କୋହଲିଙ୍କୁ ଚୁମା ଦେବାକୁ ଉଦ୍ୟମ କରିଥିବା ଯୁବକଙ୍କ ନାଁରେ ମାମଲା ରୁଜୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 13, 2018

କୋହଲିଙ୍କୁ ଚୁମା ଦେବାକୁ ଉଦ୍ୟମ କରିଥିବା ଯୁବକଙ୍କ ନାଁରେ ମାମଲା ରୁଜୁ

cricket

ହାଇଦ୍ରାବାଦ: ପଡ଼ିଆରେ ପଶି ଅଧିନାୟକ ବିରାଟ କୋହଲିଙ୍କ ସହ ସେଲ୍‌ଫି ନେଇଥିବା ଓ ତାଙ୍କୁ ଚୁମା ଦେବାକୁ ଉଦ୍ୟମ କରିଥିବା ଯୁବକଙ୍କ ନାଁରେ ମାମଲା ରୁଜୁ ହୋଇଛି।

ପୁଲିସ୍ କହିଛି, ଏହି ଯୁବକଙ୍କ ନାଁ ମହମ୍ମଦ ଖାନ୍ (୧୯)। ତାଙ୍କ ଘର ଆନ୍ଧ୍ର ପ୍ରଦେଶର କଡ଼ପା ଜିଲ୍ଲାରେ।

ହାଇଦ୍ରାବାଦରେ ଚାଲିଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟସ୍ଥ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଦିନରେ ଗତକାଲି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।

ମହମ୍ମଦ ସୁରକ୍ଷାବଳୟ ଭାଙ୍ଗି ପଡ଼ିଆ ଭିତରକୁ ପଶି ଥିଲେ ଓ କୋହଲିଙ୍କ ନିକଟରେ ପହଞ୍ଚି ଯାଇଥିଲେ। ସେ କୋହଲିଙ୍କ ସହ ସେଲ୍‌ଫି ନେଇଥିଲେ ଓ ତା’ସହିତ ତାଙ୍କୁ କୋଳେଇ ଚୁମା ଦେବାକୁ ଉଦ୍ୟମ କରିଥିଲେ। ତେବେ ସୁରକ୍ଷାକର୍ମୀମାନେ ଆସି ତାଙ୍କୁ ପଡ଼ିଆ ବାହାରକୁ ନେଇଥିଲେ।

mohmmadମ୍ୟାଚ୍‌ର ୧୫ତମ ଓଭରରେ ଏହା ଘଟିଥିଲା। ସେଥିପାଇଁ ମ୍ୟାଚ୍‌କୁ ଆଗେଇ ନେବାରେ ଟିକେ ବିଳମ୍ବ ହୋଇଥିଲା।

ଏ ଘଟଣାକୁ ନେଇ କୋହଲି ଖୁସି ନଥିଲେ। ଡ୍ରିଙ୍କ୍ ବେଳେ ସୁରକ୍ଷାକର୍ମୀଙ୍କ ସହିତ ତାଙ୍କର ଯୁକ୍ତିତର୍କ ମଧ୍ୟ ହୋଇଥିଲା।

ଗୁଜରାଟର ରାଜକୋଟରେ ପ୍ରଥମ ଟେଷ୍ଟ୍ ମ୍ୟାଚ୍ ବେଳେ ବି ଏମିତି ସ୍ଥିତି ଦେଖିବାକୁ ମିଳିଥିଲା। ଦୁଇ ଜଣ ଯୁବକ ପଡ଼ିଆ ମଝିକୁ ଆସି କୋହଲିଙ୍କ ସହିତ ସେଲ୍‌ଫି ନେଇଥିଲେ।



from Odisha Reporter https://ift.tt/2OUlj7O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages