ରଘୁନାଥନଗରରେ ଫୁଟିଲା ବୋମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 1, 2018

ରଘୁନାଥନଗରରେ ଫୁଟିଲା ବୋମା

bombing

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ଥାନା ଅନ୍ତର୍ଗତ ରଘୁନାଥନଗର ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ଦୁଇ ତିନୋଟି ଘର ଉପରେ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିଲେ। ଏଥିରେ ଗୋଟିଏ ଘର କ୍ଷତିଗ୍ରସ୍ତ ହୋଇଛି।ବୋମା ଏତେ ଶକ୍ତିଶାଳୀ ଥିଲା ଯେ ୨ଟି ବାଇକ୍ ଜଳି ଯାଇଛି।

ବୋମାମାଡ଼ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ଅଭିଯୁକ୍ତଙ୍କ ଗିରଫ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ।

ଖଣ୍ଡଗିରି ପୁଲିସ୍‌ ବୁଝାସୁଝା ପାଇଁ ଉଦ୍ୟମ କରିଥିଲେ ବି କିଛି ଲାଭ ହୋଇ ନଥିଲା। ଏମିତିକି ଉତ୍ତ୍ୟକ୍ତ ଲୋକେ ପିସିଆର୍ ଗାଡ଼ି ଭଙ୍ଗାରୁଜା କରିଥିଲେ। ଲୋକଙ୍କ ଢ଼େଲାମାଡ଼ରେ ଖଣ୍ଡଗିରି ଥାନା ଆଇଆଇସିଙ୍କ ସମେତ ୪ଜଣ ପୁଲିସ୍‌ ଆହତ ହୋଇଛନ୍ତି।

୨ ଗାଁ ମଧ୍ୟରେ ଥିବା ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ସରକନ୍ତରା ଓ ରଘୁନାଥନଗର ଲୋକଙ୍କ ମଧ୍ୟରେ ଗତ ଶନିବାର ଦିନ ଗଣ୍ଡଗୋଳ ହୋଇଥିଲା। ଏନେଇ ଥାନାରେ ଅଭିଯୋଗ ହୋଇଥିଲା। ହେଲେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ସୂଚନାଯୋଗ୍ୟ, ଏହି ଘଟଣାକୁ ନେଇ ୨ ଦିନ ତଳେ ସରକନ୍ତରା ଗାଁର କିଛି ଲୋକଙ୍କୁ ରଘୁନାଥନଗରର ଲୋକ ଥାନାରେ ଜିମା ଦେଇଥିଲେ। ପରେ ପୁଲିସ୍‌ ସେମାନଙ୍କୁ  ଛାଡ଼ି ଦେଇଥିଲା। ସରକନ୍ତରାର ଗାଁ ଲୋକେ ଥାନାରୁ ଫେରିବା ପରେ ଏହି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି।



from Odisha Reporter https://ift.tt/2NcAQL3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages