
ନୂଆଦିଲ୍ଲୀ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବାକୁ ଥିବା ୫ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଅକ୍ଟୋବର ୨୧ ତାରିଖରୁ ଆରମ୍ଭ ହେବ। ଏହି ସିରିଜ୍ର ପ୍ରଥମ ଦୁଇଟି ମ୍ୟାଚ୍ ଖେଳିବାର ପରେ ଦିନିକିଆ ମ୍ୟାଚ୍ରେ ଭାରତୀୟ ଦଳ ଏକ ରେକର୍ଡ ସୃଷ୍ଟି କରିବ। ଦଳ ୯୫୦ଟି ଦିନିକିଆ ମ୍ୟାଚ୍ ଖେଳିବାର ରେକର୍ଡ ସୃଷ୍ଟି କରିବ।
ଭାରତ ବ୍ୟତୀତ ଅଷ୍ଟ୍ରେଲିଆ ହେଉଛି ଦ୍ୱିତୀୟ ଦେଶ ଯିଏ ୯୦୦ଟି ଦିନିକିଆ ମ୍ୟାଚ୍ ଖେଳି ସାରିଛି। ଅଷ୍ଟ୍ରେଲିଆ ଏଯାବତ୍ ୯୧୬ଟି ଦିନିକିଆ ମ୍ୟାଚ୍ ଖେଳିଛି।
ଅନ୍ୟପକ୍ଷରେ ଭାରତର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ୯୦୦ଟି ଦିନିକିଆ ମ୍ୟାଚ୍ରୁ ଆଉ ଗୋଟିଏ ପାଦ ଦୂରରେ ଅଛି। ଦଳ ଏଯାବତ୍ ୮୯୯ଟି ମ୍ୟାଚ୍ ଖେଳିଛି।
୧୯୭୪ ମସିହାରେ ଭାରତ ଦିନିକିଆ କ୍ରିକେଟ୍ରେ ପାଦ ଥାପି ଥିଲା। ବର୍ତ୍ତମାନ ଭାରତ ଗସ୍ତରେ ଥିବା ୱେଷ୍ଟଇଣ୍ଡିଜ୍ ୧୯୭୩ ମସିହାରୁ ଦିନିକିଆ କ୍ରିକେଟ୍ ଖେଳୁଛି। ୱେଷ୍ଟଇଣ୍ଡିଜ୍ ବର୍ତ୍ତମାନ ସୁଦ୍ଧା ଏହି ଫର୍ମାଟ୍ରେ ୭୧୮ଟି ମ୍ୟାଚ୍ ଖେଳିଛି।
ଭାରତ ୯୪୮ଟି ଦିନିକିଆ ମ୍ୟାଚ୍ରୁ ୪୮୯ଟିରେ ଜିତିଛି ୪୧୧ଟିରେ ହାରିଛି। ୮ଟି ମ୍ୟାଚ୍ ‘ଟାଇ’ରେ ସମାପ୍ତ ହୋଇଛି ଓ ୪୦ଟିର ଫଳାଫଳ ବାହାରି ପାରି ନଥିଲା।
ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ୧୨୧ଟି ୱାନ୍ଡେ’ ଖେଳିଛି। ଏଥିରୁ ୫୬ଟିରେ ଜିତିଥିବା ବେଳେ ୬୧ଟିରେ ହାରିଛି। ଗୋଟିଏ ମ୍ୟାଚ୍ ‘ଟାଇ’ ରହିଥିଲା ଓ ତିନିଟି ଫଳାଫଳ ବାହରି ନଥିଲା।
ତଥ୍ୟ ସୌଜନ୍ୟ- ଦୈନିକ ଭାସ୍କର
from Odisha Reporter https://ift.tt/2OxBgS5
No comments:
Post a Comment