ପୋଷ୍ଟର୍‌ରେ ନୀତୀଶ କୁମାର ରାବଣ ଓ ତେଜସ୍ୱୀ ରାମ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 19, 2018

ପୋଷ୍ଟର୍‌ରେ ନୀତୀଶ କୁମାର ରାବଣ ଓ ତେଜସ୍ୱୀ ରାମ!

ପାଟନା: ପବିତ୍ର ବିଜୟାଦଶମୀ ଉପଲକ୍ଷେ ସମଗ୍ର ବିହାରର ବିଭିନ୍ନ ଛକରେ ପୋଷ୍ଟରମାନ ଲଗାଯାଇଛି। ତେବେ ଗୋଟିଏ ପୋଷ୍ଟର୍‌ରେ ରାଜନୀତିକ ଗନ୍ଧ ସ୍ପଷ୍ଟ ବାରି ହୋଇପଡ଼ୁଛି। ଏହି ପୋଷ୍ଟର୍‌ରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ରାବଣ ଭାବେ ଚିତ୍ରଣ କରାଯାଇଥିବା ବେଳେ ବିରୋଧୀ ଦଳ ନେତା ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ପୁଅ ତେଜସ୍ୱୀ ଯାଦବଙ୍କୁ ରାମ ଆଖ୍ୟା ଦିଆଯାଇଛି।

ନୀତୀଶ କୁମାରଙ୍କ ମୁହଁରେ ରାବଣଙ୍କ ଭଳି ୧୦ଟି ମୁଣ୍ଡ ଥିବା ବେଳେ ତେଜସ୍ୱୀ ଧନୁର୍ଦ୍ଧର ରାମଙ୍କ ଭଳି ଦୃଶ୍ୟମାନ ହେଉଛନ୍ତି। ତେବେ ଏଭଳି ପୋଷ୍ଟର୍‌କୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି। ବିରୋଧ ଯୋଗୁ ଆର୍‌ଜେଡି ପକ୍ଷରୁ ଏହାର ସ୍ପଷ୍ଟୀକରଣ ଦିଆଯାଇଛି। ଆର୍‌ଜେଡି ପକ୍ଷରୁ କୁହାଯାଇଛି ଯେ ନୀତୀଶ କୁମାରଙ୍କୁ ବ୍ୟକ୍ତିଗତ ଭାବେ ଏହି ପୋଷ୍ଟର୍ ଜରିଆରେ ସମାଲୋଚନା କରାଯାଇ ନାହିଁ ବରଂ ବିହାରର ସରକାରଙ୍କ ପ୍ରଶାସନିକ ବିଧିବ୍ୟବସ୍ଥାକୁ ଏଥିରେ ଟାର୍ଗେଟ କରାଯାଇଛି।

ଏହି ପୋଷ୍ଟର୍‌ରେ ଆରଜେଡି ନେତା ଆନନ୍ଦ ଯାଦବଙ୍କ ଦସ୍ତଖତ ଓ ଫଟୋ ରହିଛି। ସେ ପାର୍ଟିର ବିପର୍ଯ୍ୟୟ ପ୍ରଶମନ ସେଲ୍‌ର ଦାୟିତ୍ୱରେ ରହିଛନ୍ତି। ପୋଷ୍ଟର୍‌ରେ ବିରାଚାନ୍ଦ ପଟେଲ୍‌ ମାର୍ଗରେ ଲଗାଯାଇଛି। ଏହି ମାର୍ଗରେ ତେଜସ୍ୱୀ ଯାଦବଙ୍କ ସରକାରୀ ବାସଭବନ ରହିଛି।

ପୋଷ୍ଟର୍‌ରେ ଭଗବତ ଗୀତାର ଏକ ଶ୍ଲୋକ ରହିଛି। ଏଥିରେ କୁହାଯାଇଛି, ଯେତେବେଳେ ରାବଣଙ୍କ ଅତ୍ୟାଚାର ବଢ଼େ, ଏହାର ଦମନ ପାଇଁ ଭଗବାନ ରାମ ମାନବ ରୂପରେ ଧରାପୃଷ୍ଠରେ ଅବତରଣ କରନ୍ତି। ଏହାବାଦ୍‌ ବଡ଼ ବଡ଼ ଅକ୍ଷରରେ ‘ସମ୍ବିଧାନ ବଚାଓ ନ୍ୟାୟ ୟାତ୍ରା’ ବୋଲି ପୋଷ୍ଟର୍‌ରେ ଉଲ୍ଲେଖ ରହିଛି। ତେଜସ୍ୱୀଙ୍କ ଏହି କାର୍ଯ୍ୟକ୍ରମକୁ ସମର୍ଥନ କରିବାକୁ ଲୋକଙ୍କୁ ଏଥିରେ ନିବେଦନ କରାଯାଇଛି।

ତେବେ ଆର୍‌ଜେଡିର ସହଯୋଗୀ ଦଳ କଂଗ୍ରେସ ଏଭଳି ପୋଷ୍ଟର୍‌କୁ ନାପସନ୍ଦ କରିଛି।



from Odisha Reporter https://ift.tt/2OuJt9k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages