
କଥାରେ ଅଛି ସନ୍ଡେ ହୋ ୟା ମନ୍ଡେ ରୋଜ୍ ଖାଉଁ ଅଣ୍ଡେ। କାରଣ ଅଣ୍ଡା ଖାଇବା ଦ୍ୱାରା ଆମର ଅନେକ ଫାଇଦା ହୋଇଥାଏ। ଏଥିରେ ଥିବା ଭିଟାମିନ୍ ‘ବି’ ମିନେରାଲସ୍ ଶରୀରକୁ ପୋଷକତତ୍ୱ ଯୋଗାଇଥାଏ। ଅଣ୍ଡା ଖାଇବା ଦ୍ୱାରା ଶରୀରରେ ଷ୍ଟାମିନା ମଜଭୁତ୍ ହୋଇଥାଏ। କାରଣ ଗୋଟିଏ ଅଣ୍ଡା ଖାଇବା ଦ୍ୱାରା ଆପଣଙ୍କୁ ୬ ଗ୍ରାମ ପ୍ରୋଟିନ୍ ମିଳିଥାଏ। ଅନେକ ଲୋକଙ୍କ ଶରୀରରେ ଆଇରନ୍ ଅଭାବ ଥାଏ। ସେମାନଙ୍କ ଶରୀରରେ ରକ୍ତହୀନତା ମଧ୍ୟ ଦେଖାଯାଇଥାଏ।
ଯେଉଁ କାରଣରୁ ସେମାନଙ୍କ ଶରୀର ଦୁର୍ବଳ ହୋଇଥାଏ। କଷ୍ଟ ଅନୁଭବ ହୁଏ। ଚିଡ଼ାଚିଡ଼ା ଲାଗେ। ତେଣୁ ଅଣ୍ଡା ଖାଇବା ଦ୍ୱାରା ଆଇରନ୍ ବଢ଼ିଥାଏ। ଆଉ ଏସବୁ ସମସ୍ୟାରୁ ମୁକ୍ତି ମିଳିଥାଏ। ବିଶେଷକରି ଗର୍ଭବତୀ ମହିଳାମାନେ ଅଣ୍ଡା ଖାଇବା ଉଚିତ୍। ଯଦି ଆପଣଙ୍କ ବାଳ ଝଡ଼ୁଛି ଏହାର ସୁରକ୍ଷା ପାଇଁ ଆପଣ ଅଣ୍ଡା ଖାଇବା ଜରୁରୀ। କାରଣ ଅଣ୍ଡାରେ ଭିଟାମିନ୍ ‘ଏ’ ରହିଛି। ଯାହା ମୁଣ୍ଡର ବାଳକୁ ମଜଭୁତ୍ କରିଥାଏ। ସେହିପରି ଅଣ୍ଡା ଶରୀରରେ ପ୍ରତରୋଧକ ଶକ୍ତି ବୃଦ୍ଧି କରିଥାଏ।
ଅଣ୍ଡାରେ ଭିଟାମିନ୍ B2-9%, ଭିଟାମିନ୍ B5-7%, ଭିଟାମମିନ୍ B୧୨-9 %, ଭିଟାମିନ୍ A-6% ଆଦି ତତ୍ତ୍ୱ ରହିଛି। ଅଣ୍ଡା ଖାଇବା ଦ୍ୱାରା ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି ହୁଏ । ରୁପି ସମସ୍ୟା ଥିଲେ ଅଣ୍ଡାକୁ କେଶରେ ମାଲିସ କରି ଧୋଇବା ଦ୍ୱାରା ସୁଫଳ ମିଳିଥାଏ । ଦୃଷ୍ଟି ଶକ୍ତି ବୃଦ୍ଧି ପାଇଁ ନିୟମିତ ସକାଳେ ଅଣ୍ଡା ସେବନ କରନ୍ତୁ। ଶରୀରର ମାଂଶପେଶୀକୁ ଆପଣ ଯଦି ମଜବୁତ କରିବାକୁ ଚାହୁଁଛନ୍ତି ତେବେ ପ୍ରତ୍ୟେକ ଦିନ୨ଟି ସିଝା ଅଣ୍ଡା ଖାଇବା ଆବଶ୍ୟକ। କାରଣ ଏଥିରେ ପ୍ରଚୁର ପରିମାଣରେ କ୍ୟାଲ୍ସିୟମ ରହିଛି। ଯାହା ଦ୍ୱାରା ଏହା ମାଂଶପେଶୀକୁ ମଜବୁତ କରିବାରେ ସହାୟକ ହୋଇଥାଏ।
from Odisha Reporter https://ift.tt/2Od8MNd
No comments:
Post a Comment