
ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର କେନ୍ଦ୍ରସ୍ଥଳରେ ଥିବା ଏକ ବ୍ୟାଙ୍କରୁ ୬ ଜଣ ଦୁର୍ବୃତ୍ତ ସ୍ପଷ୍ଟ ଦିବାଲୋକରେ ୩ ଲକ୍ଷ ଟଙ୍କା ଲୁଟ୍ କରି ଫେରାର୍ ହୋଇଯାଇଛନ୍ତି। ତେବେ ଲୁଟ୍ ବେଳେ ଅସ୍ତ୍ରଶସ୍ତ୍ର ଧରିଥିବା ଦୁର୍ବୃତ୍ତମାନେ ବ୍ୟାଙ୍କ ମଧ୍ୟରେ ଯେଉଁ ସବୁ କାରନାମା
କରିଥିଲେ, ତା’ର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏପରି କି ଦୁର୍ବୃତ୍ତମାନଙ୍କୁ ଲୁଟ୍ରେ ବାଧା ଦେଉଥିବା ବ୍ୟାଙ୍କ କ୍ୟାଶିୟରଙ୍କୁ ମଧ୍ୟ ପ୍ରାଣବଳି ଦେବାକୁ ପଡ଼ିଛି।
ଏହି ଭିଡିଓରେ ଦୁର୍ବୃତ୍ତମାନେ ପ୍ରଥମେ ବ୍ୟାଙ୍କ ସିକ୍ୟୁରିଟି ଗାର୍ଡଙ୍କଠାରୁ ରାଇଫଲ୍ ଛଡ଼ାଉଥିବା ଦେଖିବାକୁ ମିଳିଛି। ଏହି ରାଇଫଲ୍ରୁ ହିଁ ଦୁର୍ବୃତ୍ତମାନେ ବ୍ୟାଙ୍କ କ୍ୟାଶିୟର୍ଙ୍କୁ ଗୁଳି କରିବା ପରେ ୩ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି।
ଦୀର୍ଘ ୧୦ ବର୍ଷ ପରେ ଦିଲ୍ଲୀରେ ପ୍ରଥମଥର ପାଇଁ ବ୍ୟାଙ୍କ ଲୁଟ୍ର ଖବର ଆସିଛି। ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଛାୱଲ୍ଲା ଇଲାକାରେ ଥିବା କର୍ପୋରେସନ୍ ବ୍ୟାଙ୍କରେ ଏଭଳି ଲୁଟ୍ପାଟ୍ ଘଟିଛି।
ପୁଲିସ୍ର ସୂଚନା ଅନୁଯାୟୀ, ଲୁଟେରାମାନେ ପ୍ରଥମେ ୧୦ ଜଣ ଗ୍ରାହକ ଓ ୬ ଜଣ ବ୍ୟାଙ୍କ କର୍ମଚାରୀଙ୍କୁ ହତିଆର ଦେଖାଇ ବନ୍ଧକ ବନାଇଥିଲେ। ତା’ପରେ ସେମାନେ ବ୍ୟାଙ୍କ କ୍ୟାଶିୟର୍ ସନ୍ତୋଷଙ୍କ ଠାରୁ ଟଙ୍କା ନେବାକୁ ଉଦ୍ୟମ କରିଥିଲେ। ତେବେ ସେ ବାଧା
ଦେବାରୁ ଲୁଟେରାମାନେ ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ। ତାଙ୍କୁ ନିକଟସ୍ଥ ଘରୋଇ ହସ୍ପିଟାଲ୍କୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସିସିଟିଭି ଫୁଟେଜ୍କୁ ଆଧାର କରି ପୁଲିସ୍ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିଥିବା
କହିଛି। ଏପରି ଜଣଙ୍କୁ ଗିରଫ କରିଥିବା ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି।
ଦେଖନ୍ତୁ ଭିଡିଓ:
ସୌଜନ୍ୟ: ଏଏନ୍ଆଇ
from Odisha Reporter https://ift.tt/2pYvH0h
No comments:
Post a Comment