ସମୁଦ୍ରରେ ବିମାନ ଖସିବା ଘଟଣାରେ ସମସ୍ତ ୧୮୯ ଜଣ ମୃତ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 29, 2018

ସମୁଦ୍ରରେ ବିମାନ ଖସିବା ଘଟଣାରେ ସମସ୍ତ ୧୮୯ ଜଣ ମୃତ!

ଜାକର୍ତ୍ତା: ଇଣ୍ଡୋନେସିଆର ଲାୟନ୍‌ ଏୟାର ବିମାନ ସେବା ସଂସ୍ଥାର ବୋଇଂ ୩୭୭ ମ୍ୟାକ୍ସ ସୁମଦ୍ର ଖସିପଡ଼ିବା ଘଟଣାରେ ଉଦ୍ଧାରକାରୀ ଦଳ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛି। ଉଦ୍ଧାରକାରୀ ଦଳର ସୂଚନା ଅନୁଯାୟୀ, ବିମାନରେ ଥିବା ସମସ୍ତ ୧୮୯ ଜଣ ଲୋକଙ୍କ ବଞ୍ଚିବାର କୌଣସି ଆଶା ଦେଖାଯାଉନାହିଁ। ତେଣୁ ଏମାନଙ୍କର ମୃତ୍ୟୁ ଘଟିଥାଇପାରେ।

ତଥାପି ମୃତଦେହ ମିଳି ନଥିବାରୁ ଆମେ କେବଳ ପ୍ରାର୍ଥନା କରିପାରିବା ବୋଲି ସର୍ଚ୍ଚ ଓ ରେସକ୍ୟୁ ଅପରେସନାଲ ନିର୍ଦ୍ଦେଶକ ବାମବାଙ୍ଗ ସୂର୍ଯ୍ୟ ଅଜି କହିଛନ୍ତି। ସେ କହିଛନ୍ତି, ଆଜି ସକାଳେ ଜାକର୍ତ୍ତାରୁ ଉଡ଼ାଣ ଭରିଥିବା ବିମାନଟିରେ ୧୭୮ ଜଣ ପ୍ରାପ୍ତ ବୟସ୍କ, ଜଣେ ଶିଶୁ, ୨ ଜଣ ନବଜାତ, ୨ ଜଣ ପାଇଲଟ୍‌ ଓ ୬ ଜଣ କ୍ୟାବିନ୍‌ କ୍ରୁ ଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦୁର୍ଘଟଣାଗ୍ରସ୍ତ ବିମାନରେ ୨୩ ଜଣ ସରକାରୀ କର୍ମଚାରୀ ଥିଲେ।

ପୂର୍ବରୁ ବିମାନରେ ୧୮୮ ଜଣ ଥିବା କଥା କୁହାଯାଉଥିଲେ ହେଁ ବାସ୍ତବରେ ଏହା ମଧ୍ୟରେ ୧୮୯ ଜଣ ଲୋକ ଥିଲେ। ଉଡ଼ାଣ ଭରିବାର ୧୩ ମିନିଟ୍‌ ପରେ ବିମାନ ସହ ଯୋଗାଯୋଗା ବିଚ୍ଛିନ୍ନ ହୋଇଯାଇଥିଲା। ୬.୨୦ରେ ବିମାନଟି ଉଡ଼ାଣ ଭରିଥିବା ବେଳେ ପାଖପାଖି ୭ଟା ୧୫ରେ ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିଥିଲା। ଜାଭା ସମୁଦ୍ରରେ ବିମାନର ଧ୍ୱଂସାବଶେଷ ମିଳିବାରୁ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଥିଲା। ଉଦ୍ଧାର କାର୍ଯ୍ୟରେ ୪୦ ଜଣ ବୁଡ଼ାଳି,୧୫୦ ଜଣ ଉଦ୍ଧାରକାରୀ ଦଳ, ସେନାର ହେଲିକପ୍ଟର ନିୟୋଜିତ ହୋଇଛନ୍ତି।

ଦୁର୍ଘଟଣା ପରେ ବିମାନଟି ୩୦ରୁ ୩୫ ମିଟର୍‌(୯୮ରୁ ୧୧୫ ଫୁଟ) ଗଭୀରତାରେ ସମୁଦ୍ର ଭିତରକୁ ଖସି ପଡ଼ିଥିବାରୁ ଏଯାଏ ଯାତ୍ରୀମାନଙ୍କର କୌଣସି ପତ୍ତା ମିଳିନାହିଁ। କରୱାଙ୍ଗ ଉପକୂଳରେ ଆମ୍ବୁଲାନ୍ସ ଓ ପୁଲିସ୍‌ କର୍ମଚାରୀ ସଜାଗ ହୋଇ ରହିଛନ୍ତି। ତେବେ ଏଯାଏ ବିମାନ କିମ୍ବା ଏଥିରେ ଲୋକଙ୍କ କୌଣସି ପତ୍ତା ମିଳୁନାହିଁ। ଏମାନଙ୍କର ବଞ୍ଚିବାର ଆଶା ଖୁବ୍‌କମ୍‌। ତଥାପି ଆମେ ଆଶା ରଖି ଉଦ୍ଧାର କାର୍ଯ୍ୟ ଜାରି ରଖିଛୁ ବୋଲି ସେ କହିଛନ୍ତି। ବିମାନରେ ଥିବା ଲୋକଙ୍କ ପରିବାର ଲୋକ ନିଜର ଆତ୍ମୀୟଙ୍କ ସମ୍ପର୍କରେ ସୁଚନା ପାଇଁ ଚାତକ ଭଳି ଚାହିଁ ରହିଥିବା ବେଳେ ବାମବାଙ୍ଗ ସେମାନଙ୍କୁ ଧୈର୍ଯ୍ୟ ରଖିବାକୁ କହିଛନ୍ତି।

ଅନ୍ୟପକ୍ଷରେ ଲାୟନ ଏୟାର ପକ୍ଷରୁ କୁହାଯାଇଛି ଯେ, ବାଲିରୁ ଜାକର୍ତ୍ତା ଆସୁଥିବା ବେଳେ ବିମାନଟିରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ତେବେ ଏହାକୁ ମରାମତି କରାଯିବା ପରେ ଉଡ଼ାଣ ପାଇଁ ଅନୁମତି ଦିଆଯାଇଥିଲା। ତଥାପି ଦୁର୍ଘଟଣାର ତଦନ୍ତ କରାଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଏହି ବିମାନର ପାଇଲଟ୍‌ ଦିଲ୍ଲୀର ଭବ୍ୟ ସୁନେଜା ଥିଲେ।



from Odisha Reporter https://ift.tt/2RogPUw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages