ଘର ଧୋଇବା ବେଳେ ଏ ସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ଘର ଧୋଇବା ବେଳେ ଏ ସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଥାରେ ଅଛି ସ୍ୱଚ୍ଛତା ହିଁ ଭଗବାନ। ସେଥିପାଇଁ ଶାସ୍ତ୍ରରେ ମଧ୍ୟ ସଫା ସୁତୁରା ରହିବା ଲାଗି ଅନେକ ପରାମର୍ଶ ଦିଆଯାଇଛି। ନିଜକୁ ସଫା ସୁତରା ରଖିବା ସହ ନିଜ ପରିବେଶ ଆଉ ଘରକୁ ମଧ୍ୟ ସ୍ୱଚ୍ଛ ରଖୁଥିବା ବ୍ୟକ୍ତି ସବୁବେଳେ ସୁଖ ଓ ସମୃଦ୍ଧି ଭୋଗ କରେ ବୋଲି ଶାସ୍ତ୍ରରେ ବର୍ଣ୍ଣନା ରହିଛି।

ହେଲେ ସାବଧାନ, ସଫା ସୁତରେ କରିବାର ମଧ୍ୟ କିଛି ବିଧାନ ଶାସ୍ତ୍ରରେ ଲେଖାଯାଇଛି। ଏହାର ଅନୁପାଳନ କରା ନ ଗଲେ ଏହାର ବିପରୀତ ପ୍ରତିକ୍ରିୟା ଆପଣଙ୍କୁ ଭୋଗିବାକୁ ପଡିବାରେ।

ତା ହେଲେ ଆସନ୍ତୁ ଜାଣିବା ଘର ସଫା କରିବା ନେଇ କ’ଣ ରହିଛି ବାସ୍ତୁ ବିଧାନ।

ଘର ଧୁଆ ପାଣିରେ ନିମ୍ବପତ୍ର ପକାନ୍ତୁ: ଘର ଧୁଆ ପୋଛା କରୁଥିଲେ ଗୋଟିଏ କଥାକୁ ସର୍ବଦା ଦୃଷ୍ଟି ରଖିବା ଆବଶ୍ୟକ। ଖାଲି ପାଣିରେ ଘର ଧୋଉଥିଲେ ବି ସପ୍ତାହରେ ଥରୁଟିଏ ନିମ୍ବପତ୍ର ପକାଇ ଘର ଧୁଅନ୍ତ। ପ୍ରଥମେ ନିମ୍ବପତ୍ରକୁ ଏକ ପାତ୍ରରେ ରଖି ଗରମ କରନ୍ତୁ । ଏହା ଫୁଟିବାକୁ ଲାଗିଲେ ଏହି ପାଣିକୁ ଛାଣି ଘର ପୋଛା ପାଣିରେ ପକାଇ ଦିଅନ୍ତୁ ଓ ଘର ପୋଛନ୍ତୁ। ଏମିତି କରିବା ଦ୍ୱାରା ଘରେ ଲକ୍ଷ୍ମୀ ନିବାସ କରିବେ ଓ ରୋଗ ବ୍ୟାଧି ଆସିବ ନାହିଁ।

ଗୁରୁବାର ଘର ଧୁଅନ୍ତୁ ନାହିଁ: କେବେ ହେଲେ ଗୁରୁବାର ଦିନ ଘର ଧୁଆ ପୋଛା କରନ୍ତୁ ନାହିଁ। ଗୋଏଟି ଦିନ ପୂର୍ବରୁ ଅର୍ଥାତ୍ ବୁଧବାରଠାରୁ ଘର ଧୋଇବା ଭଲ। ଏମିତି ନ କରି ଗୁରୁବାର ଧୁଆ ପୋଛେ କଲେ ଗୁରୁଗ୍ରହ ବୃହଷ୍ପତ୍ତି ଓ ମା’ ଲକ୍ଷ୍ମୀ ରୁଷ୍ଟ ହେବେ ବୋଲି କୁହାଯାଇଛି।

ଦିନ ୧୨ଟା ପରେ ଧୁଅନ୍ତୁ ନାହିଁ ଘର:  ଦିନ ୧୨ଟା ପରେ ଘର ଧୁଆ ପୋଛା କରିବା ଆଦୌ ଉଚିତ୍‌ ନୁହେଁ। ଏମିତି କଲେ ଲକ୍ଷ୍ମୀ ରୁଷ୍ଟ ହେବେ ବୋଲି କୁହାଯାଇଛି। କାରଣ ପ୍ରାତଃ କାଳ ହେଉଛି ଦେବୀ ଲକ୍ଷ୍ମୀଙ୍କ ଆଗମନ ସମୟ। ଏଣୁ ଏହି ସମୟରେ ଘର ଧୋଇବା ଉଚିତ୍‌ ବୋଲି କୁହାଯାଇଛି।



from Odisha Reporter https://ift.tt/2DblR3z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages