ଘରର ଏହି ଦିଗରେ ରଖନ୍ତୁ ଡାଇନିଂ ସ୍ପେସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 1, 2018

ଘରର ଏହି ଦିଗରେ ରଖନ୍ତୁ ଡାଇନିଂ ସ୍ପେସ୍‌

bastu2

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଡାଇନିଂ ସ୍ପେସ୍‌ ଠିକ୍‌ ସ୍ଥାନରେ ରହିଲେ, ପରିବାରର ସମସ୍ତଙ୍କୁ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ। ଖାଦ୍ୟରୁ ପରିବାର ଲୋକଙ୍କୁ ଅଧିକ ଶକ୍ତି ମିଳେ ଏବଂ ସବୁ କ୍ଷେତ୍ରରେ ସେମାନେ ଲାଭବାନ୍‌ ହୋଇଥା’ନ୍ତି ବୋଲି ବାସ୍ତୁ ଶାସ୍ତ୍ରରେ କୁହାଯାଏ।

ଡାଇନିଂ ସ୍ପେସ୍‌ କହିଲେ, ଡାଇନିଂ ଟେବୁଲ୍‌ ସହ ଫ୍ରିଜ୍‌ ଓ ଅନ୍ୟାନ୍ୟ ଇଲେକ୍‌ଟ୍ରୋନିକ୍ସ ଉପକରଣ ଏବଂ ଡାଇନିଂ ହଲ୍‌ର କବାଟ ଓ ଝରକା ଆଦି ବାସ୍ତୁ ଶାସ୍ତ୍ର ଅନୁସାରେ ସଠିକ୍ ସ୍ଥାନ ଓ ଦିଗରେ ରହିବା ଆବଶ୍ୟକ।।

ଏବେ ଆସନ୍ତୁ ଜାଣିବା, ବାସ୍ତୁ ଶାସ୍ତ୍ର ଅନୁସାରେ ଡାଇନିଂ ସ୍ପେସ୍‌ର ଦିଗ ଓ ଅନ୍ୟାନ୍ୟ ସାମଗ୍ରୀର ସ୍ଥିତି କିପରି ହେବା ଜରୁରୀ।

ଡାଇନିଂ ସ୍ପେସ୍‌ର ଦିଗ:
bastu8ଡାଇନିଂ ରୁମ୍‌ ବା ସ୍ପେସ୍‌ ଘରର ପଶ୍ଚିମ ଦିଗରେ ରହିବା ସବୁଠାରୁ ଉତ୍ତମ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଏ। ଯଦି ଆପଣଙ୍କ ଘରେ ସ୍ଥାନ ଅଭାବ ଅଛି, ତେବେ ଆପଣ ପୂର୍ବ ଦିଗରେ ମଧ୍ୟ ଡାଇନିଂ ସ୍ପେସ୍‌ ତିଆରି କରି ପାରିବେ। ସେହି ସ୍ଥାନରେ ସୂର୍ଯ୍ୟଙ୍କ କିରଣ ପ୍ରାକୃତିକ ଭାବରେ ପଡ଼ିଲେ, ଘର ତଥା ପରିବାରର ସମସ୍ତଙ୍କ ପାଇଁ ଭଲ।

ଡାଇନିଂ ଟେବୁଲ୍‌ କିପରି ହେବ:
bastu5ଡାଇନିଂ ଟେବୁଲ୍‌ ସର୍ବଦା ବର୍ଗାକାର କିମ୍ୱା ଆୟତ୍ତାକାର ହେବା ଉଚିତ୍‌। ଗୋଲ୍‌ ଏବଂ ଅଣ୍ଡାକାର ଡାଇନିଂ ଟେବୁଲ୍‌ ଘରେ ରଖନ୍ତୁ ନାହିଁ। ଡାଇନିଂ ଟେବୁଲ୍‌ ସର୍ବଦା କାଠରେ ତିଆରି କରନ୍ତୁ। ଏହି ଟେବୁଲ୍‌ ମଝିରେ ଫଳ, ଲୁଣ, ଲଙ୍କା ଏବଂ ଆଚାର ବ୍ୟତୀତ ଅନ୍ୟ କିଛି ଜିନିଷ ରଖନ୍ତୁ ନାହିଁ। ଡାଇନିଂ ଟେବୁଲ୍‌ ଉପରେ ବାଉଁଶ ଗଛ ରଖିବା ଶୁଭ ବୋଲି କୁହାଯାଇଥାଏ।

ଖାଦ୍ୟ ଖାଇବାର ଦିଗ:
bastu6ଡାଇନିଂ ଟେବୁଲ୍‌ ଓ ଚେୟାର୍‌ଗୁଡ଼ିକୁ ଏପରି ସ୍ଥାନରେ ରଖନ୍ତୁ, ଯେପରି ଖାଦ୍ୟ ଖାଇବା ସମୟରେ ଆପଣଙ୍କ ମୁହଁ ପୂର୍ବ, ଉତ୍ତର ଏବଂ ଐଶାନ୍ୟ(ଉତ୍ତର-ପୂର୍ବ) କୋଣକୁ ହେଉଥିବ। ଦକ୍ଷିଣ ଦିଗକୁ ମୁହଁ କରି କେବେ ଖାଦ୍ୟ ଖାଆନ୍ତୁ ନାହିଁ। ଭୋଜନ କରିବା ସମୟରେ ଘରର ମୁଖ୍ୟଙ୍କ ମୁହଁ ସର୍ବଦା ପୂର୍ବ ଦିଗକୁ ହେବା ଉଚିତ୍‌।

ୱାଶ୍‌ ବେସିନ୍‌:
bastu1ଡାଇନିଂ ସ୍ପେସ୍‌ ପାଖରେ ଏକ ୱାଶ୍‌ ବେସିନ୍‌ ରହିବା ଭଲ। ବାସ୍ତୁ ଶାସ୍ତ୍ର ଅନୁସାରେ, ଏହି ବେସିନ୍‌ ଉତ୍ତର-ପୂର୍ବ ଏବଂ ଉତ୍ତର-ପଶ୍ଚିମ ଦିଗରେ ରହିବା ସବୁଠାରୁ ଭଲ। ତେବେ ପିଇବା ପାଣିକୁ ସର୍ବଦା ପୂର୍ବ ଏବଂ ଉତ୍ତର ଦିଗରେ ରଖନ୍ତୁ।

କବାଟ ଏବଂ ଝରକା:
ଡାଇନିଂ ରୁମ୍‌ର କବାଟ ଘରର ମୁଖ୍ୟ ଦ୍ୱାରରେ ରହିବା ଭଲ ନୁହେଁ। ଏହା ସହ ଡାଇନିଂ ରୁମ୍‌ ସାମ୍ନାରେ ପୂଜା ଘର କିମ୍ୱା ଗାଧୁଆ ଘରର କବାଟ ଖୋଲିବା ଉଚିତ୍ ନୁହେଁ। ପୂଜା ଘର ଏବଂ ଗାଧୁଆ ଘରକୁ ଡାଇନିଂ ରୁମ୍‌ ଅବା ସ୍ପେସ୍‌ ସହ କେବେ ବି ଯୋଡ଼ନ୍ତୁ ନାହିଁ। ଡାଇନିଂ ରୁମ୍‌ର କବାଟ ଏବଂ ଝରକା ପୂର୍ବ ଏବଂ ଉତ୍ତର ଦିଗରେ ହେବା ଉଚିତ୍‌।

ଆବଶ୍ୟକ ଥାକ ରଖିବା ସ୍ଥାନ:
bastu3ଯଦି ଆପଣ ନିଜ ଡାଇନିଂ ସ୍ପେସ୍‌ରେ ଆବଶ୍ୟକ ସାମଗ୍ରୀ ରଖିବା ପାଇଁ କୌଣସି ଥାକ ତିଆରି କରିବାକୁ ଚାହୁଁଛନ୍ତି, ତେବେ ଏହାକୁ ଦକ୍ଷିଣ ଏବଂ ପଶ୍ଚିମ ଦିଗରେ ରଖନ୍ତୁ।

ଫୋଟୋ ଏପରି ରଖନ୍ତୁ:
bastu4ଡାଇନିଂ ରୁମ୍‌ର କାନ୍ଥରେ କେବେ ବି ପୂର୍ବପୁରୁଷ, ହିଂସ୍ର ପଶୁ, ଭଙ୍ଗା ଜିନିଷ ଏବଂ ଆଧୁନିକ ଚିତ୍ର ନାଁରେ ବଙ୍କା ତେଢ଼ା ଫୋଟୋ ଲଗାନ୍ତୁ ନାହିଁ। ଏଠାରେ ଆପଣ ପ୍ରାକୃତିକ ପରିବେଶର ସୁନ୍ଦର ଫୋଟୋ କିମ୍ୱା ଆପଣଙ୍କ ପରିବାରର ଭଲ ଫଟୋ ଲଗାନ୍ତୁ।

ଏହି ଦିଗରେ ଫ୍ରିଜ୍‌ ରଖନ୍ତୁ:
bastu7ଫ୍ରିଜ୍‌ ଏବଂ ଅନ୍ୟାନ୍ୟ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ଘରର ଦକ୍ଷିଣ ଦିଗ ଅବା ଆଗ୍ନେୟ କୋଣରେ ରହିବା ବାସ୍ତୁ ଅନୁସାରେ ଶୁଭ ବୋଲି କୁହାଯାଏ।



from Odisha Reporter https://ift.tt/2DLxQ9h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages