ଆପଣଙ୍କ ପିଲା ଘରେ ଏକା ରହୁଛି କି? ଆପଣାନ୍ତୁ ଏହି ସବୁ ସୁରକ୍ଷା ବ୍ୟବସ୍ଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 1, 2018

ଆପଣଙ୍କ ପିଲା ଘରେ ଏକା ରହୁଛି କି? ଆପଣାନ୍ତୁ ଏହି ସବୁ ସୁରକ୍ଷା ବ୍ୟବସ୍ଥା

lifestyle

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର)ଆଜିକାଲି ପ୍ରାୟ ବହୁ ଦମ୍ପତି କର୍ମଜୀବୀ। ଚାକିରି ବା ଅନ୍ୟ କୌଣସି କର୍ମକ୍ଷେତ୍ରକୁ ଯିବା ପରେ ଏହି ସବୁ ଦମ୍ପତିଙ୍କ ପିଲା ଘରେ ଏକା ରହିଥା’ନ୍ତି। ପିଲାଙ୍କ ପାଖରେ ହିଁ ଘରର ଚାବି ରହିଥାଏ। ଏପରିକି ସ୍କୁଲ୍‌ରୁ ଫେରିବା ପରେ ପିଲା ନିଜେ ଚାବି ଖୋଲି ଘରକୁ ଯାଇଥା’ନ୍ତି।

ଏପରି ପିଲା ବାପା ମା’ଙ୍କ ସହ କମ୍‌ ସମୟ ରହୁଥିବାରୁ ଓ ଅନ୍ୟମାନଙ୍କ ସହ ବେଶି ମିଶି ପାରୁନଥିବାରୁ ବହୁତ ଏକୁଟିଆ ମଧ୍ୟ ଅନୁଭବ କରନ୍ତି। ସାଧାରଣ ପିଲାଙ୍କ ତୁଳନାରେ ଏହି ପିଲାମାନଙ୍କର ଅଧିକ ଧ୍ୟାନ ନେବାକୁ ପଡ଼ିଥାଏ, ଯାହାଦ୍ୱାରା ସେମାନେ ଘରେ ଏକୁଟିଆ ଥିବାବେଳେ ନିଜର ଯତ୍ନ ଠିକ୍‌ରେ ନେଇପାରିବେ।

ଆସନ୍ତୁ ଜାଣିବା ଏମିତି କିଛି ଉପାୟ, ଯାହା  ଘରେ ଏକୁଟିଆ ରହୁଥିବା ନିଜ ପିଲାଙ୍କ ସୁରକ୍ଷା ପାଇଁ କର୍ମଜୀବୀ ଦମ୍ପତି ନିଶ୍ଚୟ ଆପଣାଇବା ଦରକାର।

lifestyleସବୁବେଳେ ଯୋଗାଯୋଗରେ ରୁହନ୍ତୁ

ଘରେ ଏକୁଟିଆ ରହୁଥିବା ପିଲାଙ୍କୁ ଏହା ଶିକ୍ଷା ଦିଅନ୍ତୁ, ଯେପରୁ ଘରେ ପହଞ୍ଚିବା ମାତ୍ରେ ସେ ପ୍ରଥମେ ଆପଣ(ବାପା ଅବା ମା’)ଙ୍କୁ ଫୋନ୍‌ କରି ଘରେ ପହଞ୍ଚି ଯାଇଥିବାର ସୂଚନା ଦେବେ। ବାପା ମା’ ମଧ୍ୟ  ସମାନ କଥା କରିବା ଜରୁରୀ। ଆପଣଙ୍କ ପିଲା ଘରେ ପହଞ୍ଚିଲେ କି ନାହିଁ, ତାହା ଯାବତୀୟ କାମ ଥିବା ସତ୍ୱେ ପ୍ରଥମେ ଫୋନ୍‌ କରି ଆପଣ ଜାଣିବା ଜରୁରୀ।

lifestyleଗୁରୁତ୍ୱପୂର୍ଣ୍ଣ ଫୋନ୍‌ ନମ୍ବର୍‌ର ଲିଷ୍ଟ୍‌ ରଖନ୍ତୁ

ଅଧିକାଂଶ ସମୟ ଏକୁଟିଆ ରହୁଥିବା ପିଲାଙ୍କ ବାପା ମା’ ନିଜ ଘରର କୌଣସି କାନ୍ଥରେ ଗୁରୁତ୍ୱପୂର୍ଣ୍ଣ ଫୋନ୍‌ ନମ୍ବର୍‌ର ଏକ ଲିଷ୍ଟ ଲଗାଇବା ନିହାତି ଆବଶ୍ୟକ। ଏହି ଲିଷ୍ଟରେ ଅତି କମ୍‌ରେ ଏପରି ୫ଟି ନମ୍ବର ରହିବା ଦରକାର, ଯେଉଁ ନମ୍ବରକୁ ଆବଶ୍ୟକ ହେବା ମାତ୍ରେ ପିଲା କଲ୍‌ କରି ତତ୍‌କ୍ଷଣାତ୍‌ ସହାୟତା ମାଗି ପାରିବେ। ଏହି ଫୋନ୍‌ ଲିଷ୍ଟରେ ପଡ଼ୋଶୀ, ସମ୍ପର୍କୀୟ, ସ୍କୁଲ ସାଙ୍ଗ କିମ୍ବା ପରିବାରର କେହି ବିଶ୍ୱସ୍ତ ଲୋକେ ରହିପାରିବେ। ଏହାସହ ନିଜ ଅଞ୍ଚଳର ପୁଲିସ୍‌ ଷ୍ଟେସନ୍‌ ନମ୍ବର ମଧ୍ୟ ପିଲାଙ୍କ ପାଖରେ ଯେମିତି ରହିବ, ସେଥିପ୍ରତି ଧ୍ୟାନ ଦିଅନ୍ତୁ।

lifestyleଘରର ପୂରା ଠିକଣା ବୁଝାନ୍ତୁ

ଘରର ପୂରା ଠିକଣା ନିଜ ପିଲାଙ୍କୁ ସହଜ ଉପାୟରେ ବୁଝାଇ ଦିଅନ୍ତୁ। ସେମାନେ ଘରକୁ ରାସ୍ତା ଜାଣିଥିଲେ ବି ଏପରି ବୁଝାଇବା ଆବଶ୍ୟକ। କାରଣ କୌଣସି ସମସ୍ୟାରେ ପଡ଼ିଲେ, ଅନ୍ୟଙ୍କୁ କହିବା ପାଇଁ ସେମାନେ ଘରର ଲ୍ୟାଣ୍ଡମାର୍କ ଓ ଅନ୍ୟ ସ୍ଥାନ ଭଲ ଭାବେ ମନେ ରଖିବା ଉଚିତ୍‌।

lifestyleଘରୋଇ ସାମଗ୍ରୀର ବ୍ୟବହାର ଶିଖାନ୍ତୁ

ଘରେ ଏକୁଟିଆ ରହୁଥିବା ପିଲାଙ୍କୁ ଘରୋଇ ଉପକରଣ କେମିତି ବ୍ୟବହାର କରିବେ, ତାହା ଠିକ୍‌ ଭାବେ ଶିଖାନ୍ତୁ। ସୁରକ୍ଷିତ ଭାବେ ସେମାନେ କିପରି ବିଭିନ୍ନ ଘରୋଇ ସାମଗ୍ରୀର ବ୍ୟବହାର କରିବେ, ତାହା ଜାଣିବା ନିହାତି ଆବଶ୍ୟକ। ମାଇକ୍ରୋ ୱେଭ୍‌ରେ ଖାଇବା ଗରମ କରିବା, ଗୀଜର ଚଲାଇବା, ଆଇରନ୍‌ କରିବା, ସିସିଟିଭି କ୍ୟାମେରା ଦେଖିବା କିମ୍ବା ଅନ୍ୟ କିଛି ଉପକରଣ ଆଦିର ସଠିକ୍‌ ବ୍ୟବହାରର ଶୈଳୀ ସେମାନେ ଜାଣିବା ଉଚିତ୍‌। ଏଥିପାଇଁ ପିଲାଙ୍କୁ ଆବଶ୍ୟକ ଟ୍ରେନିଂ ଦେବା ସହ ନିଜେ ଉପସ୍ଥିତ ଥିବା ବେଳେ ସେମାନଙ୍କୁ ଏହାର ବ୍ୟବହାର କରିବାର ପ୍ରାକ୍ଟିସ୍‌ କରାନ୍ତୁ।

lifestyleକଥା ଦେଲେ ରଖନ୍ତୁ 

ଘରେ ଏକା ରହୁଥିବା ପିଲାଙ୍କୁ ଆପଣ ଦେଉଥିବା କଥା ନିଶ୍ଚୟ ରଖନ୍ତୁ। ବିଶେଷ କରି ଆପଣ ଘରକୁ ଫେରିବା ନେଇ ପିଲାଙ୍କୁ ଦେଇଥିବା ସମୟ ସୁଦ୍ଧା ଯଦି ପହଞ୍ଚି ନପାରିବେ, ତେବେ ସେମାନେ ବିଚଳିତ ହୋଇଯିବେ। ପିଲାମାନଙ୍କୁ କହିଥିବା ସମୟରେ ହିଁ ଘରେ ପହଞ୍ଚନ୍ତୁ। ଯଦି ସେ ସମୟରେ ପହଞ୍ଚିବା ସମ୍ଭବ ହେଉନାହିଁ, ତେବେ ଫୋନ୍‌ କରି ସେମାନଙ୍କ ସହ କଥା ହୋଇଯା’ନ୍ତୁ।

lifestyleପଡ଼ୋଶୀଙ୍କ ସହ ଭଲ ସମ୍ପର୍କ ରଖନ୍ତୁ 

ଆପଣଙ୍କ ପିଲା ଘରେ ଏକା ରହୁଥିଲେ ପଡ଼ୋଶୀଙ୍କ ସହ ଉତ୍ତମ ସମ୍ପର୍କ ରଖନ୍ତୁ। କାରଣ ଆପଣ ନଥିବାବେଳେ ଆପଣଙ୍କ ପିଲା ସେମାନଙ୍କ ନଜରରେ ହିଁ ଅଧିକ ରହିଥା’ନ୍ତି। ପଡ଼ୋଶୀଙ୍କ ସହ କଥା ହୋଇ ନିଜ ପିଲାଙ୍କ ଉପରେ ନଜର ରଖିବାକୁ ସେମାନଙ୍କୁ ଅନୁରୋଧ କରନ୍ତୁ। ଏହାଦ୍ୱାରା ପିଲାମାନେ କିଛି ସମସ୍ୟାରେ ପଡ଼ିଲେ କିମ୍ବା କ’ଣ ଆବଶ୍ୟକତା ଥିଲେ, ସେମାନେ ହିଁ ପିଲାଙ୍କୁ ସାହାଯ୍ୟ କରିପାରିବେ।

lifestyleଘରେ କୁକୁର ପାଳନ୍ତୁ 

ଘରେ ପିଲା ଏକୁଟିଆ ରହୁଥିଲେ, କୁକୁର ନିଶ୍ଚୟ ପାଳନ୍ତୁ। କାରଣ ପିଲାମାନେ ଘରେ ପହଞ୍ଚିବା ପରେ କେହି ତ ତାଙ୍କୁ ସ୍ୱାଗତ କରିବାକୁ ଘର ଭିତରେ ଅପେକ୍ଷା କରିଥିବ। ପିଲାମାନେ ତା’ ସହ ଖେଳିବା ସହ ଏକୁଟିଆ ସମୟ କାଟି ପାରିବେ। ଘରେ କୁକୁର ଥିଲେ, ପିଲା ବି ନିଜକୁ ସୁରକ୍ଷିତ ଭାବିବେ। ଏହା ସହ ପିଲାଙ୍କୁ ନେଇ ମନରେ ରହୁଥିବା ଚିନ୍ତାରୁ ମଧ୍ୟ ଆପଣଙ୍କୁ ଅନେକାଂଶରେ ମୁକ୍ତି ମିଳି ପାରିବ। 



from Odisha Reporter https://ift.tt/2zKxRWF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages