ବଢ଼ିଲା ଆଶାସାଥୀଙ୍କ ଗସ୍ତ ଖର୍ଚ୍ଚ ପରିମାଣ, ୪୧,୪୦୫ ଜଣଙ୍କୁ ଫାଇଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 24, 2018

ବଢ଼ିଲା ଆଶାସାଥୀଙ୍କ ଗସ୍ତ ଖର୍ଚ୍ଚ ପରିମାଣ, ୪୧,୪୦୫ ଜଣଙ୍କୁ ଫାଇଦା

ନୂଆଦିଲ୍ଲୀ: ୨୦୧୮-୧୯ ଏବଂ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆଶାସାଥୀମାନଙ୍କର ଗସ୍ତଖର୍ଚ୍ଚ ୨୫୦ଟଙ୍କାରୁ ୩୦୦ ଟଙ୍କାକୁ ବୃଦ୍ଧି କରିବାକୁ କ୍ୟାବିନେଟ୍‌ ମଞ୍ଜୁରି ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ କମିଟି ବୈଠକରେ ଏହି ଅନୁମୋଦନ ଦିଆଯାଇଥିବାବେଳେ ଅକ୍ଟୋବର ମାସଠାରୁ ଏହା ଲାଗୁ ହେବ। ଅର୍ଥାତ ନଭେମ୍ବର ମାସରେ ହିଁ ଏହି ବର୍ଦ୍ଧିତ ଗସ୍ତଖର୍ଚ୍ଚ ଲାଗୁ ହେବ।

ଗଣମାଧ୍ୟମକୁ ଏହି ବିଷୟରେ ଜଣାଇବା ଅବସରରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ କହିଛନ୍ତି, ଆଶାସାଥୀମାନେ ମାସକୁ ୨୦ଟି ପର୍ଯ୍ୟବେକ୍ଷଣ ଗସ୍ତ କରିବେ। ଏବେଠାରୁ ସେମାନେ ମାସିକ ବେତନ ୫୦୦୦ ଟଙ୍କା ବଦଳରେ ୬ ହଜାର ଟଙ୍କା ପାଇବେ। ଅନ୍ୟ ଅର୍ଥରେ କହିବାକୁ ଗଲେ ସେମାନଙ୍କ ବେତନରେ ୧ ହଜାର ଟଙ୍କା ବୃଦ୍ଧି ହେବ। ଆଶା ସୁବିଧା ପ୍ୟାକେଜ୍‌ ଅଧୀନରେ ସେମାନେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାର ଫାଇଦା ମଧ୍ୟ ନେଇପାରିବେ। ଗସ୍ତଖର୍ଚ୍ଚ ବୃଦ୍ଧି କରାଯିବା ଦ୍ୱାରା ସେମାନଙ୍କୁ ପ୍ରୋତ୍ସାହନ ମିଳିପାରିବ ବୋଲି କୁହାଯାଇଛି।

ନ୍ୟାସନାଲ୍‌ ହେଲ୍‌ଥ ମିଶନ୍ (ଏନ୍‌ଏଚ୍‌ଏମ୍‌) ଅଧୀନରେ ସେମାନଙ୍କ ବର୍ଦ୍ଧିତ ଦରମା ପରିଚାଳନା କରାଯିବ। ଏହି ଅତିରିକ୍ତ ଖର୍ଚ୍ଚ ବାବଦକୁ କେନ୍ଦ୍ର ସରକାରଙ୍କୁ ୨୦୧୮-୧୯ରେ ୧୫.୬୫ କୋଟି ଏବଂ ୨୦୧୯-୨୦ରେ ୩୧.୩୦ କୋଟି ମୋଟ ୪୬.୯୫ କୋଟି ଟଙ୍କାର ବୋଝ ପଡ଼ିବ। ସେପ୍ଟେମ୍ବର ୧୯ରେ ମଧ୍ୟ ଏଭଳି କିଛି ନିଷ୍ପତ୍ତି ନିଆଯାଇଥିଲା ଏବଂ ଆଜିର ଘୋଷଣା ଏଥିରେ ଯୋଡ଼ି ହୋଇଯିବ।

ଏଥିରେ ମିଳିବାକୁ ଥିବା ଅନ୍ୟ ଫାଇଦା ମଧ୍ୟରେ ୧୦,୬୩,୬୭୦ ଆଶା କର୍ମୀ ଏବଂ ଆଶା ସାଥୀଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାର ଫାଇଦା ମିଳିପାରିବ। ୧୦,୨୨,୨୬୫ ଆଶାଙ୍କ ପ୍ରୋତ୍ସାହନ ରାଶି ମାସିକ ୧ ହଜାର ଟଙ୍କାରୁ ୨ ହଜାର ଟଙ୍କାକୁ ବୃଦ୍ଧି ପାଇବ। ସେହିଭଳି ୨୭,୦୦,୦୦୦ ଅଙ୍ଗନୱାଡ଼ି କର୍ମୀ ଏବଂ ସହାୟକଙ୍କ ପାରିତୋଷିକରେ ମଧ୍ୟ ବୃଦ୍ଧି କରାଯାଇଛି। ସେପ୍ଟେମ୍ବର ମାସରେ ଆଶା କର୍ମୀ ଏବଂ ସାଥୀଙ୍କ ପାଇଁ ସ୍ଥିରୀକୃତ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଏସବୁ ଲାଗୁ କରାଯିବ।



from Odisha Reporter https://ift.tt/2PRBpwd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages