ଏନ୍‌ଡିଟିଭି ବିରୋଧରେ ଅନୀଲ ଅମ୍ବାନୀଙ୍କ ୧୦ ହଜାର କୋଟିର ମାନହାନି କେସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 19, 2018

ଏନ୍‌ଡିଟିଭି ବିରୋଧରେ ଅନୀଲ ଅମ୍ବାନୀଙ୍କ ୧୦ ହଜାର କୋଟିର ମାନହାନି କେସ୍‌

ନୂଆଦିଲ୍ଲୀ: ରାଫେଲ୍‌ ଡିଲ୍‌ରେ ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍‌କୁ ଫ୍ରାନ୍ସର ବିମାନ ନିର୍ମାଣ କମ୍ପାନୀ ଡାସଲଟ୍‌ ପାର୍ଟନର କରିଛି। ତେବେ ଏହିଁ ପାର୍ଟନରଶିପ୍ ପଛରେ ବ୍ୟାପକ ଦୁର୍ନୀତି କାରବାର ହୋଇଛି କି? ଏ ସଂକ୍ରାନ୍ତରେ ବାରମ୍ବାର ପ୍ରଶ୍ନ କରି ଜାତୀୟ ଗଣମାଧ୍ୟମ ଏନ୍‌ଡିଟିଭିରେ ଖବର ପ୍ରସାରଣ କରାଯାଉଛି। ଏନ୍‌ଡିଟିଭିର ଏକ ସାପ୍ତାହିକ କାର୍ଯ୍ୟକ୍ରମରେ ରାଫେଲ ପ୍ରସଙ୍ଗର ଆଲୋଚନା କାଳରେ କେତେକ ଆପତ୍ତିଜନକ ଟିପ୍ପଣୀ ଦିଆଯାଇଥିବା ଅଭିଯୋଗ କରି ରିଲାଏନ୍ସ ଗ୍ରୁପ୍‌ ପକ୍ଷରୁ ଉକ୍ତ ମିଡିଆ ହାଉସ୍‌ ବିରୋଧରେ ୧୦ ହଜାର କୋଟି ଟଙ୍କାର ମାନହାନି କେସ୍‌ କରାଯାଇଛି। ଅହମ୍ମଦାବାଦର ଏକ କୋର୍ଟରେ ଏଭଳି ମାମଲା ରୁଜୁ କରାଯାଇଥିବା ବେଳେ ଆସନ୍ତା ୨୬ ତାରିଖରେ ଏହାର ଶୁଣାଣି କରାଯିବ।

ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍‌ ମିଡିଆକୁ ତା’ କାମ କରିବାରେ ବାଧା ଉପୁଜାଉଛି ଏବଂ ପ୍ରତିରକ୍ଷା ସମ୍ପର୍କରେ ଯେଉଁ ତଥ୍ୟ ଲୋକମାନେ ଜାଣିବା ଉଚିତ ତା’ର ପ୍ରସାରଣ ରେ ବାଧା ସୃଷ୍ଟି କରୁଛି ବୋଲି ଏନ୍‌ଡିଟିଭି ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି।

ଏହି ମାନହାନି ମାମଲା ଏନ୍‌ଡିଟିଭିର ସାପ୍ତାହିକ ଶୋ ‘ଟ୍ରୁଥ୍‌ ଭରସେସ ହାଇପ୍‌’ ବିରୋଧରେ କରାଯାଇଛି। ସେପ୍ଟେମ୍ବର ୨୯ରେ ଏହାର ପ୍ରସାରଣ କରାଯାଇଥିଲା। ଏଥିପାଇଁ ରିଲାଏନ୍ସ ଗ୍ରୁପ୍‌ର କାର୍ଯ୍ୟକାରୀ ଅଧିକାରୀଙ୍କୁ ଆଲୋଚନା ପାଇଁ ବାରମ୍ବାର ଡକା ଯାଇଥିଲା। କିନ୍ତୁ ସେମାନେ ଏଥିରେ ସାମିଲ ହୋଇ ନଥିଲେ। ତେବେ ଏହି ଶୋ’ରେ କେବଳ ଭାରତ ନୁହେଁ ବରଂ ଫ୍ରାନ୍ସର ଅତିଥିମାନେ ମଧ୍ୟ ରହିଥିଲେ। ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍‌କୁ ଡାସଲଟ୍‌ କମ୍ପାନୀ ୩୬ଟି ରାଫେଲ୍‌ ଯୁଦ୍ଧ ବିମାନ ନିର୍ମାଣ ପାଇଁ ପାର୍ଟନର୍‌ କରିବା ପଛରେ କିଛି ଦୁର୍ନୀତି ହୋଇନାହିଁ କି ବୋଲି ପ୍ରଶ୍ନ ଉପରେ ଆଲୋଚନା କରାଯାଇଥିଲା। ଏଥିରେ ସବୁ ପକ୍ଷର ଯୁକ୍ତି ଉପସ୍ଥାପିତ ହୋଇଥିଲା ବୋଲି ଏନଡିଟିଭି ପକ୍ଷରୁ କୁହାଯାଇଛି।

ଏହି କାର୍ଯ୍ୟକ୍ରମ ଦ୍ୱାରା ରିଲାଏନ୍ସର ମାନହାନି ଘଟିଛି ବୋଲି ସଂସ୍ଥା ପକ୍ଷରୁ ଅଭିଯୋଗ କରାଯାଇ ଏନ୍‌ଡିଟିଭି ବିରୋଧରେ ମାନହାନି କେସ୍‌ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାସୁଆଁ ଓଲାନ୍ଦ କହିଥିଲେ ଭାରତ ସରକାରଙ୍କ ଅନୁରୋଧ କ୍ରମେ ଡାସଲଟ୍‌ କମ୍ପାନୀ ରିଲାଏନ୍ସକୁ ତା’ର ପାର୍ଟନର୍‌ ଭାବେ ନେଇଥିଲା। ଯାହାକୁ ନେଇ ରାଜନୀତିକ ବୟାନବାଜି ଜାରି ରହିଛି।



from Odisha Reporter https://ift.tt/2R1KpyH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages