ପ୍ଲାଷ୍ଟିକ୍‌ ବୋତଲରେ ପାଣି ପିଉଥିଲେ ସାବଧାନ, ହୋଇପାରେ ଏହି ସବୁ ପ୍ରାଣଘାତୀ ରୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 16, 2018

ପ୍ଲାଷ୍ଟିକ୍‌ ବୋତଲରେ ପାଣି ପିଉଥିଲେ ସାବଧାନ, ହୋଇପାରେ ଏହି ସବୁ ପ୍ରାଣଘାତୀ ରୋଗ

ଘର ବ୍ୟତୀତ ବାହାରକୁ ଗଲେ ଆମେ ପ୍ରାୟତଃ ପ୍ଲାଷ୍ଟିକ୍‌ ବୋତଲରେ ପାଣି ପିଇଥାଉ। ବଜାରରେ ମଧ୍ୟ ପ୍ଲାଷ୍ଟିକ୍‌ ବୋତଲରେ ପାଣି ବିକ୍ରି ହୋଇଥାଏ।  ହେଲେ ଆପଣ ପିଉଥିବା ଏହି ପ୍ଲାଷ୍ଟିକ୍‌ ବୋତଲର ପାଣି କେତେ କ୍ଷତିକାର ଜାଣିଛନ୍ତି ? ଆଜି ଆମେ କହିବୁ ପ୍ଲାଷ୍ଟିକ୍‌ ବୋତଲରେ ପାଣି ପିଇବା ଦ୍ୱାରା ଆମ ଶରୀରର କ’ଣ ସବୁ ହାନି ହୋଇଥାଏ।

ପ୍ରଥମତଃ ଏହି ପ୍ଲାଷ୍ଟିକ୍‌ ବୋତଲରେ କେମିକାଲ ଏବଂ ବ୍ୟାକ୍ଟେରିଆ ଉପାଦାନ ଭରି ରହିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ। ସେହିପରି ପ୍ଲାଷ୍ଟିକ୍‌ରୁ ଫ୍ଲୋରାଇଡ୍‌, ଆର୍ସେନିକ୍‌, ଆଲୁମିନିୟମ ଭଳି ପଦାର୍ଥ  ନିର୍ଗତ ହୋଇଥାଏ ।  ଯାହା ମଣିଷ ଶରୀର ପାଇଁ ଅତ୍ୟନ୍ତ ବିଷାକ୍ତଜନକ।  ତେଣୁ ପ୍ଲାଷ୍ଟିକ୍‌ ବୋତଲରେ ପାଣି ପିଇବା ଅର୍ଥ ଆପଣ ନିଜ ଶରୀରକୁ ସ୍ଲୋ ପଏଜନ୍‌ ପହଞ୍ଚାଉଛନ୍ତି।

ସେହିପରି ଅତି ଗରମ ବାତାବରଣରେ ପ୍ଲାଷ୍ଟିକ୍‌ ଦ୍ରୁତ ବେଗରେ ନହେଲେବି ଅତି କ୍ଷ୍ୟୁଦ୍ର ଆକାରରେ  ତରିଳିଥାଏ। ଯେତେବେଳେ ଆମେ ବୋତଲକୁ କାର୍‌ କିମ୍ବା ବାଇକ୍‌ରେ ରଖୁ ଏହା ସିଧାସଳଖ ସୂର୍ଯ୍ୟଙ୍କ ଉତ୍ତପ୍ତ କିରଣରେ ସଂସ୍ପର୍ଷରେ ଆସିଥାଏ। ଫଳରେ ପ୍ଲାଷ୍ଟିକ୍‌ରୁ ଡାଇଅକ୍ସିନ୍‌ ନିର୍ଗତ ହୋଇଥାଏ। ଆଉ ଏହି ଡାଇଅକ୍ସିନ୍‌ ସଂଯୁକ୍ତ ପାଣି ଦେହ ପାଇଁ ସବୁଠୁ ହାନିକାରକ।

ଯାହାର ପରିଣାମ ସୂରୁପ ସ୍ତନ କର୍କଟ ହେବାର ଆଶଙ୍କା ଥାଏ। । ପ୍ଲାଷ୍ଟିକ୍‌ରେ ମିଶ୍ରଣ ରହୁଥିବା ବାଇଫିନାଇଲ୍‌ କେମିକାଲ ଡାଇବେଟିସ୍‌, ଫର୍ଟିଲିଟି ଆଦି ରୋଗର କାରଣ ହୋଇଥାଏ। ତେଣୁ ଯେତେ ସମ୍ଭବ ପ୍ଲାଷ୍ଟିକ୍‌ ବୋତଲକୁ ଦୂରେଇ ରଖନ୍ତୁ।  ସେହିପରି ପ୍ଲାଷ୍ଟିକ୍‌ ଯୋଗୁ ଲିଭର କ୍ୟାନ୍ସର ହେବାର ଆଶଙ୍କା ଅଧିକ ରହିଛି। ଖାଲି ସେତିକି ନୁହଁ ପ୍ଲାଷ୍ଟିକ୍‌ ପାତ୍ରରେ ଯଦି ଆପଣ ଖାଦ୍ୟ ଖାଉଛନ୍ତି ତେବେ ଶୁକ୍ରାଣୁ ହ୍ରାସ ହେବାର ଆଶଙ୍କା ରହିଛି। ସେହିପରି ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ  ମଧ୍ୟ ଦୁର୍ବଳ କରିଦିଏ ପ୍ଲାଷ୍ଟିକ୍‌।

ସୌଜନ୍ୟ: ଆଜତକ୍‌



from Odisha Reporter https://ift.tt/2ClN0iY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages