ଯଲିଉଡ୍‌ରେ ଓଲିଉଡ୍‌ ନିର୍ଦ୍ଦେଶକ ମହେଶ ହାଜରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

ଯଲିଉଡ୍‌ରେ ଓଲିଉଡ୍‌ ନିର୍ଦ୍ଦେଶକ ମହେଶ ହାଜରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ସାମନ୍ତବାଦ ଶାସନର ଶେଷ ପ୍ରତିନିଧି ରାଣୀ ରାଜରାଜେଶ୍ୱରୀ ଜଗଦେବ ଏବେ ଜଣେ ଜିଲ୍ଲା ଜଜ୍‌ ଭାବେ କାର୍ଯ୍ୟରତ। ନ୍ୟାୟର ନିକିତି ଭଳି ରାଜରାଜେଶ୍ୱରୀଙ୍କ ଦୃଷ୍ଟିରେ ସଭିଏଁ ସମାନ। ତାଙ୍କ ବିଚାରରେ ହଜାରେ ଦୋଷୀ ପଛେ ଖସି ଯାଆନ୍ତୁ, କିନ୍ତୁ ଜଣେ ନିର୍ଦ୍ଦୋଷ ଦଣ୍ଡ ନପାଉ। ଅନ୍ୟପକ୍ଷରେ ରାଜରାଜେଶ୍ୱରୀଙ୍କ ପୁତ୍ର ବିକ୍ରାନ୍ତ ଜଗଦେବଙ୍କ ସ୍ୱଭାବ କିନ୍ତୁ ମା’ଙ୍କର ବିପରୀତ। ବିକ୍ରାନ୍ତ ରୁକ୍ଷ, କଠୋର ଓ ବିଶୃଙ୍ଖଳ ମଧ୍ୟ।

ଜନ୍ମିତ ପୁତ୍ରର ଆଚରଣରେ ଅତିଷ୍ଠ ରାଜରାଜେଶ୍ୱରୀ ସମୟଚକ୍ରରେ ଏକ ବସ୍ତିରୁ ଦୁଇ ଅନାଥ ପିଲାଙ୍କୁ ରାଜପ୍ରାସାଦକୁ ଆଣି ସେମାନଙ୍କୁ ନିଜ ପୁଅ ଓ ଝିଅର ମାନ୍ୟତା ଦିଅନ୍ତି। ରାଣୀଙ୍କ ଶୃଙ୍ଖଳିତ ଓ ଶିକ୍ଷଣୀୟ ଜୀବନଚର୍ଯ୍ୟା ଏବଂ ରାଜପରିବାରର ଛତ୍ରଛାୟା ତଳେ ବଡ଼ ହୁଅନ୍ତି ପାଳିତ ପୁଅ କ୍ରିଷ୍ଣକାନ୍ତ ଜଗଦେବ ଓ ଝିଅ ନନ୍ଦିନୀ ଜଗଦେବ। ସେମାନେ ବି ମା’ଙ୍କ ଭଳି ଚାହାନ୍ତି ଏକ ସମାନ୍ତରାଳ ଗଣତାନ୍ତ୍ରିକ ଜୀବନ। କିନ୍ତୁ ପରିସ୍ଥିତି ଏପରି ହୁଏ ଯେ ରାଜରାଜେଶ୍ୱରୀ କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ ହୁଅନ୍ତି।

ନିଜ ଜନ୍ମିତ ପୁତ୍ର ବିକ୍ରାନ୍ତଙ୍କୁ ଗୁଳିକରି ହତ୍ୟା କରଇବାକୁ ରାଣୀ ବାଧ୍ୟ ହୁଅନ୍ତି। ଆଉ ଏହା ପରେ ବଦଳିଯାଏ ରାଜରାଜେଶ୍ୱରୀଙ୍କ ଜୀବନଚକ୍ର। ଏଥିରେ କାହାଣୀ ଶେଷ ହୋଇ ଯାଇନାହିଁ। କିନ୍ତୁ ଏହି ରୋମାଞ୍ଚଭରା କାହାଣୀର କ୍ଲାଇମାକ୍ସ ଜାଣିବା ପାଇଁ ଆପଣଙ୍କୁ ବାଘାଯତୀନ୍‌ ଲୋକନାଟ୍ୟର ସୁପରହିଟ୍‌ ନାଟକ ‘ମୃତ୍ୟୁଦଣ୍ଡ’କୁ ଦେଖିବାକୁ ପଡ଼ିବ।

ନାଟ୍ୟକାର ଅରୁଣ ବାରିକଙ୍କ ଏହି ଲୋମଟାଙ୍କୁରା କାହାଣୀକୁ ନେଇ ନାଟକ ‘ମୃତ୍ୟୁଦଣ୍ଡ’ର ନିର୍ଦ୍ଦେଶନା ଦେଇଛନ୍ତି ଓଲିଉଡ୍‌ ନିର୍ଦ୍ଦେଶକ ମହେଶ ହାଜରା। ଚଳିତବର୍ଷ ପ୍ରଥମ ଥର ପାଇଁ ମହେଶ୍‌ ଯଲିଉଡ୍‌ରେ ପାଦ ଥାପିଛନ୍ତି। ନାଟକର ଗୀତଗୁଡ଼ିକ ନିଗମ ମିଶ୍ର ଲେଖିଥିବା ବେଳେ ସେସବୁକୁ ସଂଗୀତରେ ସଜାଇଛନ୍ତି ମିହିର ମହାନ୍ତି।

ନାଟକ ‘ମୃତ୍ୟୁଦଣ୍ଡ’ ଚଳିତବର୍ଷ ଯଲିଉଡ଼୍‌ର ଦର୍ଶକ ମହଲରେ ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି।



from Odisha Reporter https://ift.tt/2NtEWPg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages