ରାତ୍ରି ଭୋଜନରେ ଏସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ୍‌ ଆପଣଙ୍କ ଶରୀର ବିଗିଡ଼ି ଯାଇପାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 3, 2018

ରାତ୍ରି ଭୋଜନରେ ଏସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ୍‌ ଆପଣଙ୍କ ଶରୀର ବିଗିଡ଼ି ଯାଇପାରେ

night

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମ ଜୀବନଶୈଳୀରେ ସବୁବେଳେ କିଛି ନା କିଛି ପରିବର୍ତ୍ତନ ଘଟିଥାଏ। ଏହି ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଆମେ ସବୁ କାମ କରିଥାଉ। କିଛି ଜିନିଷ ଆମ ପାଇଁ ଉପକାର ହୋଇଥିଲେ ବି ବେଳେବେଳେ ଏହା ଆମ ଶରୀରକୁ କ୍ଷତି ପହଞ୍ଚାଇଥାଏ। ଏମିତି କିଛି ଘଟଣା ରାତ୍ରିଭୋଜନକୁ ନେଇ ମଧ୍ୟ ଘଟିଥାଏ। କୁହାଯାଏ ରାତ୍ରି ଭୋଜନ ରାତି ୮ ଟା ପୂର୍ବରୁ ଖାଇନେବା ଦରକାର। ଏହା ଦ୍ୱାରା ଖାଇବାରୁ ଶୋଇବା ମଧ୍ୟରେ ୨ରୁ ୪ଘଣ୍ଟା ବ୍ୟବଧାନ ରହିଥାଏ। ଏହା ଆମ ଶରୀର ପାଇଁ ବେଶ ହିତକାରୀ। କିଛି ଲୋକେ ନିଜ ରୁଚି ଏବଂ ସ୍ୱାଦ ଅନୁସାରେ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ କେଉଁ ଖାଦ୍ୟ ସହ କ’ଣ ଖାଇଲେ ତାହା ଶରୀରରେ କି ପ୍ରତିକ୍ରିୟା ସୃଷ୍ଟି କରିବ ସେଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ। ତେବେ ଆସନ୍ତୁ ଏସବୁ ବିଷୟରେ ଆମେ ଆପଣଙ୍କୁ ଜଣାଇବୁ ।

curdଦହି: ସାଧାରଣତଃ କିଛି ଲୋକ ରାତିରେ ଦହି ଖାଇବା ପସନ୍ଦ କରନ୍ତି।  କିନ୍ତୁ ଏହା ଅଜାଣତରେ ଶରୀରକୁ ଅସୁସ୍ଥ କରାଇଥାଏ। ଯେଉଁଥିପାଇଁ ପେଟ ଖରାପ, ଏସିଡିଟି ଓ ହଜମ ସମ୍ବନ୍ଧୀୟ ସମସ୍ୟା ଦେଖାଯାଇଥାଏ। କାରଣ ଦହି ଖାଇବା ଦ୍ୱାରା ପାଚନ ପ୍ରକ୍ରିୟାରେ ପ୍ରତିବନ୍ଧକ ସାଜିଥାଏ।

waterଗରମ ପାଣି:  କୁହାଯାଏ ଖାଇବାର  ଏକ ଘଣ୍ଟା ପରେ ପାଣି ପିଇବା ଉଚିତ୍‌। କିନ୍ତୁ ଖାଇବା ସମୟରେ ବି ଆବଶ୍ୟକ ପଡ଼ିଲେ ଆପଣ ଅଳ୍ପ ପାଣି ପିଇ ପାରିବେ। କିନ୍ତୁ ଖାଦ୍ୟ ଖାଇବାର ଘଣ୍ଟାଏ ପରେ ଅଳ୍ପ ଉଷୁମ୍‌ପାଣି ପିଇବା ଭଲ।  ଏହା ହଜମ ପ୍ରକ୍ରିୟାକୁ ଠିକ୍‌ କରିବା ସହ ଗ୍ୟାସ୍‌ ସମସ୍ୟା ଦୂର କରିଥାଏ।

milkକ୍ଷୀର: ରାତ୍ରି ଭୋଜନ ପରେ  ଶୋଇବା ପୂର୍ବରୁ କ୍ଷୀର ପିଇବା ସ୍ୱାସ୍ଥ୍ୟପାଇଁ ଫଳପ୍ରଦ ହୋଇଥାଏ। କିନ୍ତୁ କ୍ଷୀରରେ ହଳଦୀ ମିଶାଇ ପିଇଲେ ଅନେକ ଉପକାର ହୋଇଥାଏ।  ଏହା ବ୍ୟାକ୍ଟେରିଆ ସହ ଲଢ଼ି ଆପଣଙ୍କୁ ଭଲ ନିଦ ଦେଇଥାଏ।

oilyମସଲାଯୁକ୍ତ ଭୋଜନ: ରାତିରେ ମସଲାଯୁକ୍ତ ଖାଦ୍ୟ ଖାଇବା ଉଚିତ୍ ନୁହେଁ।

sweetସୁଗାର: ରାତ୍ରି ଭୋଜନରେ ମିଠାଯୁକ୍ତ ଖାଦ୍ୟ ଖାଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ।

saladସାଲାଡ୍‌: ଅନେକ ଲୋକ ରାତିରେ ଖାଦ୍ୟ ଖାଇବା ବଦଳରେ ସାଲାଡ୍‌ ଖାଇ ଶୋଇବା ପସନ୍ଦ କରନ୍ତି।  ଆୟୁର୍ବେଦ ଅନୁସାରେ ରାତି ସମୟରେ ସାଲାଡ୍‌ ଖାଇଲେ  ଗ୍ୟାସ୍‌ ଭଳି ସମସ୍ୟା ଦେଖା ଦେଇପାରେ।

 



from Odisha Reporter https://ift.tt/2DOxkHo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages