ପାନରେ ରହିଛି ଏହି ସବୁ ଔଷଧୀୟ ଗୁଣ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ପାନରେ ରହିଛି ଏହି ସବୁ ଔଷଧୀୟ ଗୁଣ  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ପାନ ଖାଇବାକୁ ଭାରି ଭଲ ପାଆନ୍ତି। ଖାଲି ଖାଇବା ନୁହେଁ, ହିନ୍ଦୁ ଧର୍ମରେ ଏହାକୁ ପବିତ୍ରତାର ପ୍ରତୀକ ବୋଲି ମଧ୍ୟ କୁହାଯାଇଛି। ବିଭିନ୍ନ ଶୁଭ କାମରେ ଏହାର ବ୍ୟବହାର କରାଯାଏ। ଏପରିକି ଶ୍ରୀ ଜଗନ୍ନାଥଙ୍କଠାରେ ମଧ୍ୟ ପ୍ରତିଦିନ ପାନ ଲାଗି ହୋଇଥାଏ।

ହେଲେ ଆପଣ ହୁଏତ ଜାଣି ନ ଥିବେ, ପାଟିକୁ ସୁଆଦିଆ ଲାଗୁଥିବା ପାନ ପତ୍ରରେ ରହିଛି ଅନେକ ଔଷଧୀୟ ଗୁଣ। ଯାହା ଶରୀରର ବହୁ ରୋଗ ଭଲ କରିଦିଏ।

ଆସନ୍ତୁ ଜାଣିବା, ସ୍ୱାସ୍ଥ୍ୟ ପାଇଁ ପାନ ପତ୍ରର ଉପକାରିତା ସମ୍ପର୍କରେ।

  • ପାନ ଖାଇଲେ ପେଟ ସଫା ରହେ। ପାନ ରସ ସହିତ ଶୁଣ୍ଠି ଓ ହରିଡ଼ା ଗୁଣ୍ଡ ମିଶାଇ ପ୍ରତିଦିନ ଖାଇଲେ ଶରୀରକୁ ଲାଭ ମିଳିଥାଏ। କେବଳ ଏତିକି ନୁହେଁ, ଯଦି ଆପଣଙ୍କର ପେଟ ଦରଜ ହେଉଥାଏ, ତେବେ କିଛି ଗୋଲମରିଚକୁ ଭାଜି ଏହାକୁ ପାନରେ ଦେଇ ଖାଆନ୍ତୁ କିମ୍ବା ଏକ ଚାମଚ ପାନରସରେ ଜୁଆଣି ଚୂର୍ଣ୍ଣ ଓ ଅଦାରସ ମିଶାଇ ସେବନ କରନ୍ତୁ, ପେଟ ଦରଜରୁ ମୁକ୍ତି ମିଳିବ।
  • ପାନପତ୍ର ରସ ସହ ଅଦା ରସ ମିଶାଇ ଦିନକୁ ଦୁଇରୁ ତିନିଥର ତିନିଦିନ ଯାଏ ସେବନ କଲେ ଶ୍ୱାସ, କାଶ, ଥଣ୍ଡା ଏବଂ ତଣ୍ଟି ପଡ଼ିବା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।  ସେହିପରି ପାନ ରସ ସହ ମହୁ ମିଶାଇ ପିଲାଙ୍କୁ ଚଟାଇଲେ ଦୁଇ ତିନିଦିନ ମଧ୍ୟରେ ସେମାନଙ୍କର ଥଣ୍ଡା, କାଶ ସମ୍ପୂର୍ଣ୍ଣ ଭଲ ହୋଇ ଯାଏ।
  • ଯଦି ଛାତିରେ କଫ ଜମିଛି, ତେବେ ତିନି ଚାରିଟି ପାନ ପତ୍ରକୁ ଗରମ କରି ଛାତିରେ ଲେପ ଦିଅନ୍ତୁ।
  • ପାନ ସହିତ ଗୋଲମରିଚ ବାଟି ପିଇଲେ ଖାଦ୍ୟ ସହଜରେ ହଜମ ହୁଏ। ଏହାବ୍ୟତୀତ ପାନ ସହିତ ଜୁଆଣି ମିଶାଇ ଚୋବାଇ ଖାଇଲେ ମଧ୍ୟ ଖାଦ୍ୟ ହଜମ ହୋଇଥାଏ। ଆସିଡିଟି କାରଣରୁ ଛାତି ଜଳାପୋଡ଼ା ହେଲେ, ପାନରସ ସହିତ ଅଦାରସ ମିଶାଇ ସେବନ କରନ୍ତୁ।
  • ଯଦି ଗାଡ଼ିରେ ଯାତ୍ରା କଲାବେଳେ ବାନ୍ତି ଲାଗୁଥାଏ, ତେବେ ଗାଡ଼ିରେ ବସିବା ପୂର୍ବରୁ ପାନ ପତ୍ରକୁ ଛେଚି କଳରେ ଜାକି ଦିଅନ୍ତୁ, ଆଉ ବାନ୍ତି ଲାଗିବ ନାହିଁ।
  • ଶିଶୁର ଝାଡ଼ା ବନ୍ଦ ହୋଇଗଲେ, ପାନ ଡେମ୍ଫରୁ ଉପର ଚୋପା ଛଡ଼ାଇ ସେଥିରେ ଜଡ଼ା ତେଲ ମାରି ମଳ ଦ୍ୱାରରେ ଦେଲେ ପିଲାମାନଙ୍କର ଝାଡ଼ା ସଫା ହୋଇଥାଏ ।
  • ପାନ ଓ ଗୋଲାପ ଫୁଲକୁ ପାଣିରେ ସିଝାଇ, ସେଥିରୁ ବାହାରୁ ଥିବା ବାମ୍ଫରେ ମୁହଁ ଦେଖାଇଲେ ମାତ୍ର ଗୋଟିଏ ସପ୍ତାହ ଭିତରେ ମୁହଁ ବ୍ରଣ ଭଲ ହୋଇଯାଏ।
  • ଯଦି ଆପଣଙ୍କର ମୁଣ୍ଡ ବିନ୍ଧା ହେଉଥାଏ, ତେବେ ପାନ ପତ୍ରକୁ ଉଷୁମ କରି ଏହାକୁ କପାଳରେ ଲଗାଇ ଏକ କପଡ଼ାରେ ଚାପି ରଖିଲେ ମୁଣ୍ଡବିନ୍ଧା ଭଲ ହୋଇଯାଏ।
  • ପାନ ପତ୍ର ରସକୁ ଉଷୁମ କରି ଏହାର ରସକୁ କାନରେ ପକାଇଲେ କାନ ବିନ୍ଧାରୁ ମଧ୍ୟ ଉପଶମ ମିଳିଥାଏ।
  • ପୋକରା ଦାନ୍ତରେ ଯନ୍ତ୍ରଣା ହେଉଥିଲେ, ପାନ ଡେମ୍ଫ ଏବଂ କର୍ପୂରକୁ ଏକାଠି ବାଟି ଦାନ୍ତରେ ଲଗାଇଲେ ଦାନ୍ତ ବିନ୍ଧାରୁ ଆରାମ ମିଳେ। ଏହାବ୍ୟତୀତ ପାନରେ କିଛି ଗୁଜୁରାତି, ଲବଙ୍ଗ ଓ ମହୁ ଦେଇ ଖାଇଲେ, ମୁଖ ଦୁର୍ଗନ୍ଧ ଦୂର ହୋଇଥାଏ।
  • ଶରୀରରେ କୌଣସି ସ୍ଥାନରେ ବଥ ହୋଇଥିଲେ, ପାନ ପତ୍ରରେ ଘିଅ ମାରି ଉଷୁମ କରି ବଥ ଉପରେ ପଟି ବାନ୍ଧିଲେ ଏହା ଫାଟିଯାଏ ଏବଂ ପୁଜ ସବୁ ବାହାରି ଯାଏ।


from Odisha Reporter https://ift.tt/2qjRhMR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages