ଖୋଲିଲା ସାବରୀମାଲା, ମହିଳାଙ୍କୁ ଛାଡ଼ୁନାହାନ୍ତି ଆନ୍ଦୋଳନକାରୀ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 17, 2018

ଖୋଲିଲା ସାବରୀମାଲା, ମହିଳାଙ୍କୁ ଛାଡ଼ୁନାହାନ୍ତି ଆନ୍ଦୋଳନକାରୀ  

ନିଲାକ୍କାଲ (ଓଡ଼ିଶ ରିପୋର୍ଟର): ଅନେକ ବିବାଦ, ବିକ୍ଷୋଭ ଏବଂ ତମ୍ବି ତୋଫାନ ପରେ ଶେଷରେ ଭଗବାନ ଆୟପ୍ପାଙ୍କ ଶ୍ରଦ୍ଧାଳୁମାନଙ୍କ ଅପେକ୍ଷାର ଅନ୍ତ ଘଟିଛି। ଏପରିକି ଗଣ ଆତ୍ମହତ୍ୟା ଧମକକୁ ଖାତିର ନକରି ସମସ୍ତ ବୟସର ମହିଳା ଶ୍ରଦ୍ଧାଳୁଙ୍କ ସମେତ ଭଗବାନ ଆୟପ୍ପାଙ୍କ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ସାବରୀମାଲାଠାରେ ଥିବା ମନ୍ଦିର ଖୋଲି ଦିଆଯାଇଛି। ସନ୍ଧ୍ୟା ୫ଟାରେ ଏହି ପାହାଡ଼ି ତୀର୍ଥକ୍ଷେତ୍ରକୁ ଖୋଲାଯାଇଛି। 
 
ଏଥିରେ ବିଜେପି ରାଜନୀତିର ରଙ୍ଗ ଲଗାଇବା ସହିତ କେରଳ ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦେଇଛି, ‘ଏହି ବିକ୍ଷୋଭ କେରଳର ଭବିଷ୍ୟତ ବଦଳାଇବ। ପୁଲିସ୍‌ ହିନ୍ଦୁଭକ୍ତଙ୍କୁ ଲାଠି ଚାର୍ଜ କଲେ ପରିସ୍ଥିତି ଭୟାନକ ହେବ।’
 
ଅନ୍ୟପକ୍ଷରେ ଶେଷଖବର ସୁଦ୍ଧା ବିକ୍ଷୋଭକାରୀମାନେ ବିରୋଧ କରୁଥିବା ୧୦ରୁ ୫୦ ବର୍ଷର ମହିଳା ଏଯାଏ ମନ୍ଦିର ଭିତରକୁ ପ୍ରବେଶ କରିନାହାନ୍ତି। ଦୁଇଜଣ ମହିଳା ପାମ୍ବା ନଦୀ ପାଖରେ ଥିବା ବେସ୍‌ କ୍ୟାମ୍ପଠାରୁ ଯାତ୍ରା ଆରମ୍ଭ କରି ୫ କିଲୋମିଟର ପାହାଡ଼ ଚଢ଼ିଥିଲେ ମଧ୍ୟ ସେମାନଙ୍କୁ ବିକ୍ଷୋଭକାରୀମାନେ ଫେରାଇ ଦେଇଛନ୍ତି। 
 
ଏହା ସତ୍ତ୍ୱେ ମଧ୍ୟ ଆଜି ଦିନ ତମାମ ମନ୍ଦିରର ମୁଖ୍ୟ ପ୍ରବେଶଦ୍ୱାରଠାରେ ପୁଲିସ୍ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଲାଗିରହିଥିଲା। ମନ୍ଦିର ଆଡ଼କୁ ଯାଉଥିବା ଶ୍ରଦ୍ଧାଳୁଙ୍କୁ ବିକ୍ଷୋଭକାରୀମାନେ ଢେଲାମାଡ଼ କରିବାରୁ ପୁଲିସ୍ ଲାଠିଚାର୍ଜ କରିଥିବା ଜଣାଯାଇଛି। ବର୍ତ୍ତମାନ ମଧ୍ୟ ପରସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। 
 
ଏପରିକି ସ୍ଥିତି ଏତେ ଗମ୍ଭୀର ହୋଇଥିଲା ଯେ, ଜୋର ଜବରଦସ୍ତ ମହିଳାମାନଙ୍କୁ ମନ୍ଦିରକୁ ଛଡ଼ାଯାଉନଥିଲା, ଯେଉଁମାନଙ୍କ ମଧ୍ୟରେ ମହିଳା ସାମ୍ବାଦିକ ମଧ୍ୟ ଥିଲେ। ହିଂସା ପରିସ୍ଥିତିକୁ ଆଖି ଆଗରେ ରଖି ପାମ୍ବା, ନିଲାକ୍କାଲ, ସନ୍ନିଧାନମ୍, ଏଲାଭୁଙ୍କଲ୍ ଆଦି ୪ଟି ସ୍ଥାନରେ ପଥନମଥିତା ଜିଲ୍ଲାପାଳ ସିଆରପିସି ୧୪୪ ଲାଗୁ କରିଛନ୍ତି।
 
ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ରାୟ ପରେ ପ୍ରଥମ ଥର ପାଇଁ ଆଜି ସଂଧ୍ୟାରେ ମନ୍ଦିର ଖୋଲିଛି। କିନ୍ତୁ ଏହା ସତ୍ତ୍ୱେ ଆନ୍ଦୋଳନକାରୀମାନେ ୧୦ରୁ ୫୦ ବର୍ଷ ବୟସର କୌଣସି ମହିଳାଙ୍କୁ ଅଶୁଦ୍ଧ ବିଚାର କରି ମନ୍ଦିର ନିକଟକୁ ଛାଡୁ ନାହାନ୍ତି।


from Odisha Reporter https://ift.tt/2pVOVTV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages