
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ୧୯୨୪ ରୁ ୨୦୧୬ ଯାଏ ଦୀର୍ଘ ୯୨ ବର୍ଷର ପରମ୍ପରା ଥିବା ସ୍ୱତନ୍ତ୍ର ରେଳ ବଜେଟ୍ କାହିଁକି ବନ୍ଦ ହେଲା? ହଠାତ୍ ମୋଦି ସରକାର ରେଳ ବଜେଟ୍କୁ ସାଧାରଣ ବଜେଟ୍ ସହିତ ମିଶାଇ କାହିଁକି ଇତିହାସ ସୃଷ୍ଟି କଲେ? ଏଥିପାଇଁ ପୂର୍ବରୁ ଜନମତ ସଂଗ୍ରହ ହୋଇ ଥିଲା କି ?
ଦୀର୍ଘ ଦୁଇ ବର୍ଷ ପରେ ମୁହଁ ଖୋଲିଛନ୍ତି ରେଳମନ୍ତ୍ରୀ ପୀୟୂଷ ଗୋୟଲ। ସେ କଣ କହିଛନ୍ତି ପଢ଼ନ୍ତୁ।
ରେଳ ବଜେଟ୍କୁ ଏହ ରାଜନୀତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଉଥିଲା। ଦେଶରେ ଏକ ସ୍ୱତନ୍ତ୍ର ରେଳ ବଜେଟ୍ରୁ ଜନସାଧାରଣଙ୍କୁ ଯେତିକି ଫାଇଦା ମିଳୁ ନଥିଲା ତାଠାରୁ ରାଜନୀତିକ ଉଦ୍ଦେଶ୍ୟ ଅଧିକ ରହୁଥିଲା। ଦୀର୍ଘ ୬୫ ବର୍ଷ ଧରି ରେଳ ବଜେଟ୍କୁ ଏକ ରାଜନୀତିକ ଅସ୍ତ୍ର ଭାବେ ପୂର୍ବରୁ ଥିବା ସରକାରମାନେ ବ୍ୟବହାର କରି ଆସିଥିଲେ।
ଏଥିରେ ପରିବର୍ତ୍ତନ ଆଣିବା ପାଇଁ ମୋଦି ସରକାର ରେଳ ବଜେଟ୍କୁ ସାଧାରଣ ବଜେଟ୍ରେ ମିଶାଇ ଦେଇଛନ୍ତି। ଗୋୟଲ ଏଭଳି ରୋକ୍ଠୋକ୍ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଗତ ୪ ବର୍ଷ ଧରି ରେଳ ବିକାଶ ପାଇଁ ଯାହା ଅର୍ଥ ଖର୍ଚ୍ଚ କରାଯାଇଛି, ସେଥିରେ ୩ଟି କ୍ଷେତ୍ରକୁ ପ୍ରାଧ୍ୟାନ୍ୟ ଦିଆଯାଇଛି। ପ୍ରଥମେ ଯାତ୍ରୀ ସୁରକ୍ଷା, ଦ୍ୱିତୀୟରେ ଉନ୍ନତମାନର ସେବା ଏବଂ ତୃତୀୟରେ ନିବେଶରୁ ଉପାର୍ଜନ ବୋଲି ଗୋୟଲ କହିଛନ୍ତି।
from Odisha Reporter https://ift.tt/2Pw7c8Q
No comments:
Post a Comment