ଏହି କାରଣରୁ ପାଳନ କରାଯାଏ ଦୀପାବଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 25, 2018

ଏହି କାରଣରୁ ପାଳନ କରାଯାଏ ଦୀପାବଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଭାରତୀୟ ସଂସ୍କୃତିରେ ଏହି ପର୍ବକୁ ଦେଶବ୍ୟାପୀ ପାଳନ କରାଯାଇଥାଏ। ଦେଶର ବିଭିନ୍ନ ପ୍ରାନ୍ତର ପ୍ରାଦେଶିକ ପର୍ବ ତୁଳନାରେ ଏହାର ମହତ୍ୱ ସର୍ବାଗ୍ରେ। ଓଡ଼ିଶାରେ ଏହି ଦିନ ପୂର୍ବପୁରୁଷଙ୍କୁ ଦୀପ ଦାନ କରି ପୂଜାର୍ଚ୍ଚନା କରିବାର ବିଧି ମଧ୍ୟ ରହିଛି। ତେବେ ଆପଣ ଜାଣିଛନ୍ତି କି, ଦୀପାବଳି ପାଳନ କରିବା ପଛର କାହାଣୀଟି କ’ଣ ?

ପୌରାଣିକ ଗ୍ରନ୍ଥ ଅନୁସାରେ, ତ୍ରେତୟା ଯୁଗରୁ ଏହି ପର୍ବ ପାଳନ ଆରମ୍ଭ ହୋଇଛି। ପୁରାଣରେ ମଧ୍ୟ ଏହି ପର୍ବ ବିଷୟରେ ବର୍ଣ୍ଣନା କରାଯାଇଛି। ୧୪ ବର୍ଷ ବନବାସ ସାରିବା ପରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଅଯୋଧ୍ୟାକୁ ଫେରିଥିଲେ। ରାମଙ୍କର ଏହି ପ୍ରତ୍ୟାବର୍ତ୍ତନର ଦିନକୁ ଅଯୋଧ୍ୟାବାସୀ ଧୂମ୍‌ଧାମ୍‌ରେ ପାଳନ କରିଥିଲେ।

୧୪ ବର୍ଷ ଧରି ଘୋର ବନରେ ବିତାଇଥିବା ଶ୍ରୀରାମ ଅମାବାସ୍ୟା ତିଥିରେ ଅଯୋଧ୍ୟା ଫେରିଥିଲେ। ଏଣୁ ଏହି ଅମାବାସ୍ୟା ରାତିର ଅନ୍ଧାରକୁ ଦୂର କରିବା ଲାଗି ଅଯୋଧ୍ୟାବାସୀ ଘରେ ଘରେ ଦୀପ ଜଳାଇଥିଲେ। ନିଜ ଇଷ୍ଟଙ୍କ ଆଗମନକୁ ଦୃଷ୍ଟିରେ ରଖି ଆନନ୍ଦରେ ଆତସବାଜି କରିଥିଲେ। ସହସ୍ର ଦୀପ ଜାଳି ଶ୍ରୀରାମ ଚନ୍ଦ୍ରଙ୍କୁ ସ୍ୱାଗତ କରାଯାଇଥିଲା। ସେହି ଦିନଠାରୁ ଦୀପାବଳି ପାଳନ କରାଯାଉଛି।

ଦୀପାବଳିକୁ ଆଲୋକର ପର୍ବ ବୋଲି କୁହାଯାଇଥାଏ। ଏହି ଦିନ ସମସ୍ତ ଅନ୍ଧକାର ରୂପୀ ଅଶୁଭ ଶକ୍ତିର ବିନାଶ ହୋଇ ସତ୍ୟ ରୂପକ ଆଲୋକ ସାରା ଦୁନିଆକୁ ଆଲୋକିତ କରିଥାଏ। ଏହି ଦିନ ପୂର୍ବ ପୁରୁଷଙ୍କ ସ୍ମୃତି ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା ମଧ୍ୟ କରାଯାଇଥାଏ। ଦୀପ ଜାଳି ସେମାନଙ୍କ ଆତ୍ମାର ସଦ୍‌ଗତି କାମନା କରାଯାଇଥାଏ।



from Odisha Reporter https://ift.tt/2OR3Nlo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages