
ମୁମ୍ବାଇ: ଫ୍ୟାଶନ୍ ଡିଭା ସୋନମ୍ କପୁର ସୋଶାଲ୍ ମିଡିଆରେ ସବୁବେଳେ ଆକ୍ଟିଭ୍ ଥା’ନ୍ତି। ନିଜ ଟ୍ୱିଟର୍ ଓ ଇନ୍ଷ୍ଟାଗ୍ରାମ୍ ପେଜ୍ରେ ନିୟମିତ ପ୍ରାୟ କିଛି ନା କିଛି ସେ ଶେୟାର୍ କରନ୍ତି।
ଏହି ୩୩ ବର୍ଷୀୟ ଅଭିନେତ୍ରୀ ଏବେ କିନ୍ତୁ ଟ୍ୱିଟର୍ ପେଜ୍କୁ ବାଏ ବାଏ କରିଛନ୍ତି। ସାମୟିକ ଭାବେ ସେ ନିଜ ଟ୍ୱିଟର୍ ଆକାଉଣ୍ଟ୍କୁ ବନ୍ଦ କରି ଦେଇଥିବା ସମ୍ପର୍କରେ ନିଜେ ଶନିବାର ସୂଚନା ଦେଇଛନ୍ତି।
I’m going off twitter for a while. It’s just too negative. Peace and love to all !
— Sonam K Ahuja (@sonamakapoor) October 6, 2018
ତେବେ ସୋଶାଲ୍ ନେଟୱର୍କିଂ ସାଇଟ୍ରୁ ହଠାତ୍ କାହିଁକି ଏପରି ବ୍ରେକ୍ ନେଲେ ସେ ବିଷୟରେ ସୋନମ୍ କିଛି ସ୍ପଷ୍ଟ କରିନାହାନ୍ତି। ସେ ଖାଲି ଏତିକି କହିଛନ୍ତି ଯେ ଟ୍ୱିଟର୍ ଏବେ ଖୁବ୍ ନକରାତ୍ମକ ହୋଇଗଲାଣି। ଆକାଉଣ୍ଟ୍କୁ ସାଇନ୍ ଆଉଟ୍ କରିବା ପୂର୍ବରୁ, ସୋନମ୍ ନିଜ ଫଲୋଅର୍ଙ୍କ ଶାନ୍ତି କାମନା କରିବା ସହ ସେମାନଙ୍କୁ ନିଜ ଭଲ ପାଇବା ଜଣାଇଛନ୍ତି। ସେ ଲେଖିଛନ୍ତି, “ମୁଁ କିଛି ଦିନ ପାଇଁ ଟ୍ୱିଟର୍ରୁ ବିରତି ନେଉଛି। ଏହା ଖୁବ୍ ନକରାତ୍ମକ ହୋଇଗଲାଣି। ସମସ୍ତଙ୍କ ପାଇଁ ଶାନ୍ତି ଓ ଭଲ ପାଇବା କାମନା କରୁଛି।’’
from Odisha Reporter https://ift.tt/2y5vuwr
No comments:
Post a Comment