ରାଜ୍ୟପାଳଙ୍କୁ ଅତିଥି ଭାବେ ଆମନ୍ତ୍ରଣ କରିବା ଉପରେ କଟକଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 25, 2018

ରାଜ୍ୟପାଳଙ୍କୁ ଅତିଥି ଭାବେ ଆମନ୍ତ୍ରଣ କରିବା ଉପରେ କଟକଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ଯୋଗଦାନକୁ ‘ସୁବ୍ୟବସ୍ଥିତ’ କରିବା ପାଇଁ ରାଜଭବନ ପକ୍ଷରୁ ଆଜି ଏକ ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରୋସିଜିଓର(ଏସଓପି) ଜାରି କରାଯାଇଛି। ରାଜ୍ୟପାଳଙ୍କୁ କୌଣସି କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କରିବାକୁ ହେଲେ ଅନ୍ତତଃପକ୍ଷେ ୨୦ଦିନ ପୂର୍ବରୁ ନିମନ୍ତ୍ରଣ କରାଯିବା ଜରୁରୀ ବୋଲି ଏଥିରେ ଉଲ୍ଲେଖ ରହିଛି। ତେବେ ରାଜଭବନ ପକ୍ଷରୁ ହଠାତ ଏଭଳି ‘ଏସଓପି’ କାହିଁକି ଜାରି କରାଗଲା ତାକୁ ନେଇ ପ୍ରଶାସନିକ ମହଲରେ ଚର୍ଚ୍ଚା ଲାଗି ରହିଛି।

ରାଜଭବନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟପାଳଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଆସୁଥିବା ସମସ୍ତ ଅନୁରୋଧ ପତ୍ରକୁ ଯାଞ୍ଚ କରାଯିବା ପରେ ତାହା ରାଜ୍ୟପାଳଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯିବ। ରାଜ୍ୟପାଳଙ୍କ ସମ୍ମତି ମିଳିଲେ ସେ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନକୁ ଅବଗତ କରାଯିବ।

ରାଜ୍ୟପାଳଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ରାଜଭବନର ଚିଠି ପାଇବାର ୩ଦିନ ମଧ୍ୟରେ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ସମ୍ପୃକ୍ତ ଅନୁରୋଧକାରୀ ସଂସ୍ଥାର ବିସ୍ତୃତ ବିବରଣୀ, କାର୍ଯ୍ୟକ୍ରମ ଓ ସେଥିରେ ରାଜ୍ୟପାଳଙ୍କ ଯୋଗଦାନର ଯଥାର୍ଥତା ଉଲ୍ଲେଖ କରି ଏକ ରିପୋର୍ଟ ଜିଲ୍ଲାପାଳ ଓ ଏସପି ପଠାଇବେ। ଏହା ରାଜ୍ୟପାଳଙ୍କ ସ୍ୱୀକୃତି ପାଇବା ପରେ ଅନୁରୋଧ କରିଥିବା ସମ୍ପୃକ୍ତ ସଂସ୍ଥା ଅଥବା ଅନୁଷ୍ଠାନକୁ ମିନିଟ୍-ଟୁ-ମିନିଟ୍ କାର୍ଯ୍ୟସୂଚୀ, ଅତିଥିଙ୍କ ତାଲିକା, ଡାଏସ ପ୍ଲାନ୍ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଛୋଟିଆ ରିପୋର୍ଟ ପଠାଇବାକୁ କୁହାଯିବ। ତାହା ରାଜ୍ୟପାଳଙ୍କ ଅନୁମୋଦନ ଲାଭ କରିବା ପରେ କାର୍ଯ୍ୟକ୍ରମର ୫ଦିନ ପୂର୍ବରୁ ସମ୍ପୃକ୍ତ ଅନୁଷ୍ଠାନ ଅବା ସଂସ୍ଥାକୁ ବିସ୍ତୃତ ଭାବେ ରାଜ୍ୟପାଳଙ୍କ ଗସ୍ତ ସମ୍ପର୍କିତ କାର୍ଯ୍ୟକ୍ରମ ପଠାଯିବ।

ରାଜ୍ୟପାଳଙ୍କ ଅନୁମୋଦିତ କାର୍ଯ୍ୟସୂଚୀରେ କୌଣସି ବ୍ୟତିକ୍ରମକୁ ଗ୍ରହଣ କରାଯିବ ନାହିଁ। ଅତ୍ୟନ୍ତ ଜରୁରୀ ପରିବର୍ତ୍ତନ ଆବଶ୍ୟକ ହେଉଥିଲେ ରାଜଭବନର ପୂର୍ବ ଅନୁମତି ବାଧ୍ୟତାମୂଳକ । ଅନୁମୋଦିତ କାର୍ଯ୍ୟସୂଚୀ ମୁତାବକ କାର୍ଯ୍ୟକ୍ରମକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟପାଳଙ୍କ ଏଡିସି ଓ ମୁଖ୍ୟ ନିରାପତ୍ତା ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ଏହି ଏସଓପିରେ ଉଲ୍ଲେଖ ରହିଛି ।



from Odisha Reporter https://ift.tt/2CFbzaT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages