କ୍ରିକେଟର୍‌ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ହେଲେ କର୍‌ନି ସେନାର ଗୁଜରାଟ ମହିଳା ଶାଖା ମୁଖ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 21, 2018

କ୍ରିକେଟର୍‌ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ହେଲେ କର୍‌ନି ସେନାର ଗୁଜରାଟ ମହିଳା ଶାଖା ମୁଖ୍ୟ

ଅହମ୍ମଦାବାଦ୍‌: ଟିମ୍‌ ଇଣ୍ଡିଆର ବାମହାତୀ ସ୍ପିନିଂ ଅଲ୍‌ରାଉଣ୍ଡର୍‌ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭା ସୋଲାଙ୍କିଙ୍କୁ ମିଳିଛି ନୂଆ ଦାୟିତ୍ୱ।

ରାଜପୁତ ଗୋଷ୍ଠୀ ଦ୍ୱାରା ଗଠିତ ‘କର୍‌ନି ସେନା’ର ଗୁଜରାଟ ଶାଖା ରିଭା ଜାଡେଜାଙ୍କୁ ରାଜ୍ୟ ମହିଳା ଶାଖା ମୁଖ୍ୟ ଭାବେ ନିଯୁକ୍ତି ଦେଇଛି। ଏହି ନୂଆ ନିଯୁକ୍ତି ପାଇବା ପରେ ଜାଡେଜା ପତ୍ନୀ ରିଭା କହିଛନ୍ତି ଯେ ନିଜ ସମ୍ପ୍ରଦାୟ ପାଇଁ କିଛି ଭଲ କାମ କରିବାକୁ କରିବାକୁ ତାଙ୍କୁ ମିଳିଥିବା ଏହି ସୁଯୋଗର ସଦ୍‌ବ୍ୟବହାର କରି ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଏହି ନୂଆ ଦାୟିତ୍ଵକୁ ସଠିକ୍‌ ରୂପେ ନିର୍ବାହ କରିବା ପାଇଁ ସ୍ୱାମୀ ରବୀନ୍ଦ୍ର ଜାଡେଜାଙ୍କ ସମର୍ଥନ ତାଙ୍କ ପଛରେ ରହିଛି ବୋଲି ରିଭା ସୋଲାଙ୍କି କହିଛନ୍ତି।

ସୂଚନାଯୋଗ୍ୟ, ସଂଜୟ ଲୀଲା ବଂଶାଲି ନିର୍ଦ୍ଦେଶିତ ତଥା ଦୀପିକା ପାଦୁକୋନ୍‌ ଅଭିନୀତ ଫିଲ୍ମ ‘ପଦ୍ମାବତୀ’କୁ ବିରୋଧ କରି ‘କର୍‌ନି ସେନା’ ଦେଶବ୍ୟାପୀ ଚର୍ଚ୍ଚା ସୃଷ୍ଟି କରିଥିଲା।



from Odisha Reporter https://ift.tt/2NNdqMN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages