ଏଥର ଛୁଟିରେ ବୁଲିବାକୁ ଯାଆନ୍ତୁ, ପିଙ୍କ୍ ସିଟିରୁ ଗୋଲ୍ଡେନ୍‌ ସିଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 6, 2018

ଏଥର ଛୁଟିରେ ବୁଲିବାକୁ ଯାଆନ୍ତୁ, ପିଙ୍କ୍ ସିଟିରୁ ଗୋଲ୍ଡେନ୍‌ ସିଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଳାହଳମୟ ଜୀବନ ଜଞ୍ଜାଳ ଭିତରୁ ଟିକେ ହାଲୁକା ହେବାପାଇଁ ଆମେ ବୁଲିଯାଉ। ପ୍ରକୃତି କୋଳରେ ଟିକେ ମନଭରି ବୁଲି ଆସିଲେ ଶାନ୍ତି ଲାଗେ। ଆଉ ଏଇ ବୁଲିବା କଥା ପଡିଲେ ମନେପଡେ ପିଙ୍କ୍‌ ସିଟି ରାଜସ୍ଥାନ। ଭାରତର ସବୁଠାରୁ ସୁନ୍ଦରତମ ସହର। ଯେଉଁଠି ଆମେ ଧାର୍ମିକ, ସାଂସ୍କୃତିକ ଏବଂ ରୋମାଞ୍ଚକର ଟ୍ରିପ୍‌ର ମଜା ନେଇପାରିବେ। ତା’ ହେଲେ ଆସନ୍ତୁ ବୁଲି ଯିବା ପିଙ୍କ୍ ସିଟି ଜୟପୁରରୁ ଗୋଲ୍ଡେନ୍‌ ସିଟି ଯୋଧପୁର।

ପିଙ୍କ୍ ସିଟିରୁ ଗୋଲ୍ଡେନ୍‌ ସିଟି

ପିଙ୍କ୍‌ ସିଟି ଜୟପୁର୍‌ରୁ ଗୋଲ୍ଡେନ୍‌ ସିଟି ଯୋଧପୁରର ଜୈସ୍‌ଲ୍‌ମେର୍‌ ପର୍ଯ୍ୟନ୍ତ ରାସ୍ତା ଆପଣଙ୍କ ପାଇଁ ନିଶ୍ଚିତ ଭାବେ ସ୍ମରଣୀୟ ହେବ। ୫୫୮ କିଲୋମିଟର ଦୂରତ୍ୱର ଏହି ଦୁଇ ସହରକୁ ସଂଯୋଗ କରୁଥିବା ପଥରେ ଯାତ୍ରା କରିବା ଉତ୍ସାହଜନକ । ଏହି ପଥରେ ଗଲାବେଳେ ଆପଣଙ୍କୁ ଅନେକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିବ।

ଜୟପୁରରୁ ଜୈସଲେମର ରହିଛି ଏହି ସବୁ ସ୍ଥାନ
ଏହି ଟ୍ରିପ୍‌କୁ ସ୍ମରଣୀୟ କରିବା ପାଇଁ ରାସ୍ତାରେ ଆପଣଙ୍କ ନଜର ପଡିବ ବାଲିର ପାହାଡ଼, ଲମ୍ୱା ଲମ୍ୱା ପାଦରେ ପାହାଡ଼କୁ ଅତିକ୍ରମ  କରୁଥିବା ଓଟ, ମନ୍ଦିର, କିଲ୍ଲା ଏବଂ ବଡ଼ ବଡ଼ ମହଲ।
ଜୟପୁରରୁ ଜୈସ୍‌ଲ୍‌ମେର୍‌ ଯିବା ପାଇଁ ରାସ୍ତା ଅଜମୈର, ପୁଷ୍କର ଏବଂ ଯୋଧପୁର ଦେଇ ଯାଇଛି। ଏହି ସବୁ ସ୍ଥାନ ବୁଲିବା ପାଇଁ ଆପଣଙ୍କୁ ଅତି କମ୍‌ରେ ୩ରୁ ୪ ଦିନ ଲାଗିବ। ଯଦି ଆପଣ ଅଜମୈର ଯାଉଛନ୍ତି, ତେବେ ଦରଘା ସରିଫ୍‌ ନିଶ୍ଚିନ୍ତ ଯାଆନ୍ତୁ। ଏହି ସ୍ଥାନର ଅନେକ ମାନ୍ୟତା ରହିଛି। କୁହାଯାଏ ଯେ, ଏଠାରେ ମନର ଇଚ୍ଛା ପୂରଣ ହୋଇଥାଏ।

ଅଜମୈରରୁ NH58 ଦେଇ ୧୬ କିଲୋମିଟର ପରେ ଆପଣ ପୁଷ୍କରରେ ପହଞ୍ଚିଯିବେ। ଏଠାରେ ପହଞ୍ଚିବାକୁ ଆପଣଙ୍କୁ ୩୫ ମିନିଟ୍‌ର ସମୟ ଲାଗିବ। ଏହି ସହର ଦେଖିବାକୁ ବହୁତ ରଙ୍ଗୀନ୍‌। ଏଠାକାର ଖାଦ୍ୟ, ପୋଷାକରେ ସେଠାକାର ସଂସ୍କୃତିର ଛାପ ଆପଣ ଦେଖିବାକୁ ପାଇବେ। ଅଜମୈର ଏବଂ ପୁଷ୍କର ସହର ବୁଲିବା ପାଇଁ ଆପଣଙ୍କୁ ଗୋଟିଏ ଦିନ ଲାଗିବ।
ପୁଷ୍କରରୁ ୨୧୪ କିଲୋମିଟର ଡ୍ରାଇଭିଂ କରି ଯିବା ପରେ ଆପଣ ପହଞ୍ଚିଯିବେ ଯୋଧପୁର। ଏଠାକାର ଅଧିକାଂଶ ବିଲ୍‌ଡିଂ ଦେଖିବାକୁ ନୀଳରଙ୍ଗର। ଯାହା ଦେଖିବାକୁ ବହୁତ ସୁନ୍ଦର।
ଯୋଧପୁର ପରେ ଆପଣଙ୍କର ପରବର୍ତ୍ତି ଭ୍ରମଣ ସ୍ଥାନ ହେଉଛି ଜୈସ୍‌ଲ୍‌ମେର୍‌। ଯୋଧପୁରରୁ ଜୈସଲେମର୍‌ ମଧ୍ୟରେ ଦୂରତା ୨୮୨ କିଲୋମିଟର। NH125 ରୁ NH11 ଦେଇ ଆପଣ ୪ ଘଣ୍ଟାରେ ଆପଣ ଜୈସ୍‌ଲ୍‌ମେର୍‌ରେ ପହଞ୍ଚିଯିବେ। ଏଠାରେ ବୁଲିବା ପାଇଁ ଅନେକ ସ୍ଥାନ ରହିଛି।
ଏଠାରେ ଥିବା ୩୦୦୦ ବର୍ଗ କିଲୋମିଟର ଡେଜର୍ଟ ନ୍ୟାସନାଲ୍‌ ପାର୍କ ନିଶ୍ଚିନ୍ତ ଯାଆନ୍ତୁ।
ପ୍ରତିବର୍ଷ ଏଠାରେ ପାଳନ କରାଯାଉଥିବା ଡେଜର୍ଟ ଫେଷ୍ଟିବାଲ୍‌ରେ ଭାଗ ନେବା ପାଇଁ ଚାହୁଁଥିଲେ ଆପଣ ଜାନୁଆରୀରୁ ଫେବୃୟାରୀ ମଧ୍ୟରେ ଯାଆନ୍ତୁ।
ଏହି ସମୟରେ ସମୂର୍ଣ୍ଣ ସହର ସଜେଇ ହୋଇ ରହିଥିବା ଆପଣ ଦେଖିବାକୁ ପାଇବେ। ଯେଉଁ ଲୋକମାନେ ଅଧିକ ରାଗ, ଲୁଣ, ମସଲା ଏବଂ ଖଟା ଖାଇବାକୁ ପସନ୍ଦ କରନ୍ତି, ସେମାନଙ୍କୁ ରାଜସ୍ଥାନର ଖାଦ୍ୟପାନୀୟ ବହୁତ ସ୍ୱାଦିଷ୍ଟ ଲାଗିବ। ଏଠାରେ ଆପଣ ପିଆଜ ପକୁଡ଼ି, ମାୱା କଚୋଡି, କେର ସାଙ୍ଗରୀର ସ୍ୱାଦ ଜାଣିବା ପାଇଁ ନିଶ୍ଚିନ୍ତ ଯାଆନ୍ତୁ।
କେବେ ଯିବେ:
ଅଗଷ୍ଟ ମାସ ପରେ ଆପଣ ଏଠାକୁ କେଉଁ ସମୟରେ ମଧ୍ୟ ଯାଇପାରିବେ। କିନ୍ତୁ ନଭେମ୍ୱରରୁ ମାର୍ଚ୍ଚ ମାସ ମଧ୍ୟରେ ଏଠାକୁ ଯିବା ସବୁଠାରୁ ବେଷ୍ଟ ବୋଲି କୁହାଯାଇଥାଏ।



from Odisha Reporter https://ift.tt/2pFzbV0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages