ରାଜନୀତି କରିବେ କି ‘ଯାତ୍ରା ଟାଇଗର୍‌’ ଦୈତାରୀ ପଣ୍ଡା? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ରାଜନୀତି କରିବେ କି ‘ଯାତ୍ରା ଟାଇଗର୍‌’ ଦୈତାରୀ ପଣ୍ଡା?

ଭୁବନେଶ୍ୱର(ମନୋରଞ୍ଜନ ଶିଅଳ): ୪୦ ବର୍ଷରୁ ଅଧିକ ସମୟ ଧରି ମଞ୍ଚରେ ଅଭିନୟ କରୁଛନ୍ତି ‘ଯାତ୍ରା ଟାଇଗର୍‌’ ଦୈତାରୀ ପଣ୍ଡା। ନିଜ ବଳିଷ୍ଠ ଅଭିନୟରେ କେତେବେଳେ ସେ ଦର୍ଶକଙ୍କୁ ହସାଇଛନ୍ତି ତ ଆଉ କେବେ କନ୍ଦାଇଛନ୍ତି। ଆଉ ପୁଣି କେତେବେଳେ ଏମିତି କମାଲ୍‌ କରିଛନ୍ତି ଯେ ଯାହାକୁ ଦେଖି ଭୟ ପାଇଛନ୍ତି ଦର୍ଶକ। ହେଲେ ଏଥର ମଞ୍ଚ ଅଭିନୟରେ ନୁହେଁ, ବାସ୍ତବ ଜୀବନରେ କିଛି ପରିବର୍ତ୍ତନର ଆଭାସ ଦେଇଛନ୍ତି ଦୈତାରୀ ପଣ୍ଡା।

ଏଣିକି ସେ ବି ରାଜନୀତି କରିବେ ! ଯାତ୍ରା ଟାଇଗର୍‌ଙ୍କ ସମ୍ପର୍କରେ ଏମିତି କିଛି ଶୁଣିବା ପରେ କହିଲେ ଦେଖି କଥାଟା କେମିତି ଲାଗୁଛି।

ଦୈତାରୀ ପଣ୍ଡାଙ୍କୁ ଭଲ ପାଉଥିବା ଲୋକଙ୍କ ପାଇଁ ଏଇଟା ନିଶ୍ଚୟ ଏକ ଭଲ ଖବର। ଦୈତାରୀ ଏ ନେଇ ଖୋଲାଖୋଲି କିଛି କହି ନ ଥିଲେ ବି ଯଦି ଭୋଟରଙ୍କ ମାନସିକତା ବଦଳେ, ତାହାହେଲେ ସେ ରାଜନୀତିକୁ ଆସିବେ ବୋଲି କହିଛନ୍ତି।

“ପାନ ଗୁଆ ଖଇର ଗୁଆକାତି, ଭଲ ବ୍ୟବସାୟ ରାଜନୀତି।” ଆଜି ଏହି ଫର୍ମୁଲାରେ ଚାଲିଛି ରାଜନୀତି। ଯିଏ ପାରିଲା ରାଜନୀତିକୁ ଆସିଲା। ତେଣୁ ଯଲିଉଡ୍‌ର ଷ୍ଟାର୍‌ ଏଥିରୁ ବାଦ୍‌ ପଡ଼ିବେ ବା କାହିଁକି ।

ଓଡ଼ିଶା ରିପୋର୍ଟର୍‌କୁ ସାକ୍ଷାତକାରରେ ଦୈତାରୀ ପଣ୍ଡା କହିଛନ୍ତି, “ରାଜନୀତି ଆଉ ରାଜନୀତି ହୋଇ ରହିନାହିଁ। ତାହା ଏବେ କଳୁଷିତ ନୀତି ହୋଇ ଗଲାଣି। କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାଜନୀତି ମୈଦାନରେ ଛିଡ଼ା ହେଉଛନ୍ତି ପ୍ରାର୍ଥୀ। ମାଂସ, ମଦ ଓ ଟଙ୍କା ଦେଇ ଭୋଟ୍‌ କିଣୁଛନ୍ତି। ଆଉ ରାଜନେତାମାନେ ଜିତିଲା ପରେ ଖର୍ଚ୍ଚ କରିଥିବା ଟଙ୍କା ଆଦାୟ କରୁଛନ୍ତି। ତାହାହେଲେ ଆମର ସେହି ଭୋଟ୍‌ର ଅର୍ଥ କ’ଣ ରହିଛି? ତେଣୁ ଆମେ ହେଲୁ କଳାକାର। ଆମେ ନା ବିଜେପି ନା ବିଜେଡି ନା କଂଗ୍ରେସର। ଆମ ପାଇଁ ସମସ୍ତେ ସମାନ। ଯଦି ଗୋଟିଏ ଦଳକୁ ସମର୍ଥନ କରିବୁ, ତାହାହେଲେ ଅନ୍ୟମାନଙ୍କର ବିରୋଧୀ ହୋଇଯିବୁ। ମୁଁ ମଣିଷକୁ ଭଲ ପାଏ। ମୁଁ କୌଣସି ରାଜନୈତିକ ଦଳକୁ ଭଲ ପାଏ ନାହିଁ। ସତ କଥା ହେଉଛି, ଯାହାପାଖରେ ମଣିଷ ପଣିଆ ରହିଛି, ଆମେ ତାଙ୍କ ପାଖରେ ରହିଛୁ।”

ମଞ୍ଚରେ ଭୟଙ୍କର ଅଭିନୟକୁ ନେଇ ସେ କୁହନ୍ତି, “ମଞ୍ଚ ଉପରେ ଅଭିନୟ କରିବା ପାଇଁ ଯେଉଁ ଚରିତ୍ର ମିଳେ, ତାକୁ ଉଚିତ ନ୍ୟାୟ ଦେବାକୁ ଉଦ୍ୟମ କରୁଛି। ‘ଜଙ୍ଗଲ ଦସ୍ୟୁ ବିରାପ୍ପାନ’ ନାଟକରେ ବିରାପ୍ପାନଙ୍କ ଚରିତ୍ର ପାଇଁ ଭୟଙ୍କର ଅଭିନୟ କରିବାକୁ ପଡ଼ିଥିଲା। କିନ୍ତୁ ମୋର ତ ପୁଣି ଦୁଃଖଦ ନାଟକ ରହିଛି। ଯେମିତି ‘ବାହା ହେଉଛି ଦୈତାରୀ ପଣ୍ଡା’ ଓ ‘ଭଙ୍ଗା ଆଇନା’ ନାଟକ ମଧ୍ୟ ରହିଛି। ଭୟ କରିବାଟା ଗୋଟିଏ ସଂସ୍କାର। ଆମେ ବାପାଙ୍କୁ ଭୟ କରୁ। ଏହାର ଅର୍ଥ ଆମେ ବାପାଙ୍କୁ ସମ୍ମାନ ଦେଉଛୁ। ଆମେ ସମାଜକୁ ସଂସ୍କାର ଓ ଶିକ୍ଷା ଦେଉଛୁ। ଆମେ ସଂସ୍କାରୀ ହେଲେ ସିନା ଯାଇ ସମାଜକୁ ଶିକ୍ଷା ଦେବା।”



from Odisha Reporter https://ift.tt/2EQD1VH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages