ମୁମ୍ବାଇରେ ନିର୍ମାଣ ହେଲା ସବୁଠାରୁ ମହଙ୍ଗା ‘ଟଏଲେଟ୍’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 3, 2018

ମୁମ୍ବାଇରେ ନିର୍ମାଣ ହେଲା ସବୁଠାରୁ ମହଙ୍ଗା ‘ଟଏଲେଟ୍’

toilet

ମୁମ୍ବାଇ: ମୁମ୍ବାଇ ସହରର ମେରାଇନ୍‌ ଡ୍ରାଇଭ୍‌ରେ ସବୁଠାରୁ ମହଙ୍ଗା ପବ୍ଲିକ ଟଏଲେଟ ନିର୍ମାଣ କରାଯାଇଛି। ଏଥିରେ ୯୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି।

ବୃହନ୍ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ମଙ୍ଗଳବାର ଦିନ ଏହି ଟଏଲେଟ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଖୋଲି ଦେଇଛନ୍ତି। ଜିନ୍ଦଲ ଓ ସୋମାଟେକ୍‌ ଦ୍ୱାରା କର୍ପୋରେଟ୍‌ ସୋଶାଲ ରେସ୍ପନସିବିଲିଟି ବା ସିଏସଆର କାର୍ଯ୍ୟକ୍ରମ ଜରିଆରେ ଏହାକୁ ନିର୍ମାଣ କରାଯାଇଛି। ପ୍ରଥମ ଦୁଇ ମାସ ଲୋକେ ଏହାକୁ ମାଗଣାରେ ବ୍ୟବହାର କରିପାରିବେ। ପରେ ଏହାର ବ୍ୟବହାର ପାଇଁ ଚାର୍ଜ ନିଆଯିବ।

ସାଧାରଣତଃ ବିଏମ୍‌ସି ପବ୍ଲିକ ଟଏଲେଟ୍‌ ନିର୍ମାଣ କରିବାରେ ୨୫ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାଏ। ହେଲେ ଏହି ଟଏଲେଟ୍‌କୁ ନିର୍ମାଣ କରିବାକୁ ବିଏମ୍‌ସିକୁ ବିଲ୍ଡିଂ ମେଟେରିଆଲ ଓ ଡିଜାଇନ୍‌ ୱାର୍କ ମାଗଣାରେ ମିଳିଥିଲା।

ସୋମାଟେକ୍‌ର ସହ ସମ୍ପାଦକ ଆକାଶ ଗୁପ୍ତା ହିନ୍ଦୁସ୍ତାନ ଟାଇମ୍ସକୁ କହିଛନ୍ତି, “ଏକାଧିକ କମ୍ପାନୀ ଓ କନ୍‌ସଲଟାଣ୍ଟ ଏହି ପ୍ରୋଜେକ୍ଟ ପାଇଁ ମେଟେରିଆଲ ଏବଂ ବିଶେଷଜ୍ଞ ଜ୍ଞାନ ଦେଇଛନ୍ତି। ଏହି ଟଏଲେଟ୍‌ର ଡିଜାଇନ ଡେକୋ ଆର୍କିଟେକ୍ଚର କରିଛି। ଏହାର ନିର୍ମାଣ ୱେଦରିଂ ଷ୍ଟିଲ୍‌ରେ କରାଯାଇଛି। ଟଏଲେଟ୍‌ର ଛାତରେ ସୋଲାର୍‌ ପ୍ୟାନେଲ୍‌ ଲଗାଯାଇଛି। ଏହାଦ୍ୱାରା ଟଏଲେଟ୍‌ ପାଇଁ ଆବଶ୍ୟକ ବିଦ୍ୟୁତ୍‌ ଉତ୍ପାଦନ ହୋଇପାରିବ।”



from Odisha Reporter https://ift.tt/2xUp4jS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages