ଟି୨୦: ୧.୫ ଓଭରରେ ହାରିଗଲା ୧୫୦ କୋଟିର ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 11, 2018

ଟି୨୦: ୧.୫ ଓଭରରେ ହାରିଗଲା ୧୫୦ କୋଟିର ଦେଶ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର) :ଆଇସିସି ୱାର୍ଲ୍ଡ ଟ୍ୱେଣ୍ଟି୨୦ ଏସିଆ ରିଜିୟନ୍‌ କ୍ୱାଲିଫାୟର୍‌ ବି ମ୍ୟାଚ୍‌ ସବୁରେ ଅଦ୍ଭୁତ ରେକର୍ଡ ସବୁ ଦେଖିବାକୁ ମିଳୁଛି। ଚୀନ୍‌ ନେପାଳ ଉପରେ ଦୀର୍ଘ ଦିନ ଧରି ଦବ୍‌ଦବା ପ୍ରଦର୍ଶନ କରିଆସିଛି, କିନ୍ତୁ କ୍ରିକେଟ୍‌ ସେହି ଗର୍ବ ଟିକକ ରହିବାକୁ ଦେଇନି। ଚୀନ୍‌ର ଦଳୀୟ ସ୍କୋର ୨୬ ରନ୍‌କୁ ନେପାଳ ୧.୫ ବଲ୍‌ରେ ସାରିଦେଇ ନୂଆ କୀର୍ତ୍ତିମାନ୍‌ ସ୍ଥାପନ କରିଛି।

ପ୍ରାୟ ୧୫୦ କୋଟି ଜନସଂଖ୍ୟା ବିଶିଷ୍ଟ ଚୀନ୍‌ ଅଲମ୍ପିକ୍‌ରେ ଦୃଢ଼ ପ୍ରଦର୍ଶନ କରୁଥିବାବେଳେ ମାତ୍ର କିଛି କୋଟିର ଦେଶ ନେପାଳଠାରୁ ଏଭଳି ଳଜ୍ଜାଜନକ ପରାଜୟ ଲାଭ କରିଛି।

ଚୀନ୍‌ ଓ ନେପାଳ ମଧ୍ୟରେ ହୋଇଥିବା ଏହି ମ୍ୟାଚ୍‌ରେ ଚୀନ୍‌ର ଜଣେ ମାତ୍ର ବ୍ୟାଟ୍‌ସମ୍ୟାନ୍‌ ହୋଙ୍ଗ୍‌ ଜିଆଙ୍ଗ୍‌ ୟାନ୍‌ ୨ ଅଙ୍କ ଛୁଇଁ ପାରିଥିଲେ। ୨୭ଟି ବଲ୍‌ରୁ ସେ ୧୧ ରନ୍‌ କରିପାରିଥିଲେ। ଏହାପରେ ଚୀନ୍‌ ଦେଇଥିବା ୨୭ ରନ୍‌ର ଟାର୍ଗେଟ୍‌କୁ ପିଛା କରି ବିନା କୌଣସି କ୍ଷତିରେ ନେପାଳ ମ୍ୟାଚ୍‌ ଜିତିଯାଇଥିଲା।

ଏଥିରେ ବଡ଼ ଭୂମିକା ନେଇଥିଲେ ୩ଟି ଚୌକା ଏବଂ ଗୋଟିଏ ଛକା ସହ ୨୪ ରନ୍‌ କରିଥିବା ବିନୋଦ ଭଣ୍ଡାରୀ। ନେପାଳ ଏହି ଟୁର୍ଣ୍ଣାମେଣ୍ଟରେ ୫ଟି ମ୍ୟାଚ୍‌ରୁ ସମସ୍ତ ୫ଟି ଜିତି ଟେବଲ୍‌ର ଶୀର୍ଷରେ ଅଛି।



from Odisha Reporter https://ift.tt/2ONmDt5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages