ବ୍ରାବୋର୍ଣ୍ଣ ଷ୍ଟାଡିୟମ୍‌ରେ ରୋହିତଙ୍କ ନିଆରା ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ବ୍ରାବୋର୍ଣ୍ଣ ଷ୍ଟାଡିୟମ୍‌ରେ ରୋହିତଙ୍କ ନିଆରା ରେକର୍ଡ

rohit

ମୁମ୍ବାଇ: ସୋମବାର ଚତୁର୍ଥ ଦିନିକିଆରେ ୱେଷ୍ଟଇଣ୍ଡିଜ୍‌କୁ ୨୨୪ ରନ୍‌ରେ ପରାସ୍ତ କରିଛି ଭାରତ। ଏହି ମ୍ୟାଚ୍ ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମ୍‌ରେ ଖେଳା ଯାଇଥିଲା।

ଗତକାଲି ମ୍ୟାଚ୍‌ରେ ରୋହିତ ଶର୍ମା ବ୍ୟକ୍ତିଗତ ଭାବେ ୧୬୨ ରନ୍ କରିଥିଲେ। ଆଉ ଏହା ସହିତ ବ୍ରାବର୍ଣ୍ଣ ଷ୍ଟାଡିୟମ୍‌ରେ ତାଙ୍କ ନାଁରେ ଯୋଡ଼ି ହୋଇଯାଇଛି ଏକ ନିଆରା ରେକର୍ଡ।

ଦିନିକିଆରେ ବ୍ରାବୋର୍ଣ୍ଣ ଷ୍ଟାଡିୟମ୍‌ରେ ଶତକ ମାରିବାରେ ରୋହିତ ହେଉଛନ୍ତି ପ୍ରଥମ ବ୍ୟାଟ୍ସମ୍ୟାନ୍‌। ତାଙ୍କ ପରେ ଗତକାଲି ଏହି ଷ୍ଟାଡିୟମରେ ଦ୍ୱିତୀୟ ଶତକ ମାରିଥିଲେ ଅମ୍ବାତି ରାୟୁଡୁ। ସେ ୮୧ଟି ବଲ୍‌ରୁ ୧୦୦ ରନ୍ କରି ରନ୍ ଆଉଟ୍ ହୋଇଥିଲେ।

କ୍ରିକେଟ୍ କ୍ଲବ୍ ଅଫ୍ ଇଣ୍ଡିଆ ଦ୍ୱାରା ପରିଚାଳିତ ବ୍ରାବୋର୍ଣ୍ଣ ଷ୍ଟାଡିୟମ୍‌ ସହିତ ରୋହିତ ଶର୍ମାଙ୍କର ଏକ ନିଆରା ସଂପର୍କ ରହିଛି। କୋଲକାତାରେ ଥିବା ଇଡେନ୍ ଗାର୍ଡେନ୍‌କୁ ଭିଭିଏସ୍ ଲକ୍ଷ୍ମଣଙ୍କ ନାଁ ସହିତ ଯୋଡ଼ା ଯାଏ। ଅନିଲ୍ କୁମ୍ବଲେଙ୍କୁ ଦିଲ୍ଲୀ କୋଟ୍‌ଲା ଷ୍ଟାଡିୟମ୍ ସହିତ ଯୋଡ଼ା ଯାଏ। କୁହାଯାଏ ଏହି ଗ୍ରାଉଣ୍ଡଗୁଡ଼ିକରେ ଏହି ଖେଳାଳିମାନେ ଭୁଲ୍ କରନ୍ତି ନାହିଁ ଓ ଭଲ ପ୍ରଦର୍ଶନ କରନ୍ତି। ସେମିତି ବ୍ରାବର୍ଣ୍ଣ ଷ୍ଟାଡିୟମ୍‌ରେ କୌଣସି ଭୁଲ୍ ନ କରି ଭଲ ପ୍ରଦର୍ଶନ କରନ୍ତି ରୋହିତ ଶର୍ମା।

ଏହି ଗ୍ରାଉଣ୍ଡରେ ସେ ପୂର୍ବରୁ ମଧ୍ୟ ଶତକ ହାସଲ କରିଛନ୍ତି। ୨୦୦୭ ମସିହାରେ ଇଣ୍ଟରଷ୍ଟେଟ୍ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଗୁଜରାଟ ବିପକ୍ଷରେ ରୋହିତ ଶର୍ମା ଶତକ ମାରିଥିଲେ। ସେ ୪୫ଟି ବଲ୍‌ରୁ ୧୩ଟି ଚୌକା ଓ ୫ଟି ଛକ୍କା ସହାୟତାରେ ୧୦୧ ରନ୍ ସଂଗ୍ରହ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ପରବର୍ତ୍ତୀ ସମୟରେ ସୟଦ ମୁସ୍ତାକ୍ ଅଲି ଟି-ଟ୍ୱେଣ୍ଟି ନାଁରେ ନାମିତ ହୋଇଥିଲା। ସିସିଆଇ ମୁତାବକ ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ରୋହିତ ହେଉଛନ୍ତି ପ୍ରଥମ ଭାରତୀୟ ଯିଏ ଶତକ ମାରିଛନ୍ତି।

୨୦୦୯-୨୦୧୦ ରଣଜୀ ଟ୍ରଫିରେ ରୋହିତ ଏହି ଷ୍ଟାଡିୟମ୍‌ରେ ଗୁଜରାଟ ବିପକ୍ଷରେ ତ୍ରିଶତକ ହାସଲ କରିଥିଲେ। ସବୁ ଫର୍ମାଟ୍‌ରେ ସେ ଏହି ଷ୍ଟାଡିୟମ୍‌ରେ ଶତକ ହାସଲ କରିଛନ୍ତି।

ରୋହିତ କହିଛନ୍ତି,“ମୁଁ ମୁମ୍ବାଇରେ କ୍ରିକେଟ୍ ଖେଳି ବଡ଼ ହୋଇଛି। ମୁଁ ସିସିଆଇରେ ବି ଖେଳିଛି। ଏହି ଷ୍ଟାଡିୟମ୍‌ର ପିଚ୍‌ରେ ବଲ୍‌ର ପେସ୍ ଓ ବାଉନ୍ସ ସହିତ ମୁଁ ଭଲ ଭାବେ ପରିଚିତ। ତେଣୁ ଏହାର ଫାଇଦା ମୁଁ ଉଠାଇଥାଏ।”
ସୂଚନାଯୋଗ୍ୟ, ଗତକାଲି ରୋହିତ ଆଉ କିଛି ରେକର୍ଡ ମଧ୍ୟ କରିଥିଲେ। ଗତକାଲି ମ୍ୟାଚ୍‌ରେ ସେ ସପ୍ତମ ଥର ପାଇଁ ୧୫୦ରୁ ଅଧିକ ରନ୍ କରିଥିଲେ। ଏପରି କରିବାରେ ସେ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍ ହେବାର ଗୌରବ ଅର୍ଜନ କରିଛନ୍ତି।

ଗତକାଲି ରୋହିତ ଦିନିକିଆରେ ୨୧ତମ ଶତକ ହାସଲ କରିଥିଲେ। ଏହା ସହିତ ସେ କିମ୍ବଦନ୍ତୀ ବ୍ୟାଟସ୍‌ମ୍ୟାନ୍‌ ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇ ଦେଇଥିଲେ।
ରୋହିତ ୧୮୬ଟି ଇନିଂସ୍‌ରେ ୨୧ତମ ଦିନିକିଆ ଶତକ ହାସଲ କରିଥିବା ବେଳେ ସଚିନ୍‌ ୨୦୦ଟି ଓ ଗାଙ୍ଗୁଲି ୨୧୭ଟି ଇନିଂସ୍‌ରେ ଏଭଳି କୀର୍ତ୍ତିମାନ ସ୍ଥାପନ କରିଥିଲେ।



from Odisha Reporter https://ift.tt/2JpgSMU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages