
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍): ପକ୍ଷୀଙ୍କୁ ବାସ୍ତୁଶାସ୍ତ୍ରରେ ସ୍ୱତନ୍ତ୍ର ଭାବେ ପରିକଳ୍ପନା କରାଯାଇଛି। ସେମାନଙ୍କୁ ଦେବତୁଲ୍ୟ ସମ୍ମାନ ଦିଆଯାଏ। ହିନ୍ଦୁ ଧର୍ମରେ ଦେବୀ-ଦେବତାଙ୍କ ବାହନ କୌଣସି ପଶୁ କିମ୍ୱା ପକ୍ଷୀ ହୋଇଥାନ୍ତି। ପୂଜା ସମୟରେ ଭଗବାନଙ୍କ ସହିତ ତାଙ୍କ ବାହନଙ୍କୁ ମଧ୍ୟ ଆରାଧନା କରିବାର ବିଧି ରହିଛି।
ବାସ୍ତୁ ଅନୁସାରେ ଦେବ-ଦେବୀଙ୍କର ପ୍ରିୟ ବାହନଙ୍କର ପୂଜା କଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ବାସ୍ତୁଶାସ୍ତ୍ରରେ ଗାଈ, କୁକୁର ଏବଂ ଛେଳିକୁ ରୁଟି ଖାଇବାକୁ ଦେବା ପାଇଁ କୁହାଯାଇଥାଏ। ଏହା ସହିତ ଏମାନଙ୍କୁ ପାଣି ପିଇବାକୁ ଦେବା ପାଇଁ ମଧ୍ୟ କୁହାଯାଇଥାଏ। ବାସ୍ତୁ ଅନୁସାରେ ଏପରି କରିବା ଦ୍ୱାରା ପୂଣ୍ୟ ପ୍ରାପ୍ତି ହୋଇଥାଏ।
ପକ୍ଷୀମାନଙ୍କଠାରୁ ଭବିଷ୍ୟର ସଙ୍କେତ ମିଳୁଥିବା କଥା ମଧ୍ୟ କୁହାଯାଇଛି। ପକ୍ଷୀମାନଙ୍କ ସେବା କରିବା ଦ୍ୱାରା ଆଶୀର୍ବାଦ ମିଳିଥାଏ। କାର୍ତ୍ତିକଙ୍କ ବାହନ ମୟୂର, ସରସ୍ୱତୀଙ୍କ ବାହନ ହଂସ ଏବଂ ବିଷ୍ଣୁଙ୍କର ବାହନ ଗରୁଡ଼ ଥିଲେ ବୋଲି ପୂରାଣରେ ବର୍ଣ୍ଣିତ ହୋଇ ରହିଛି।ସେହିପରି ପେଚା ଲକ୍ଷ୍ମୀଙ୍କର ବାହନ ଅଟେ। ଯଦି ପେଚା ଆପଣଙ୍କ ଘରର ଆଖପାଖରେ ଦେଖିବାକୁ ମିଳୁଛି ତେବେ ଆପଣଙ୍କ ଘରକୁ ଧନ ଆସିବାର ସୂଚନା ମିଳିଥାଏ।
from Odisha Reporter https://ift.tt/2RHxEe2
No comments:
Post a Comment