ଥ୍ରୀ-ଟି ନାରା ଭିତରେ ବାଟବଣା ଟ୍ରାନ୍ସପାରେନ୍ସି! ଇ-ଡେସ୍‌ପାଚ୍ ବ୍ୟବସ୍ଥାରେ ଘୋର ଅଚଳାବସ୍ଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 29, 2018

ଥ୍ରୀ-ଟି ନାରା ଭିତରେ ବାଟବଣା ଟ୍ରାନ୍ସପାରେନ୍ସି! ଇ-ଡେସ୍‌ପାଚ୍ ବ୍ୟବସ୍ଥାରେ ଘୋର ଅଚଳାବସ୍ଥା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର କେଉଁ ବିଭାଗରେ କ’ଣ ନିଷ୍ପତ୍ତି ନେଉଛନ୍ତି? କେଉଁ ଅଫିସରଙ୍କ ନିକଟକୁ ଗଲା କେଉଁ ବିଭାଗର ଫାଇଲ୍‌? ଲୋକଙ୍କୁ ତା’ର ସବିଶେଷ ସୂଚନା ଦେବା ଲାଗି ‘ଓଡ଼ିଶା ସେକ୍ରେଟାରିଏଟ୍‌ ଓ୍ୱାର୍କ ଫ୍ଲୋ ଅଟୋମେସନ ସିଷ୍ଟମ୍-ଓ ସ୍ୱାସ୍’ ବ୍ୟବସ୍ଥା କରାଯାଇଛି। ଏଥିରେ ଇ-ଡେସ୍‌ପାଚ୍‌ରେ ସମସ୍ତ ଫାଇଲ୍‌ର ତଥ୍ୟ ଦେବାକୁ କୁହାଯାଇଛି। ହେଲେ ଅଧିକାଂଶ ବିଭାଗ ଇ-ଡେସ୍‌ପାଚ୍‌ରେ ଚିଠି ମାସ ମାସ ଧରି ଅପଲୋଡ୍ କରୁନାହାନ୍ତି। ଏମିତିକି ବହୁ ବିଭାଗର ୱେବସାଇଟ୍ ଘଣ୍ଟା ଘଣ୍ଟା ଧରି ମଧ୍ୟ ଖୋଲୁନି।

ବାଣିଜ୍ୟ ଓ ପରିବହନ ବିଭାଗର ୱେବସାଇଟ୍‌ରେ ଆଦୌ ରେକର୍ଡ ନାହିଁ। ସେହିଭଳି ରାଜ୍ୟ ପ୍ରଶାସନର ପ୍ରାଣ କୁହାଯାଉଥିବା ଅର୍ଥ ବିଭାଗ ୱେବସାଇଟରେ ଗତ ୧୫ ତାରିଖରୁ ଗୋଟିଏ ମଧ୍ୟ ନୂଆ ତଥ୍ୟ ଦିଆଯାଇନି। କମ୍ବଳରୁ ବାଳ ବାଛିଲା ଭଳି ପ୍ରାୟ ସବୁ ବିଭାଗର ଅବସ୍ଥା ଉଣା ଅଧିକେ ସମାନ ରହିଛି।

ଅଭିଯୋଗ ହେଉଛି, ୨୦୧୭ ମସିହା ପରଠାରୁ ୮ରୁ ଅଧିକ ବିଭାଗ ଇ-ଡେସ୍‌ପାଚ୍‌ରେ ଅପ୍‌ ଟୁ ଡେଟ୍‌ ତଥ୍ୟ ଦେଉ ନାହାନ୍ତି। ତଥ୍ୟ ଲୁଚାଇବାକୁ ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ଅଭିଯୋଗ ଆସୁଥିବା ବେଳେ ଏ ନେଇ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ନପାଇବା ଅଭିଯୋଗର ସତ୍ୟତାକୁ ପ୍ରମାଣ କରୁଛି।

ଏମିତିକି ଇ-ଡେସପାଚ୍ କ୍ଷେତ୍ରରେ ଅଚଳାବସ୍ଥାର କାରଣ ଜାଣିବାକୁ ଗତ ବିଧାନସଭାରେ ଖୋଦ୍ ଶାସକ ଦଳର ବିଧାୟକ ଦେବାଶିଷ ନାୟକ ବିଧାନସଭାରେ ଏକ ଅଣତାରକା ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଉତ୍ତର ଚାହିଁଥିଲେ। ଆଉ ମୁଖ୍ୟମନ୍ତ୍ରୀ ଉତ୍ତର ଦେଇଥିଲେ, “ସବୁ ଠିକ୍ ଚାଲିଛି।”

ଏହି ସମସ୍ୟା ନେଇ ମୁଖ୍ୟ ଶାସନ ସଚିବଙ୍କୁ ଆମେ ପଚାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଆମ ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ।



from Odisha Reporter https://ift.tt/2zdq6r7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages