ଅମୃତ ଭଣ୍ଡା ହାଲୱାର ସ୍ୱାଦ ନିଆରା, ଏଇ ଦୀପାବଳିରେ ଘରେ ପ୍ରସ୍ତୁତ କରନ୍ତୁ ଓ ମଜା ନିଅନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 25, 2018

ଅମୃତ ଭଣ୍ଡା ହାଲୱାର ସ୍ୱାଦ ନିଆରା, ଏଇ ଦୀପାବଳିରେ ଘରେ ପ୍ରସ୍ତୁତ କରନ୍ତୁ ଓ ମଜା ନିଅନ୍ତୁ

ଆଗକୁ ଆସୁଛି ଦୀପାବଳି। ଦୀପାବଳୀରେ ବାଣ ଫୁଟାଇ ଓ ବନ୍ଧୁମିଳନ ସହ ଏଥର ନାନା ପ୍ରକାରର ମିଠାର ମଜା ମଧ୍ୟ ନିଅନ୍ତୁ। ତା’ ସହିତ ଆଜି ଆମେ ଆପଣଙ୍କୁ ଅମୃତଭଣ୍ଡା ହାଲୱା ତିଆରି କରିବା ଶିଖାଇବୁ। ଏହାକୁ ଆପଣ ଦୀପାବଳିରେ ସେଲିବ୍ରେସନ୍‌ରେ ସାମିଲ କରିପାରିବେ। ଆଉ ପରିବାର ଓ ବନ୍ଧୁଙ୍କୁ ଖୁଆଇ ପୂଜାର ମଜା ଦୁଇଗୁଣ କରିପାରିବେ। ତେବେ ଚାଲନ୍ତୁ ଜାଣିବା ଅମୃତଭଣ୍ଡା ହାଲୱା  କେମିତି ତିଆରି ହୁଏ।

ଆବଶ୍ୟକ ସାମଗ୍ରୀ: କଞ୍ଚା ଅମୃତଭଣ୍ଡା, ଚିନି, କ୍ଷୀର, ଘିଅ, କାଜୁ, କିସ୍‌ମିସ୍‌ ଓ ଗୁଜୁରାତି

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅମୃତଭଣ୍ଡାଗୁଡ଼ିକୁ ଭଲ ଭାବେ ଧୋଇ ଚୋପା ଛଡ଼ାଇ ଦିଅନ୍ତୁ। ବର୍ତ୍ତମାନ ଏହାକୁ କୋରି କିମ୍ବା କଦୁକସ୍‌ କରି ରଖନ୍ତୁ। ଏବେ ଏକ କଡ଼େଇରେ ଘିଅ ଗରମ କରି କଦୁକସ୍‌ ହୋଇଥିବା ଅମୃତଭଣ୍ଡା ପକାଇ ଭାଜନ୍ତୁ।

ଏହା ଟିକେ ଭାଜି ହୋଇ ଆସିଲେ, ଏଥିରେ କ୍ଷୀର ମିଶାନ୍ତୁ। କ୍ଷୀର ଫୁଟିଗଲେ ଏଥିରେ ଚିନି, ଗୁଜୁରାତି ଗୁଣ୍ଡ, କାଜୁ ଓ କିସ୍‌ମିସ୍‌ ପକାନ୍ତୁ। ଏହାକୁ କଛି ସମୟ କମ୍‌ ଆଞ୍ଚରେ ଘାଣ୍ଟନ୍ତୁ।ହାଲୱା ଟିକେ ଶୁଖିଲା ହୋଇଗଲେ ଚୁଲି ବନ୍ଦ କରିଦିଅନ୍ତୁ।

ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ସ୍ୱାଦିଷ୍ଟ ଅମୃତଭଣ୍ଡା ହାଲୱା। ଏହାକୁ ଏକ ପ୍ଲେଟରେ କାଢ଼ି ଉପରେ କାଜୁ କିସ୍‌ମିସ୍‌ ସଜାଇ ଦୀପାବଳିରେ ଅତିଥିଙ୍କୁ ପରସି ପାରିବେ।



from Odisha Reporter https://ift.tt/2Q1DNAg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages