ପ୍ରତିମୂର୍ତ୍ତିରେ ଲେଖା ହୋଇଛି, ଆସ ମୋ ଉପରେ ପରିସ୍ରା କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 13, 2018

ପ୍ରତିମୂର୍ତ୍ତିରେ ଲେଖା ହୋଇଛି, ଆସ ମୋ ଉପରେ ପରିସ୍ରା କର

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କିଛି ନା କିଛି କାରଣ ପାଇଁ ସବୁବେଳେ ବିବାଦରେ ରହିଆସିଛନ୍ତି। ଟ୍ରମ୍ପ୍ ଙ୍କର କାର୍ଯ୍ୟକଳାପ ତଥା ଲୋକପ୍ରିୟତା କିଛି ଲୋକଙ୍କୁ ପସନ୍ଦ ଆସିଥିବା ବେଳେ ଅନ୍ୟ କିଛି ଲୋକ ଟ୍ରମ୍ପ୍‌ଙ୍କୁ ଘୃଣା କରିଥାନ୍ତି। ଏବେ ନ୍ୟୁୟର୍କ ସହରର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଥିବା ଟ୍ରମ୍ପଙ୍କ ଏକ ବିବାଦୀୟ ଏବଂ ଅରୁଚିକର ପ୍ରତିମୂର୍ତ୍ତି ଏହି ଘୃଣାଭାବର ପ୍ରତିଫଳନ ବୋଲି କୁହାଯାଉଛି।

ଟ୍ରମ୍ପ୍‌ଙ୍କର ଏହି ଆବକ୍ଷ ପ୍ରତିମୂର୍ତ୍ତିଟିରେ ଗୋଲ୍‌ଡେନ୍‌ ବ୍ରୋଞ୍ଜ୍‌ ରଙ୍ଗ ଦିଆଯାଇ ସୁନ୍ଦର କରାଯାଇଛି ଏବଂ ଏହାର ତଳେ ଲେଖା ଯାଇଥିବା କଥାକୁ ଜାଣିଲେ ଆପଣ ନହସି ରହି ପାରିବେ ନାହିଁ। ଏହି ମୂର୍ତ୍ତିରେ ଟ୍ରମ୍ପ୍‌ଙ୍କର ନଜର ତଳକୁ ରହିଛି ଏବଂ ସେଥିରେ ଲେଖା ଯାଇଛି, ‘ପି ଅନ୍‌ ମି’, ଯାହାର ଅର୍ଥ ହେଉଛି ‘ଆସ, ମୋ ଉପରେ ପରିସ୍ରା କର।’

ମୂର୍ତ୍ତିକୁ ତିଆରି କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି, ଫିଲ୍‌ ଗେବଲ୍। ଫିଲ୍‌ ପେସାରେ ଜଣେ ବିଜ୍ଞାପନ ପ୍ରଫେସନାଲ ଓ ଏକ ପ୍ରତିଷ୍ଠିତ ଭିଡିଓ ଷ୍ଟୁଡିଓର ମୁଖ୍ୟ। ଟ୍ରମ୍ପ୍‌ ଙ୍କ ପ୍ରତି ଥିବା ତାଙ୍କର ବ୍ୟକ୍ତିଗତ ଆକ୍ରୋଶ ଓ ଘୃଣା ଭାବନାକୁ ନେଇ ସେ ଏହି ମୂର୍ତ୍ତିଟିକୁ ତିଆରି କରିଛନ୍ତି। ସୋଶାଲ ମିଡିଆ ଟ୍ୱିଟର୍‌ରେ ମୂର୍ତ୍ତିଟିର ଫଟୋ ଭାଇରାଲ୍‌ ହେବାରେ ଲାଗିଛି। ଏହାକୁ କେତେକ ସୋଶାଲ ମିଡିଆରେ ଅପ୍‌ଲୋଡ୍‌ କଋ ଏହା କୁକୁରମାନଙ୍କ ପରିସ୍ରା କରିବା ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି।

ଫିଲ୍‌ ଗେବଲ୍ କହିଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜଣେ ବ୍ୟକ୍ତି ଏବଂ ଜଣେ ରାଷ୍ଟ୍ରପତି ଭାବରେ ତାଙ୍କୁ ଆଦୌ ପସନ୍ଦ ନୁହନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ନ୍ୟୁୟର୍କ ସହରର ଅନେକ ପ୍ରମୁଖ ସ୍ଥାନରେ ଟ୍ରମ୍ପ୍‌ଙ୍କର ଏଭଳି ପ୍ରତିମୂର୍ତ୍ତି ନେଇ ରଖିଛନ୍ତି। ତାଙ୍କ ମତରେ, “ଟ୍ରମ୍ପ୍‌ ଅନେକ ବିବାଦର ଘେରରେ ରହିଆସିଛନ୍ତି। ତେବେ ଆମେରିକା ରାଷ୍ଟ୍ରପତି ଭାବରେ ତାଙ୍କୁ ଅନେକ ଲୋକ ପସନ୍ଦ କରୁନଥିଲେ ମଧ୍ୟ ଟ୍ରମ୍ପ୍‌ଙ୍କର ଲୋକପ୍ରିୟତା ଉପରେ ତାହାର ଯଥେଷ୍ଟ ପ୍ରଭାବ ପଡ଼ିନାହିଁ।”

ଫିଲ୍‌ ଗେବଲଙ୍କ ଏହା ପ୍ରଥମ ଟ୍ରମ୍ପବିରୋଧୀ ପ୍ରତିମୂର୍ତ୍ତି ନୁହେଁ। ପୂର୍ବରୁ ସେ ଲଣ୍ଡନ୍‌ର ପାର୍ଲାମେଣ୍ଟ୍‌ ଛକରେ ରାଷ୍ଟ୍ରପତିଙ୍କ ନ୍ୟାପ୍‌କିନ୍‌ ପିନ୍ଧା ଏକ ପ୍ରତିମୂର୍ତ୍ତି ତିଆରି କରି ତାଙ୍କୁ ଲୋକହସା କରାଇଥିଲେ।

ଗାବ୍‌ଲେ କହିଛଲ୍ତି, “ଟ୍ରମ୍ପ୍‌ଙ୍କ ବିରୋଧରେ ପ୍ରତିବାଦ କରିବାର ଏପରି ରାସ୍ତା ହୁଏତ ଠିକ୍‌ ନୁହେଁ। ମାତ୍ର ଯେ କୌଣସି ଜିନିଷକୁ ନେଇ ସମସ୍ତଙ୍କର ପ୍ରତିବାଦର ରାସ୍ତା ଅଲଗା ଅଲଗା। ହାସ୍ୟ,ବ୍ୟଙ୍ଗ ଓ କଟାକ୍ଷ ମାଧ୍ୟମରେ ମୋ ବକ୍ତବ୍ୟ ସମସ୍ତଙ୍କୁ ଜଣାଇବା ମୋତେ ଠିକ୍‌ ଲାଗୁଛି।“



from Odisha Reporter https://ift.tt/2yEfxx0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages