ବ୍ୟାଙ୍କ ଏବଂ ଟେଲିକମ୍‌ କମ୍ପାନୀରେ ‘ଆଧାର’ ଲିଙ୍କ ପାଇଁ ମିଳିପାରେ ଅନୁମତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 6, 2018

ବ୍ୟାଙ୍କ ଏବଂ ଟେଲିକମ୍‌ କମ୍ପାନୀରେ ‘ଆଧାର’ ଲିଙ୍କ ପାଇଁ ମିଳିପାରେ ଅନୁମତି

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ସଂସଦରେ ବିଧେୟକ ଆଣି ପୂର୍ବବତ୍ ବ୍ୟାଙ୍କ ଏବଂ ଟେଲିକମ୍‌ କ୍ଷେତ୍ରରେ ‘ଆଧାର’ ବାଧ୍ୟତାମୂଳକ କରିହେବ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ମତ ଦେଇଛନ୍ତି। କିନ୍ତୁ ସରକାର ଆଇନ ଆଣିବେ କି ନା ସେକଥା ସ୍ପଷ୍ଟ କରିନାହାନ୍ତି।

ଗତ ମାସରେ ସୁପ୍ରିମ୍‌କୋର୍ଟ ଆଧାରର ବୈଧତା ବଜାୟ ରଖିବା ସହିତ ଘରୋଇ କ୍ଷେତ୍ରରେ ଏହାର ବ୍ୟବହାର ଉପରେ କଟକଣା ଲାଗୁ କରିଥିଲେ। ବିଶେଷ କରି ଟେଲିକମ୍‌ କ୍ଷେତ୍ରରେ ଏହାର ବ୍ୟାପକ ବ୍ୟବହାର ହେଉଥିବା ଯୋଗୁ ଏହାର ବିକଳ୍ପ ବ୍ୟବସ୍ଥା ନିଶ୍ଚିତ ନହେବା ଯାଏ ମୋବାଇଲ୍‌ ଫୋନ୍ ବ୍ୟବହାରକାରୀ ଦ୍ୱନ୍ଦ୍ୱରେ ରହିବେ।

ଜେଟ୍‌ଲୀ ଆଧାର ରାୟକୁ ସ୍ୱାଗତ ଜଣାଇବା ଅବସରରେ ଆହୁରି ମଧ୍ୟ କହିଛନ୍ତି, ଆଧାର ନାଗରିକତ୍ୱର ସାର୍ଟିଫିକେଟ୍‌ ନୁହେଁ ବରଂ ସରକାରୀ ସୁବିଧା ସୁଯୋଗ ଏବଂ ସବ୍‌ସିଡି ଯୋଗାଇବା କ୍ଷେତ୍ରରେ ଉଲ୍ଳେଖନୀୟ ଭୂମିକା ଗ୍ରହଣ କରିଆସିଛି।



from Odisha Reporter https://ift.tt/2IFqRxb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages