ଜାତିସଂଘ ମାନବିକ ଅଧିକାର ପରିଷଦକୁ ଭାରତ ନିର୍ବାଚିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 13, 2018

ଜାତିସଂଘ ମାନବିକ ଅଧିକାର ପରିଷଦକୁ ଭାରତ ନିର୍ବାଚିତ

ଜାତିସଂଘ (ଓଡ଼ିଶା ରିପୋର୍ଟର): ଭାରତ ଜାତିସଂଘର ଶୀର୍ଷ ମାନବିକ ଅଧିକାର ପରିଷଦକୁ ୩ବର୍ଷ ପାଇଁ ନିର୍ବାଚିତ ହୋଇଛି। ୨୦୧୯ ମସିହା ଜାନୁଆରୀ ୧ ତାରିଖରୁ ଏହି ଅବଧି ଆରମ୍ଭ ହେବାକୁ ଥିବାବେଳେ ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରୁ ଭାରତ ୧୮୮ଟି ଭୋଟ୍‌ ପାଇ ନିର୍ବାଚିତ ହୋଇଛି।

ଜାତିସଂଘର ୧୯୩ ଜଣ ସଦସ୍ୟଙ୍କ ସାଧାରଣ ଅଧିବେଶନରେ ଜାତିସଂଘ ମାନବାଧିକାର ପରିଷଦର ନୂତନ ସଦସ୍ୟ ପାଇଁ ହୋଇଥିବା ନିର୍ବାଚନରେ ଭାରତକୁ ଏହି ସଫଳତା ମିଳିଛି। ଗୁପ୍ତ ବାଲଟ୍‌ ଯୋଗେ ହୋଇଥିବା ନିର୍ବାଚନରେ ୧୮ ନୂତନ ସଦସ୍ୟଙ୍କୁ ଏଥିରେ ଯୋଡ଼ାଯାଇଛି।

ଦେଶଗୁଡ଼ିକୁ ଏହି ପରିଷଦକୁ ନିର୍ବାଚିତ ହେବାପାଇଁ ସର୍ବମୋଟ ୯୭ଟି ଭୋଟ ଆବଶ୍ୟକ ହେଉଥିଲା। ଭାରତ ସମେତ ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରୁ ଭାରତ ବ୍ୟତୀତ ବାହରିନ୍‌, ବାଂଲାଦେଶ, ଫିଜି ଏବଂ ଫିଲିପାଇନ୍ସ ଏଥିରେ ସାମିଲ ହୋଇଛନ୍ତି।



from Odisha Reporter https://ift.tt/2CdbpXT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages