କେମିତି ଲିଭରକୁ ରଖିବେ ସୁସ୍ଥ, ପଢ଼ନ୍ତୁ କିଛି ଉପାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 27, 2018

କେମିତି ଲିଭରକୁ ରଖିବେ ସୁସ୍ଥ, ପଢ଼ନ୍ତୁ କିଛି ଉପାୟ

ଆମ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଲିଭର। ଜଣେ ବ୍ୟକ୍ତିର ଲିଭର ଓଜନ ୨.୫ ପାଉଣ୍ଡରୁ ନେଇ ୩ ପାଉଣ୍ଡ ପର୍ଯ୍ୟନ୍ତ ହୋଇଥାଏ। ଲିଭର କୌଣସି ସୁପର୍‌ କମ୍ପ୍ୟୁଟରଠାରୁ କମ୍‌ ନୁହେଁ। ଲିଭର ରକ୍ତରେ ସର୍କରା ନିୟନ୍ତ୍ରଣ, ବିଷାକ୍ତ ପଦାର୍ଥକୁ ବାହାର କରିବା ,ହର୍ମୋନ ତିଆରି କରିବା , ପ୍ରୋଟିନ୍‌ ପୋଷଣ ମାତ୍ରାକୁ ନିୟନ୍ତ୍ରଣ କରିବା ଏମିତି ୫୦୦ ପ୍ରକାର କାର୍ଯ୍ୟ କରିଥାଏ ଲିଭର। ହେଲେ ଲିଭର ଖରାପ ହେଲେ ହେପାଟାଇଟିସ୍ ରୋଗ ହୁଏ । ଏମିତିକି ଲିଭର୍‌ ସିରୋସିସ୍, ଫ୍ୟାଟି ଲିଭର୍‌, ଲିଭର୍‌ ଫେଲ୍ୟୁର, ଲିଭର୍‌ କ୍ୟାନ୍‌ସର ଆଦି ରୋଗ ହୋଇପାରେ। ତେଣୁ ଲିଭର୍‌କୁ କେମିତି ସୁସ୍ଥ ରଖିପାରିବେ ଆସନ୍ତୁ କିଛି ଟିପ୍ସ ଜାଣିବା

୧-ସବୁବେଳେ ବିଶୁଦ୍ଧ ପାଣି ପିଅନ୍ତୁ। କାରଣ ଦୂଷିତ ଖାଦ୍ୟ ଓ ପାଣି ଦ୍ଵାରା ହେପାଟାଇଟିସ୍-ଏ, ବି, ଇ ଯେପରି ଭାଇରାଲ ଇନ୍‌ଫେକ୍ସନ ଆଶଙ୍କା ବଢ଼ିଯାଏ । ଏହାଦ୍ଵାରା ଜଣ୍ଡିସ୍ ହୋଇଥାଏ । ଏଣୁ ଏଥିପ୍ରତି ସାବଧାନ ରହିବା ଦରକାର ।

୨-ଯଦି ଆପଣ ନିଶା ସେବନ କରୁଛନ୍ତି ତେବେ ସତର୍କ ହୋଇ ଯାଆନ୍ତୁ। କାରଣ ମଦ, ଅଫିମ, ସିଗାରେଟ୍ ଆଦି ସେବନ ଲିଭର ରୋଗର କାରଣ ହୋଇପାରେ।

୩- ଲିଭର ସମ୍ବନ୍ଧୀୟ ସମସ୍ୟାରୁ ରକ୍ଷା ପାଇବା ପାଇଁ ତୁଳସୀକୁ ବ୍ୟବହାର କରିପାରିବେ। ଏଥିପାଇଁ ପ୍ରତିଦିନ ସକାଳୁ ଉଠି ଖାଲି ପେଟରେ ପାଖାପାଖି ୧୦-୧୨ଟି ତୁଳସୀ ପତ୍ରକୁ ଗରମ ପାଣିରେ ଧୋଇ ଖାଆନ୍ତୁ । ଏହା ଦ୍ୱାରା ଆପଣ ନିଶ୍ଚୟ ଉପକାର ପାଇବେ।

୪- ଜାମୁକୋଳି ଖାଇବା ଦ୍ୱାରା ଲିଭରକୁ ବହୁ ଉପକାର ମିଳିଥାଏ।

୫-ଖାଦ୍ୟପେୟରେ ଅନିୟମିତତା ଯେପରି ବିଳମ୍ବ ରାତିରେ ଖାଇବା, ଶୋଇବାର ଠିକ୍ ସମୟ ପୂର୍ବରୁ ଖାଇବା ମସଲା ଓ ଚର୍ବିଯୁକ୍ତ ଖାଦ୍ୟ ଖାଇବା, ବାସି ଓ ଦୂଷିତ ଖାଦ୍ୟ ଖାଇବା ଦ୍ଵାରା ଲିଭର ଅଧିକ ପ୍ରାଭାବିତ ହୋଇଥାଏ । ତେଣୁ ଏଥିପ୍ରତି ସତର୍କ ରହିବା ଜରୁରୀ।



from Odisha Reporter https://ift.tt/2OatM2e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages