ଆକାଶରେ ତିନୋଟି ନକଲି ଚନ୍ଦ୍ର ଲଗାଇବ ଚୀନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 19, 2018

ଆକାଶରେ ତିନୋଟି ନକଲି ଚନ୍ଦ୍ର ଲଗାଇବ ଚୀନ୍‌

ନୂଆଦିଲ୍ଲୀ: ଚୀନ୍‌ ବର୍ତ୍ତମାନ ବିଜ୍ଞାନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି। ଯାହାକୁ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ୨୦୨୨ ମଧ୍ୟରେ ଚୀନ୍‌ ନିଜର ତିନୋଟି ଆର୍ଟିଫିସିଆଲ୍‌ ଚନ୍ଦ୍ରକୁ ଲଞ୍ଚ୍‌ କରିବାକୁ ଯାଉଛି। ଏହି ପ୍ରୋଜେକ୍ଟ ୨୦୨୦ ମଧ୍ୟରେ ଶେଷ ହୋଇଯିବ।
ଚୀନ୍‌ ତିଆରି କରିବାକୁ ଯାଉଥିବା ଏହି ନକଲି ଚାନ୍ଦ କାଚରେ ତିଆରି ହେବ ଏବଂ ସୂର୍ଯ୍ୟଙ୍କ କିରଣରେ ପ୍ରତିଫଳିତ ହୋଇ ଆଲୋକ ପ୍ରଦାନ କରିବ। ଏହି ତିନୋଟି ନକଲି ଚନ୍ଦ୍ରମାକୁ ୩୬୦ ଡିଗ୍ରୀ କକ୍ଷପଥରେ ରଖାଯିବ। ଯାହା ଯୋଗୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଆଲୋକ ମିଳିପାରିବ।
Tianfu Systems Science Research Instituteର ମୁଖ୍ୟ ଉଙ୍ଗତୁଙ୍ଗପେଙ୍ଗ୍‌ଙ୍କ କହିବା ଅନୁସାରେ ଏହି ତିନୋଟି ଚନ୍ଦ୍ର ଯେତିକି ପରିମାଣର ଆଲୋକ ଦେବେ, ସେଥିରେ ଷ୍ଟ୍ରିଟ୍‌ଲାଇଟ୍‌ର ଆବଶ୍ୟକତା ପଡ଼ିବ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି, ସୂର୍ଯ୍ୟଙ୍କର କିରଣ ୩୬୦୦ରୁ ୬୪୦୦ ବର୍ଗ କିଲୋମିଟର କ୍ଷେତ୍ର ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥାଏ। କିନ୍ତୁ ଏହି ନକଲି ଚନ୍ଦ୍ରର କିରଣ ଚନ୍ଦ୍ରଙ୍କର କିରଣଠାରୁ ୮ ଗୁଣା ଅଧିକ ରହିବାର ସମ୍ଭାବନା ରହିଛି। ଏହି ତିନୋଟି ନକଲି ଚନ୍ଦ୍ର ପାଖାପାଖି ୧.୨ ବିଲିୟନ୍‌ ୟୁଆନ୍‌ ଆଲୋକ ପ୍ରଦାନ କରିବ ବୋଲି  ୱୁ ତୁଙ୍ଗପେଙ୍ଗ୍‌ କହିଛନ୍ତି।

ଏହା ସହିତ ଯେଉଁ ସ୍ଥାନରେ ଅନ୍ଧାର ଏବଂ ଆଲୋକ ନାହିଁ, ଏହି ଚନ୍ଦ୍ରଗୁଡ଼ିକ ସେଠାରେ ଆଲୋକ ପ୍ରଦାନ କରିବେ।
ଏହି ନକଲି ଚନ୍ଦ୍ରର ଆଲୋକ ରଶ୍ମିର ତୀବ୍ରତାକୁ ନିୟନ୍ତ୍ରଣ ମଧ୍ୟ କରାଯାଇ ପାରିବ ବୋଲି ଚୀନ୍‌ ବୈଜ୍ଞାନିକ ସୂଚନା ଦେଇଛନ୍ତି। କିନ୍ତୁ ଏହି ନକଲି ଚନ୍ଦ୍ର ଏତେ ଚମକପ୍ରଦ ନୁହେଁ ଏବଂ ଝାପ୍‌ସା ଆଲୋକ ଦେବ ବୋଲି ସୂଚନା ମଧ୍ୟ ମିଳିଛି। ଏଥିପାଇଁ ଲୋକମାନେ ଚିନ୍ତାରେ ଅଛନ୍ତି। କାରଣ ଏହା ଯୋଗୁ ପଶୁଙ୍କ ଉପରେ ଖରାପ ପ୍ରଭାବ ପଡ଼ିବ।

ଚୀନ୍‌ର ଏପରି ଚନ୍ଦ୍ର ତିଆରି କରିବା ପ୍ରଥମ କଥା ନୁହେଁ। ଏହା ପୂର୍ବରୁ ୯୦ ଦଶକରେ ଋଷ୍‌ ମଧ୍ୟ ନକଲି ଚନ୍ଦ୍ର ତିଆରି କରିବା ପାଇଁ ଚେଷ୍ଟା କରିଥିଲା। କିନ୍ତୁ ଋଷ୍‌ର ଏହି ପ୍ରୋଜେକ୍ଟ ସଫଳ ହୋଇପାରିନଥିଲା। ଏବେ କେବଳ ଦେଖିବାକୁ ବାକି ରହିଲା ଚୀନ୍‌ ଏହି ପ୍ରୋଜେକ୍ଟରେ କେତେ ଦୂର ସଫଳ ହେଉଛି।



from Odisha Reporter https://ift.tt/2pZYph9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages