ଶାଶୂଙ୍କ ନାଁ ଯଦି ‘ଅଳେଇଚ’ ହେଇଥିବ, ତେବେ ତାଙ୍କୁ କେଉଁ ନାଁରେ ଡାକିବ ବୋହୂ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ଶାଶୂଙ୍କ ନାଁ ଯଦି ‘ଅଳେଇଚ’ ହେଇଥିବ, ତେବେ ତାଙ୍କୁ କେଉଁ ନାଁରେ ଡାକିବ ବୋହୂ?

ଅଳେଇଚ

ଘରେ ଅଳେଇଚ ସରି ଯାଇଥିଲା। ତେଣୁ ବଜାର ଯାଇଥିବା ଶ୍ୱଶୁରଙ୍କୁ ଘରର ନବବଧୂ ଫୋନ‌୍‍ କଲେ ଅଳେଇଚ କିଛି କିଣି ଆଣିବାକୁ।

ବୋହୂ: ବାପା, ଘରେ ଅଳେଇଚ ସରିଯାଇଛି। ଆପଣ ଆସିଲା ବେଳେ ସେଥିରୁ କିଛି କିଣି ଆଣିବେ।

ଶ୍ୱଶୁର: ହଉ ନେଇଯିବି ଯେ, କିନ୍ତୁ ଗୋଟେ କଥା ଜାଣିଥା। ତୋ ଶାଶୂଙ୍କ ନାଁ ହେଲା ଅଳେଇଚ। ଆମ ଘରେ ବୋହୂମାନେ ଶାଶୂ ଶ୍ୱଶୁରଙ୍କ ନାଁ ଧରନ୍ତିନି। ସେମିତି କେବେ କହିବୁନି।

ବୋହୂ: ସରି ବାପା ! ମୁଁ ଜାଣି ନଥିଲି। ଆଗକୁ ଆଉ ସେ ଭୁଲ‌୍‍ କରିବିନି।

ସପ୍ତାହେ ପରେ ଘରେ ପୁଣି ଅଳେଇଚ ସରି ଯାଇଥିଲା। ତ ଏଥର ବୋହୂ ଶ୍ୱଶୁରଙ୍କୁ ଫୋନ‌୍‍ କରି କହିଲେ- ବାପା ! ବୋଉ ଆଉ ନାହାଁନ୍ତି। ଶେଷ ହେଇଗଲେ। ଆସିଲାବେଳେ ମନେ କରିକି ଅଢେଇଶ ଖଣ୍ଡେ ବୋଉ ନେଇଆସିବେ।

ବୋହୂ କଥା ଶୁଣି ଶ୍ୱଶୁର ଚେତାଶୂନ୍ୟ।

ତକିଆ
ଆଶିଷ ତା ସାଙ୍ଗ ପ୍ରକାଶକୁ ବ୍ୟସ୍ତ ହୋଇ ପଚାରିଲା- ଆରେ ଭାଇ ସିନେମାରେ ବ୍ୟବହାର ହେଉଥିବା ତକିଆ କୋଉଠି ମିଳେ ତୁ ଜାଣିଛୁ କି, ଯେଉଁଥିରେ ହିରୋ ହିରୋଇନ‌୍‍ ପ୍ରେମରେ ବାଡାବାଡି ହେଇ ତୁଳା ବାହାର କରି ଘରସାରା ଉଡ଼ାନ୍ତି ?

ପ୍ରକାଶ ପଚାରିଲା- କାହିଁକି ? ତୋର ହଠାତ‌୍‍ ଫିଲ୍ମ-ବାଲା ତକିଆର କ’ଣ ଆବଶ୍ୟକତା ପଡ଼ିଲା ?

ଆଶିଷ କହିଲା- ଭାଇ କ’ଣ ଆଉ କହିବି, ମୋ ମାଆ ମୋ ଉପରେ ଯେତେବେଳେ ରାଗିବ ମତେ ଖାଲି ତକିଆ ଫିଙ୍ଗିବ। ଭାଗ୍ୟ ଭଲ ଯେ ସେ ତକିଆ ମୋ ଦେହରେ କେବେ ବାଜେନି।

ପ୍ରକାଶ ହସିକି କହିଲା- କି କଥା ତୁ କହୁଛୁ ମ। ତକିଆଟା ବାଜିଲେ କ’ଣ ତୋ ଦେହ ଖଣ୍ଡିଆ ହେଇଯିବ ନା କ’ଣ ?

ଆଶିଷ ଚିନ୍ତିତ ହେଇକି କହିଲା- ସେଇଥି ପାଇଁ ତ କହୁଛି। ଆମ ଘର ତକିଆ ସଂପର୍କରେ ତୋର କିଛି ଜ୍ଞାନ ନାହିଁ ବୋଲି ତୁ ଏମିତି କହୁଛୁ। ଆଜି ତକିଆଟା ମୋ ଦେହରେ ବାଜିଲା ଯେ, ମୁଁ କିଛି ସମୟ କୋମାକୁ ଚାଲିଗଲି।

ଏ କଥା ଶୁଣି ପ୍ରକାଶ ଅଚେତ।

ଦୁଇ ପ୍ରକାର ଝିଅ

ହେମନ୍ତ ଦିନେ ପ୍ରେମାନନ୍ଦକୁ ପଚାରିଲା, ତତେ କେମିତିକା ଝିଅ ଭଲ ଲାଗନ୍ତି ନାହିଁ ?

ପ୍ରେମାନନ୍ଦ କିଛି ସମୟ ଭାବିଲା ଓ କହିଲା- ମତେ ଦୁଇପ୍ରକାର ଝିଅ ଆଦୌ ପସନ୍ଦ ନୁହଁନ୍ତି।

୧. ଯେଉଁ ଝିଅମାନେ ମୋ ସହିତ କଥା ହୁଅନ୍ତି ନାହିଁ।

୨. ଏବଂ ଯେଉଁ ଝିଅମାନେ ଅନ୍ୟ ପୁଅଙ୍କ ସହ କଥା ହୁଅନ୍ତି।



from Odisha Reporter https://ift.tt/2AAwevi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages