ସୈଫ୍‌-କରୀନାଙ୍କ ପୁଅର ‘ଆୟା’ଙ୍କ ମାସିକ ଦରମା ଜାଣିଛନ୍ତି, ମୁଣ୍ଡରେ ହାତ ଦେବେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ସୈଫ୍‌-କରୀନାଙ୍କ ପୁଅର ‘ଆୟା’ଙ୍କ ମାସିକ ଦରମା ଜାଣିଛନ୍ତି, ମୁଣ୍ଡରେ ହାତ ଦେବେ!

Untitled-2

ମୁମ୍ବାଇ: କରୀନା କପୁର ଓ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଲାଡ୍‌ଲା ତୈମୁର ଅଲ୍ଲୀ ଖାନ୍‌ ପଟୌଦୀ ବଲିଉଡ୍‌ର ସବୁଠୁ ଲୋକପ୍ରିୟ ଷ୍ଟାର୍‌କିଡ୍‌ଙ୍କ ମଧ୍ୟରୁ ଜଣେ। ତାଙ୍କ ଉପରେ ଗଣମାଧ୍ୟମର ସବୁବେଳେ ନଜର। ବାପା ମା’ଙ୍କ ପରି ତୈମୁର୍‌ ମଧ୍ୟ ନିଜ ଷ୍ଟାର୍‌ଡମ୍‌ ଦେଖାଇବାରେ ଖୁବ୍‌ ମାହିର୍‌। କ୍ୟାମେରା ତାଙ୍କ ଉପରେ ପଡ଼ିବା ମାତ୍ରେ ସେ ପୋଜ୍‌ ଦେବାକୁ ପଛାନ୍ତି ନାହିଁ।

ତେବେ ଏହି ଷ୍ଟାର୍‌କିଡ୍‌ଙ୍କ ଦେଖାଶୁଣା କରୁଥିବା ‘ନାନୀ’ ବା ‘ଆୟା’ଙ୍କ ଷ୍ଟାର୍‌ଡମ୍‌ ବି କିଛି କମ୍‌ ନୁହେଁ। ସୋଶାଲ୍‌ ମିଡିଆରେ ଏହି ‘ନାନୀ'(ଆୟା) ଖୁବ୍ ଫେମସ୍‌ ଏବଂ ଚାଙ୍କର ନିଜସ୍ୱ ଫ୍ୟାନ୍‌ ପେଜ୍‌ ମଧ୍ୟ ଅଛି।

nanyତେବେ ଏହି ‘ଷ୍ଟାର୍‌ ଆୟା’ଙ୍କ ମାସିକ ଦରମା ଶୁଣିଲେ ଖାଲି ଆପଣ ନୁହନ୍ତି, ବିଭିନ୍ନ ସେକ୍ଟର୍‌ରେ କାମ କରୁଥିବା ବହୁ ପ୍ରଫେସନାଲ୍‌ ବି ମୁଣ୍ଡରେ ହାତ ଦେଇଦେବେ।

ତୈମୁରଙ୍କ ଯତ୍ନ ନେବା ପାଇଁ ଦିନର ଅଧିକାଂଶ ସମୟ ଜୁନିଅର୍‌ ନୱାବ୍‌ଙ୍କ ସହ ରହୁଥିବା ଏହି ‘ଆୟା'(ନାନୀ) ମାସକୁ ଦେଢ଼ ଲକ୍ଷ ଟଙ୍କା ଦରମା ନେଉଛନ୍ତି। ଖାଲି ଏତିକି ନୁହେଁ, ଓଭର୍ ଟାଇମ୍ ଡ୍ୟୁଟିରେ ରହିଲେ, ତାଙ୍କୁ ଅଧିକ ଟଙ୍କା ମିଳୁଛି। ଗୋଟେ ଗୋଟେ ମାସରେ ଓଭର୍ ଟାଇମ୍‌କୁ ମିଶାଇ ତାଙ୍କ ଦରମା ୧ ଲକ୍ଷ ୭୫ ହଜାରକୁ ଟପି ଯାଉଛି। ଏପରିକି ବିଦେଶ ଗସ୍ତବେଳେ ତାଙ୍କ ଗସ୍ତ ଖର୍ଚ୍ଚ ବାଦ୍‌ ସେ ଅଧିକ ଦରମା ବି ପାଉଛନ୍ତି। ଏହା ସହିତ ତୈମୁର୍‌ଙ୍କୁ ବାନ୍ଦ୍ରା ଆଖପାଖରେ ବୁଲାଇବା ପାଇଁ ସୈଫ୍‌ଙ୍କ ପରିବାର ପକ୍ଷରୁ ତାଙ୍କୁ ଏକ ଦାମୀ ଗାଡ଼ି ବି ମିଳିଛି।

ଏହି ହାଇପ୍ରୋଫାଇଲ୍‌ ‘ଆୟା’ଙ୍କୁ ଜୁହୁରେ ଥିବା ଏକ ଦାମୀ ଏଜେନ୍ସୀ କରୀନାଙ୍କୁ ଯୋଗାଇଛି। ଏହି ଏଜେନ୍ସୀ ସୈଫ୍‌ଙ୍କ ଭଉଣୀ ସୋହା ଅଲ୍ଲୀ ଖାନ୍‌ ଓ ତୁଷାର୍‌ କପୁରଙ୍କ ପାଇଁ ମଧ୍ୟ ଘରୋଇ ଆୟା ଯୋଗାଡ଼ କରି ଦେଇଛି।



from Odisha Reporter https://ift.tt/2Q7qy10

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages