ବାହାଘର କାର୍ଡ ପାଇଁ ଟ୍ରଲ ହେଲେ ଦୀପିକା ରଣବୀର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 22, 2018

ବାହାଘର କାର୍ଡ ପାଇଁ ଟ୍ରଲ ହେଲେ ଦୀପିକା ରଣବୀର

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ପ୍ରେମୀ ଯୁଗଳ ଅଭିନେତା ରଣବୀର୍‌ ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ସେମାନଙ୍କ ବିବାହ ତାରିଖ ବିଧିବଦ୍ଧ ଘୋଷଣା କରିଛନ୍ତି। ତାଙ୍କ ବାହାଘର ଚଳିତ ବର୍ଷ ନଭେମ୍ବର ୧୪ ଓ ୧୫ ତାରିଖକୁ ଧାର୍ଯ୍ୟ ହୋଇଛି। ଦୁହେଁ ସୋଶାଲ ମିଡିଆରେ ନିଜ ବାହାଘରର ନିମନ୍ତ୍ରଣ ପତ୍ର ଶେଆର କରି ବାହାଘର ବିଷୟରେ ଜଣାଇଛନ୍ତି।

ହେଲେ ବାହାଘର ଆଗରୁ ଏହି କାର୍ଡ ପାଇଁ ହଟହଟା ହୋଇଛନ୍ତି ଦୀପିକା। କାର୍ଡରେ ବନାନଗତ ତ୍ରୁଟି ତାଙ୍କୁ ଅଡୁଆରେ ପକାଇଛି। କାର୍ଡଟି ଉଭୟ ଇଂରାଜୀ ଓ ହିନ୍ଦୀରେ ଛପା ଯାଇଛି। ଆଉ ଉଭୟ କାର୍ଡ୍‌କୁ ସେମାନେ ସେଶାଲ୍‌ ମିଡିଆରେ ଶେଆର କରିଛନ୍ତି। ଯାହାକୁ ଦେଖି କିଛି ଫ୍ୟାନ୍‌ ପ୍ରଶଂସା କରୁଥିବା ବେଳ କିଛି ତାଙ୍କର ଭୁଲ୍‌ପାଇଁ ତାଙ୍କୁ ଟ୍ରଲ କରିବା ଆରମ୍ଭ କରିଦେଇଛନ୍ତି।

ଦୀପିକା ଓ ରଣବୀର ଯେଉଁ ହିନ୍ଦୀ କାର୍ଡ ଜାରି କରିଛନ୍ତି, ସେଥିରେ ସେ ତାଙ୍କ ନାଁର ବନାନ ଅଶୁଦ୍ଧ କରି ଲେଖିଛନ୍ତି। କାର୍ଡ୍‌ରେ ‘ଦୀପିକା’ ଯାଗାରେ ‘ଦୀପୀକା’ ଲେଖା ହୋଇଛି।  ଏହି କଥା ପାଇଁ ଟ୍ୱିଟରରେ ତାଙ୍କୁ ଟ୍ରଲ କରାଯାଉଛି। ଏହା ଛଡ଼ା ‘କି’ ଓ ‘କୀ’ ରେ ବି ଭୁଲ୍‌ ହୋଇଛି।  ଏହା ଛଡ଼ା ବାହାଘର ପାଇଁ ଦୁଇଟି ଅଲଗା ଅଲଗା ତାରିଖ ସ୍ଥିର ହୋଇଛି, ଯେବେକି ବାହାଘର କୌଣସି ଗୋଟିଏ ଦିନରେ ହେବ।

ଜଣେ ବ୍ୟକ୍ତି କମେଣ୍ଟ କରି ଲେଖିଛନ୍ତି, ୧୪ ଓ ୧୫ରେ ବାହାଘର ତେବେ ଗୋଟିଏ ଦିନ ଦୀପିକା ଓ ଅନ୍ୟ ଦିନ ରଣ୍‌ବୀର ବୋଧହୂଏ ବାହାହେବେ।

ଆଉ ଜଣେ ବ୍ୟକ୍ତି ତାଙ୍କୁ ସୋଶାଲ୍‌ ମିଡିଆ ମ୍ୟାନେଜରଙ୍କୁ କାମକୁ ବାହାର କରିଦେବାକୁ ବି କହିଛନ୍ତି।

ରିପୋର୍ଟ ମୁତାବକ ଦୁହେଁ ବାହାର ପାଇଁ ଇଟାଲୀର ‘ଲେକ୍‌ କୋମୋ’ରେ ଭେନ୍ୟୁ ଫାଇନାଲ୍‌ କରିଛନ୍ତି।



from Odisha Reporter https://ift.tt/2q0Csyy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages