
କୋଣାର୍କ(ଓଡ଼ିଶା ରିପୋର୍ଟର): ଓଡ଼ିଶା ଉପରେ ଅରୁଚିକର ମନ୍ତବ୍ୟ ପ୍ରସଙ୍ଗରେ ଅଭିଜିତ୍ ଆୟାର ଗିରଫ ହେବା ପରେ କରୁଥିବା ଜାମିନ ଆବେଦନ ବାରମ୍ବାର ଖାରଜ କରୁଛନ୍ତି କୋର୍ଟ। ପୁଣି ଥରେ ସେ କରିଥିବା ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି। କୋଣାର୍କ ଜେଏମ୍ଏଫ୍ସି ଅଭିଜିତ୍ଙ୍କ ଜାମିନ ଆବେଦନକୁ ଖାରଜ କରିଦେବା ପରେ ତାଙ୍କୁ ନିମାପଡ଼ା ସବ୍ଜେଲ୍କୁ ପଠାଇ ଦିଆଯାଇଛି। ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ସେ ବିଚାର ବିଭାଗୀୟ ହାଜତରେ ରହିବେ।
ଅନ୍ୟପକ୍ଷରେ ଐତିହ୍ୟ ସମ୍ପନ୍ନ କୌଣାର୍କ ମନ୍ଦିର ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ୍ଙ୍କୁ ଅଧିକ ପଚରାଉଚରା ପାଇଁ କୋଣାର୍କ ଜେଏମ୍ଏଫସିଙ୍କ ନିକଟରେ ଦୁଇ ଦିନିଆ ରିମାଣ୍ଡ ଆବେଦନ କରିଛି କୋଣାର୍କ ପୁଲିସ୍।
ଗତକାଲି ୪ ଦିନିଆ ବିଚାର ବିଭାଗୀୟ ରିମାଣ୍ଡରେ ନେବା ପରେ କୋଣାର୍କ ଜେଏମଏଫସିଙ୍କ ବାସଭବନରେ ଅଭିଜିତ୍ଙ୍କୁ ହାଜର କରିଥିଲା କୋଣାର୍କ ପୁଲିସ୍।
ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରୁ ଅନୁମତି ମିଳିବା ପରେ ଅଭିଜିତ୍ଙ୍କୁ ଝାରପଡ଼ା ଜେଲ୍ରୁ ସିଧା କୋଣାର୍କ ନିଆଯାଇଥିଲା।
from Odisha Reporter https://ift.tt/2RhYvMS
No comments:
Post a Comment