
ରାୟପୁର: ଛତିଶଗଡ଼ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଜବରଦସ୍ତ ଝଟ୍କା ଲାଗିଛି। ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ବିଧାୟକ ରାମଦୟାଲ ଉକେ ଆଜି ଦଳକୁ ବାଏବାଏ କହିଛନ୍ତି। ଖାଲି ସେତିକି ନୁହେଁ କଂଗ୍ରେସ ଛାଡ଼ି ରାମଦୟାଲ ବିଜେପିରେ ସାମିଲ ହୋଇଛନ୍ତି।
ବିଳାସପୁରଠାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ ଅନ୍ୟ ଦଳୀୟ କର୍ମୀଙ୍କ ଉପସ୍ଥିତିରେ ରାମଦୟାଲ ବିଜେପିରେ ମିଶିଛନ୍ତି। ତାଙ୍କୁ ଶ୍ରୀ ଶାହ ସ୍ୱାଗତ ମଧ୍ୟ କରିଛନ୍ତି।
ବିଜେପିରେ ମିଶିଲା ପରେ ରାମଦୟାଲ କହିଛନ୍ତି, ଆଦିବାସୀ ଭୋଟ୍ରମାନେ କଂଗ୍ରେସ ସପକ୍ଷରେ ନାହାନ୍ତି। କଂଗ୍ରେସ ଗୋଟିଏ କଥା କହୁଥିବା ବେଳେ କାମରେ ଆଉ ଗୋଟିଏ କଥା କରେ। ତେଣୁ ସେ ଦଳ ଛାଡ଼ିଥିବା କହିଛନ୍ତି। ରାମଦୟାଲଙ୍କ ଏଭଳି ନିଷ୍ପତ୍ତିରେ କଂଗ୍ରେସ ହତବାକ୍ ହୋଇଯାଇଛି।
from Odisha Reporter https://ift.tt/2CGbW5Z
No comments:
Post a Comment