ମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବିଜେଡିର ପ୍ରଚାର: ହିତାଧିକାରୀଙ୍କୁ କହିଲେ ‘ଶଙ୍ଖ ଚିହ୍ନରେ ଭୋଟ୍‌ ଦିଅ’, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 1, 2018

ମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବିଜେଡିର ପ୍ରଚାର: ହିତାଧିକାରୀଙ୍କୁ କହିଲେ ‘ଶଙ୍ଖ ଚିହ୍ନରେ ଭୋଟ୍‌ ଦିଅ’, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କ୍ଷମତାକୁ କିଭଳି ଦୁରୁପଯୋଗ କରି ଭୋଟ ପାଇଁ ଫାଇଦା ଉଠାଯାଇପାରେ ସେ କଥା ବିଜେଡି ସରକାରଙ୍କୁ ବେଶ ଜଣା। ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ତଥା ଏବାବଦରେ ସହାୟତା ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ବେଳେ ବିଜେଡିର ଦଳୀୟ ନେତା ଓ କର୍ମୀମାନେ ଲୋକମାନଙ୍କୁ କେମିତି ଭୋଟ୍‌ ପାଇଁ ବ୍ୟବହାର କରୁଛନ୍ତି ତା’ର ଏକ ଭିଡିଓ ‘ଓଡ଼ିଶା ରିପୋର୍ଟର’ ହାତରେ ଲାଗିଛି।

କୌଣସି ଏକ କାର୍ଯ୍ୟକ୍ରମରେ ସରକାରୀ ସହାୟତା ବଣ୍ଟା ଯାଉଥିବା ବେଳେ ସେଠାରେ କେମିତି ଲୋକମାନଙ୍କୁ ବିଜେଡିକୁ ଭୋଟ୍ ଦେବା ପାଇଁ କୁହାଯାଉଛି ସେହି ଦୃଶ୍ୟ କ୍ୟାମେରାରେ କଏଦ୍‌ ହୋଇଛି।

ଭିଡିଓରେ ଯାହା ଦେଖାଯାଉଛି, ସରକାରୀ ଯୋଜନାର ବଣ୍ଟନ ପାଇଁ କୌଣସି ଏକ ସଭାର ଆୟୋଜନ କରାଯାଇଛି। ଯୋଜନାରେ ସାମିଲ ହେବା ପାଇଁ ଗାଁରୁ ଆସିଥିବା ବହୁ ନିରୀହ ବୃଦ୍ଧବୃଦ୍ଧା ଓ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ଭିଡ଼ ଜମିଛି।

ଏହି ସମୟରେ ଜଣକ ପରେ ଜଣେ ହିତାଧିକାରୀଙ୍କ ନାମ ଡକାଯାଉଛି। ଆଉ ହାତରେ ଗୋଟିଏ ଗୋଟିଏ କାର୍ଡ ଧରାଇ ଦିଆଯାଉଛି। ପ୍ରତିବଦଳରେ କୁହାଯାଉଛି ବିଜେଡିକୁ ଭୋଟ୍‌ ଦେବ। ଶଙ୍ଖ ଚିହ୍ନରେ ଭୋଟ୍‌ ଦେବ। ସୂର୍ଯ୍ୟପାତ୍ରଙ୍କୁ ଭୋଟ୍‌ ଦେବ। କୁହାଯାଉଛି ରବିବାର ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟପାତ୍ରଙ୍କ ଇଲାକା ଦିଗପହଣ୍ଡିରେ ଏକ ସରକାରୀ କାର୍ଯ୍ୟକ୍ରମ ଥିଲା। ସଭାରେ ଖୋଦ୍ ମନ୍ତ୍ରୀ ବି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଲୋକମାନଙ୍କୁ ଖଣ୍ଡିଏ ଖଣ୍ଡିଏ କାର୍ଡ ଧରାଇ ଦିଆଯାଇ ଏମିତି ଦଳୀୟ ପ୍ରଚାର କରାଯାଇଥିଲା।

ଏହାକୁ ରାଜନୈନୀତିକ ମହଲରେ ନାପସନ୍ଦ କରାଯାଇଛି। ପୂର୍ବରୁ ବିଜେପୁର ଉପ ନିର୍ବାଚନରେ ବିଧାୟକ ଅରୁଣ ସାହୁ ଏକ ସଭାରେ ଯୋଗ ଦେଇ ଭୋଟରଙ୍କୁ ଏମିତି ପ୍ରଲୋଭିତ କରିଥିବା ଅଭିଯୋଗ ହୋଇଥିଲା। ସଭାରେ ଅରୁଣ ସାହୁ ପ୍ୟାକେଜ୍‌ ଘୋଷଣା କରିଥିଲେ।  କହିଥିଲେ ଯେଉଁ ଗାଁ ଅଧିକ ଲିଡ୍‌ ଦେବ ସେହି ଗାଁକୁ ଅଧିକ ପୁରସ୍କାର ମିଳିବ। ଭାଷଣରେ ଅରୁଣ କହିଥିଲେ ଯେ, କଥା ଦେଉଛି ଯେଉଁ ଗାଁ ଯେତେ ଅଧିକା ଲିଡ୍ ଦେବ ସେହି ଗାଁକୁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଅଧିକ ପୁରସ୍କୃତ କରାଯିବ । ଅରୁଣଙ୍କ ଏମିତି ପ୍ୟାକେଜ ଘୋଷଣାକୁ ନେଇ ସେତେବଳେ ଖୁବ୍‌ ତମ୍ବିତୋଫାନ ହୋଇଥିଲା।

 



from Odisha Reporter https://ift.tt/2RgMc3V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages