ଅମୃତସର ଟ୍ରେନ୍‌ ଦୁର୍ଘଟଣା, ଦୁଇଦିନ ହେବ ରେଳଧାରଣାରେ ବସିରହିଲେ ବିକ୍ଷୋଭକାରୀ, ଆଜି କ’ଣ ହେଲା ପଢ଼ନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 21, 2018

ଅମୃତସର ଟ୍ରେନ୍‌ ଦୁର୍ଘଟଣା, ଦୁଇଦିନ ହେବ ରେଳଧାରଣାରେ ବସିରହିଲେ ବିକ୍ଷୋଭକାରୀ, ଆଜି କ’ଣ ହେଲା ପଢ଼ନ୍ତୁ

ଅମୃତସର: ଦୁର୍ଘଟଣାର ଦୁଇ ଦିନ ଧରି ଜଳନ୍ଧର- ଅମୃତସର ଟ୍ରେନ ରୁଟରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଜୟା ଦଶମୀରେ ରାବଣପୋଡ଼ି ବେଳେ ଟ୍ରେନ୍‌ ଧକ୍କାରେ ୬୧ ଜଣଙ୍କ ମୃତ୍ୟୁ ପାଇଁ ଆୟୋଜକଙ୍କୁ ଦାୟୀ କରି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନ ଜାରି ରଖିଥିଲେ ସ୍ଥାନୀୟ ଲୋକେ। ଆଜି ଏହି ଆନ୍ଦୋଳନ ଉଗ୍ରରୂପ ଧାରଣ କରିବାରୁ ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଲାଠି ଚାଳନା କରିଥିଲା। ଦୁର୍ଘଟଣା ପରଠାରୁ ସେହି ରୁଟରେ ୨୭ଟି ଟ୍ରେନ ଚଳାଚଳ ବନ୍ଦ ହୋଇଯାଇଥିଲା।

ରେଳ ଧାରଣାରେ ପ୍ରତିବାଦ କରୁଥିବା ବିକ୍ଷୋଭକାରୀଙ୍କୁ ହଟାଇବା ପୁଲିସକୁ ଆଜି ନାକେଦମ ହେବାକୁ ପଡ଼ିଥିଲା। ଏପରିକି ରାପିଡ୍‌ ଆକ୍ସନ ଫୋର୍ସର ସହାୟତା ଲୋଡ଼ିଥିଲା ପଞ୍ଜାବ ପୁଲିସ। ରାବଣପୋଡ଼ି ଆୟୋଜକ କମିଟିର କର୍ମକର୍ତ୍ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ୍‌ ହେଉ ବୋଲି ବିକ୍ଷୋଭକାରୀ ଦାବି କରିଥିଲେ। ଏହାକୁ ନେଇ ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଖଣ୍ଡଯୁଦ୍ଧ। ଏଥିରେ କିଛି ପୁଲିସ୍‌ କର୍ମୀ ଆହତ ହୋଇଥିବା ବେଳେ  ସ୍ଥିତି ନିୟନ୍ତ୍ରଣ କରିବାକୁ ପୁଲିସକୁ ଲାଠିମାଡ଼ କରିବାକୁ ପଡ଼ିଥିଲା।

ତେବେ ଆନ୍ଦୋଳନକାରୀ ହଟିବା ପରେ ସେହି ରୁଟ୍‌ରେ ଆଜି ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପରୀକ୍ଷାମୂଳକ ଭାବେ ଏକ ମାଲଗାଡ଼ିକୁ ସେହି ରୁଟରେ ଛଡ଼ା ଯାଇଥିଲା। ଅନ୍ୟପଟେ ମୃତାହତମାନଙ୍କୁ କ୍ଷତିପୂରଣ ଦେବା ପାଇଁ ପଞ୍ଜାବ ସରକାର ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି। ଏହି ବୈଠକରେ ପର୍ଯ୍ୟଟନ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଆହତମାନଙ୍କୁ ଯେପରି ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ସେନେଇ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେପଟେ ଦୁର୍ଘଟଣାକୁ ନେଇ ଜୋର ଧରିଛି ରାଜନୀତି। ବିଜୟା ଦଶମୀ ଦିନ ଅମୃତସରର ଚୌରା ବଜାର ନିକଟରେ ରାବଣପୋଡ଼ି ଚାଲିଥିଲା। ଏହି ସମୟରେ ଶତାଧିକ ଦର୍ଶକ ରେଳ ଧାରଣା ଉପରକୁ ଆସି କାର୍ଯ୍ୟକ୍ରମକୁ ଉପଭୋଗ କରୁଥିବା ବେଳେ ଜଳନ୍ଧର-ଅମୃତସର ଡିଏମୟୁ ଟ୍ରେନ ଆସି ସେମାନଙ୍କ ଉପରେ ମାଡ଼ି ଯିବାରୁ ୬୧ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ।



from Odisha Reporter https://ift.tt/2RZFH69

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages