ବଦଳିବ ସଲ୍‌ମାନ୍‌ଙ୍କ ଚେହେରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

ବଦଳିବ ସଲ୍‌ମାନ୍‌ଙ୍କ ଚେହେରା

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲ୍‌ମାନ୍‌ ଖାନ୍‌ ଏବେ ତାଙ୍କ ଆଗାମୀ ଫିଲ୍ମ ‘ଭାରତ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଫ୍ୟାନ୍‌ମାନେ ତାଙ୍କର ଏହି ମଲ୍‌ଟି ଷ୍ଟାର୍‌ର ଫିଲ୍ମ ଦେଖିବାକୁ ଚାତକ ଭଳି ଚାହିଁ ବସିଛନ୍ତି। ଫିଲ୍ମ ଘୋଷଣା କରିବା ପରଠାରୁ ସଲ୍‌ମାନ୍‌ ଏହି ଫିଲ୍ମକୁ ସଫଳ କରିବାକୁ ଲାଗି ପଡ଼ିଛନ୍ତି। ଆଉ ଏଥିପାଇଁ କଠିନ ପରିଶ୍ରମ ବି କରୁଛନ୍ତି।

ଆଉଏଥିରେ ଏକ ନୂଆ ଅବତାରରେ ଆସିବେ ସଲମାନ୍‌। ଦର୍ଶକମାନେ ତାଙ୍କ ଫିଲ୍ମର ଝଲକ ପାଇବାକୁ ଚାହିଁ ବସିଛନ୍ତି। ପୂର୍ବରୁ ଏହି ଫିଲ୍ମର କ୍ୟାଟ୍ରିନାଙ୍କ ଲୁକ୍ ଲିକ୍‌ ହୋଇଥିବା ବେଳେ ଏବେ ସଲ୍‌ମାନ୍‌ଙ୍କ ଲୁକ୍‌ ବି ଲିକ୍‌ ହୋଇଛି। ଆଉ ଏବେ ତାଙ୍କ ଲୁକ୍‌ ଇଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ୍‌ ହେଉଛି। ଭାଇରାଲ୍‌ ହୋଇଥିବା ଫଟୋରେ ସଲମାନ୍‌ ଭିନ୍ନ ଭିନ୍ନ ଅବତାରରେ  ନଜର ଆସୁଛନ୍ତି।

ତେବେ ସଲ୍‌ମାନ୍‌ଙ୍କ ଏହି ଲୁକ୍‌ ଦେଖିବାପରେ ନିଶ୍ଚିତ ଭାବେ ଦର୍ଶକ ତାଙ୍କ ଅଭିନୟ କେମିତି ହୋଇଥିବ ତାହା ଦେଖିବା ପାଇଁ ଉତ୍ସାହ ବଢ଼ି ଯାଇଥିବ। ତେବେ ଏଥିପାଇଁ ଦର୍ଶକଙ୍କୁ ଫିଲ୍ମର ରିଲିଜ୍‌ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।



from Odisha Reporter https://ift.tt/2PEhbt3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages