରେ ରଖି ଖାଇବା ଓ ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଲୋକମାନେ ସମୟ ଅଭାବ ଯୋଗୁ ଅନେକ ସମୟରେ ସିଝା ଆଳୁ କିମ୍ୱା ଆଳୁରୁ ପ୍ରସ୍ତୁତ ଦ୍ରବ୍ୟକୁ ଫ୍ରିଜ୍ରେ ରଖି ଦେଇଥାନ୍ତି। ଯଦି ଆପଣ ଏପରି କରୁଛନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ।
ଯେବେ ଆପଣ ଆଳୁକୁ ଫ୍ରିଜ୍ରେ ରଖିଥାନ୍ତି, ତାପମାତ୍ରା କମ୍ ହେବା ଯୋଗୁ ଆଳୁରେ ଥିବା ଭିଟାମିନ୍ ଓ ପୋଷକ ତତ୍ତ୍ୱ ପ୍ରଭାବିତ ହୋଇଥାଏ। ଏହାପରେ ଆପଣ ସେହି ଆଳୁରେ କୌଣସି ଦ୍ରବ୍ୟ ତିଆରି କରିବା ସମୟରେ ଆଳୁ ଏମିନୋଏସିଡ୍ ସହିତ ମିଶି ଏକ୍ରିଲାମାଇଲଡ୍ ନାମକ କେମିକାଲ୍ ଉତ୍ପାଦନ କରିଥାଏ। ଯାହା ଯୋଗୁ କ୍ୟାନସର୍ ହୋଇଥାଏ।
ଏକ୍ରିଲାମାଇଲଡ୍ କେମିକାଲ୍ର ବ୍ୟବହାର କାଗଜ ଏବଂ ପ୍ଲାଷ୍ଟିକ୍ ତିଆରି ପାଇଁ କରାଯାଇଥାଏ। ଏହା ସହିତ ପାଣିକୁ ସଫା କରିବା ପାଇଁ ଏହି ଏସିଡ୍ର ବ୍ୟବହାର କରାଯାଇଥାଏ।
ଯେତେବେଳେ ଫ୍ରିଜ୍ରେ ରଖାଯାଇଥିବା କୌଣସି ଖାଦ୍ୟପଦାର୍ଥକୁ ଉଚ୍ଚ ତାପମାତ୍ରାରେ ଗରମ କିମ୍ୱା ଭଜା କରାଯାଇଥାଏ, ସେହି ସମୟରେ ଏହି କେମିକାଲ୍ର ଉତ୍ପାଦନ ହୋଇଥାଏ।
ଆଳୁରେ ଏହି କେମିକାଲ୍ର ପ୍ରଭାବକୁ କମ୍ କରିବା ପାଇଁ ଆଳୁକୁ ସର୍ବଦା ଫ୍ରିଜ୍ ବାହାରେ ରଖନ୍ତୁ।
from Odisha Reporter https://ift.tt/2CKu1Pu
No comments:
Post a Comment