
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଉତ୍ସବର ଏହି ଋତୁରେ ଆପଣ ଘରେ କିଛି ସ୍ୱତନ୍ତ୍ର ଖାଦ୍ୟ ସାମଗ୍ରୀ ତିଆରି କରିବାର ନିଶ୍ଚୟ ପ୍ଲାନ୍ କରିଥିବେ। ତେବେ ଯଦି ଆପଣ କିଛି ସ୍ୱାଦିଷ୍ଟ ମିଠା ତିଆରି କରିବାକୁ ଭାବୁଛନ୍ତି, ତେବେ ଆମେ ଆପଣଙ୍କୁ ‘ରାବିଡ଼ି ମାଲପୁଆ’ର ପ୍ରସ୍ତୁତି ପ୍ରଣାଳୀ ବତାଇବୁ।
ଆବଶ୍ୟକ ସାମଗ୍ରୀ: ମଇଦା, ଖୁଆ, କ୍ଷୀର, ଚିନି, କେସର, ଗୁଜୁରାତି ଗୁଣ୍ଡ, କଟା ପେସ୍ତା ବାଦାମ, କଟା ଆଲମଣ୍ଡ, ଚିନି, ପାନମଧୁରୀ ଓ ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ରାବିଡ଼ି ତିଆରି କରିବା ପାଇଁ ଏକ ପ୍ୟାନ୍ରେ କ୍ଷୀର ଗରମ କରନ୍ତୁ। ଏହାକୁ ହାଲକା ଆଞ୍ଚରେ ଫୁଟାନ୍ତୁ। ଏବେ ଏଥିରେ ଚିନି, କେସର, ଗୁଜୁରାତି ଗୁଣ୍ଡ, କଟା ପେସ୍ତା ଏବଂ କଟା ଆଲମଣ୍ଡ ପକାଇ ଭଲ ଭାବେ ମିଶାଇ ଫୁଟାନ୍ତୁ। କ୍ଷୀର ମରି ରାବିଡ଼ି ବହଳିଆ ହୋଇଆସିଲେ ଏହାକୁ ଏକ ପାତ୍ରରେ ବାହାର କରି ଫ୍ରିଜ୍ରେ ଥଣ୍ଡା ହେବା ପାଇଁ ଘଣ୍ଟାଏ ଛାଡ଼ି ଦିଅନ୍ତୁ।
ଏବେ ପ୍ତସ୍ତୁତ କରିବା ମାଲପୁଆ। ଏଥିପାଇଁ ପ୍ରଥମେ ଏକ ପାତ୍ରରେ ମଇଦା, ଖୁଆ, ଚିନି ଓ ପାନମଧୁରୀକୁ ମିଶାନ୍ତୁ। ଏଥିରେ ପାଣି ଗୋଳାଇ ଭଲ ଭାବେ ନରମ କରି ଚକଟି ଦିଅନ୍ତୁ। ଏହି ମିଶ୍ରଣରୁ ଛୋଟ ଛୋଟ ଗୋଳା ପ୍ରସ୍ତୁତ କରି ରୁଟି ବେଲିଲା ପରି ବେଲି ଦିଅନ୍ତୁ। ଏବେ ଏକ କଡ଼େଇରେ ଘିଅ କିମ୍ବା ତେଲ ଗରମ କରି ସେଥିରେ ମାଲପୁଆଗୁଡ଼ିକୁ ପକାଇ ଛାଣନ୍ତୁ। ମାଲପୁଆର ରଙ୍ଗ ଗୋଲଡେନ୍ ରେଡ୍ ହେବା ଯାଏ କମ୍ ଆଞ୍ଚରେ ଛାଣନ୍ତୁ। ଛାଣିବା ପରେ ଏହାକୁ ଏକ ପ୍ଲେଟ୍କୁ ବାହାର କରି ରଖନ୍ତୁ।
ଶିରା ପ୍ରସ୍ତୁତ କରିବା ପାଇଁ ଚିନିରେ ଅଳ୍ପ ପାଣି ମିଶାନ୍ତୁ। ଏବେ ଏଥିରେ ଅଳ୍ପ କେସର ଏବଂ ଗୁଜୁରାତି ଗୁଣ୍ଡ ପକାଇ ମିଶାନ୍ତୁ। ଏହାକୁ ଭଲଭାବେ ଫୁଟାନ୍ତୁ। ପ୍ରସ୍ତୁତ ହୋଇଗଲା ଶିରା।
ବର୍ତ୍ତମାନ ଏହି ଶିରାରେ ମାଲପୁଆଗୁଡ଼ିକୁ ପକାନ୍ତୁ। ମାଲପୁଆ ନରମ ହୋଇଗଲେ ଏକ ପ୍ଲେଟକୁ କାଢ଼ି ଆଣନ୍ତୁ। ଏବେ ଏହା ଉପରେ ରାବିଡ଼ି ଢାଳନ୍ତୁ। କଟା ଆଲମଣ୍ଡ୍ ଏବଂ କଟା ପେସ୍ତାରେ ଏହାକୁ ସଜାନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କ ରାବିଡ଼ି ମାଲପୁଆ।
ଏହି ସୁଆଦିଆ ମିଠାକୁ ରଖି ଦିପାବଳୀରେ ଅତିଥିମାନଙ୍କୁ ପରଷନ୍ତୁ।
from Odisha Reporter https://ift.tt/2D5PJyi
No comments:
Post a Comment