
ନୱାଦା: ଅଲଗା ଜାତିର ପୁଅକୁ ବିବାହ କରିବା ପାଇଁ ଜଣେ ୧୮ ବର୍ଷୀୟ ଯୁବତୀ ଫେରାର ହୋଇଯିବାରୁ ଝିଅର ପରିବାର ଲୋକ ତାଙ୍କୁ ସର୍ବସମ୍ମୁଖରେ ଦଣ୍ଡ ଦେଇଛନ୍ତି। ଝିଅର ପ୍ରେମକୁ ପ୍ରତ୍ୟାଖ୍ୟାନ କରିବା ସହ ପରିବାର ଲୋକ ତାଙ୍କୁ ଗାଁରେ ଥିବା ଏକ ଗଛରେ ବାନ୍ଧି ଦୀର୍ଘ ଘଣ୍ଟା ଧରି ମାଡ଼ ମାରିବା ସହ ନାନା ପ୍ରକାରର ନିର୍ଯାତନା ଦେଇଛନ୍ତି।
ଖାଲି ପରିବାର ଲୋକନୁହେଁ, ଗାଁ ପଞ୍ଚାୟତ ସଦସ୍ୟମାନେ ମଧ୍ୟ ଯୁବତୀଙ୍କୁ ମାଡ଼ ମାରିଥିବା ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା ବିହାରର ରାଜଧାନୀ ପାଟନାଠାରୁ ୧୧୭ କିମି ଦୂର ନୱାଦା ଜିଲ୍ଲାରେ ଘଟିଛି। ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଭିଡିଓରେ ୧୮ ବର୍ଷୀୟ ଯୁବତୀ ଜଣଙ୍କୁ ଗଛରେ ବନ୍ଧା ଯାଇଛି। ଏହାପରେ ତାଙ୍କ ଚାରିପାଖରେ ଛିଡ଼ା ହୋଇଥିବା ବୟସ୍କ ମହିଳା ଓ ପୁରୁଷମାନେ ତାଙ୍କୁ ମାଡ଼ ମାରୁଛନ୍ତି।
ଆଉ ଏକ ଭିଡିଓରେ ଯୁବତୀ ଜଣଙ୍କ ତଳେ ପଡ଼ିଥିବା ଦେଖିବାକୁ ମିଳିଛି। ଏହି ସମୟରେ ମଧ୍ୟ ସେ ଗଛରେ ବନ୍ଧା ହୋଇଥିବା ଦେଖିବାକୁ ମିଳୁଛି। ଏଥିରେ ଜଣେ ସବୁଜ ରଙ୍ଗରେ ଶାର୍ଟ ପିନ୍ଧି ଥିବା ବ୍ୟକ୍ତି ଏକ ବାଉଁଶ ଫାଳିଆ ଧରିଛନ୍ତି ଏବଂ ଅନ୍ୟ ଜଣେ ବ୍ୟକ୍ତି ଯୁବତୀଙ୍କ ଚୁଟିକୁ ଧରି ଘୋଷାରୁ ଥିବାର ଦୃଶ୍ୟ ରହିଛି। ତେବେ ସବୁଜ ଶାର୍ଟ ପିନ୍ଧି ଥିବା ବ୍ୟକ୍ତି ଜଣଙ୍କ କିଛି ସମୟ ପରେ ଯୁବତୀଙ୍କୁ ପାଣି ପିଇବାକୁ ଦେଇଥିଲେ।
ଯୁବତୀ ଜଣଙ୍କ ଯେଉଁ ପୁଅ ସହ ଫେରାର୍ ହୋଇଯାଇଥିଲେ, ସେ ତାଙ୍କୁ ଦେଢ଼ ବର୍ଷ ହେଲା ଭଲ ପାଉଥିଲେ। ତେବେ ପୁଅ ଜଣଙ୍କ ଅଲଗା ଜାତିର ହୋଇଥିବାରୁ ଏହି ପ୍ରେମ ସମ୍ପର୍କକୁ ଝିଅର ପରିବାର ଲୋକ ବିରୋଧ କରୁଥିଲେ। ଏଥିପାଇଁ ଯୁବତୀ ଜଣଙ୍କ ଫେରାର୍ ହୋଇଯାଇଥିଲେ। କିନ୍ତୁ ଝିଅର ପରିବାର ଲୋକ ତାଙ୍କୁ ଠାବ କରିବା ସହ ଗାଁକୁ ଆଣି ଏଭଳି ଅମାନବୀୟ ନିର୍ଯାତନା ଦେଇଥିଲେ।
from Odisha Reporter https://ift.tt/2NsBHHB
No comments:
Post a Comment