
ନୂଆଦିଲ୍ଲୀ: ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାଣ ଫୁଟା ଉପରେ କଟକଣା ଲଗାଇଥିବା ଦେଶର ସର୍ବୋଚ୍ଚ ଅଦାଲତ ଆଜି ଏହି ନିୟମରେ କିଛିଟା ପରିବର୍ତ୍ତନ କରିଛନ୍ତି। କେବଳ ଦିଲ୍ଲୀ ଓ ଏହାର ପଡ଼ୋଶୀ ରାଜ୍ୟରେ ଦୀପାବଳି ଦିନ କମ୍ ଶବ୍ଦ ଓ କମ୍ ପ୍ରଦୂଷଣ ଯୁକ୍ତ ବାଣ ଫୁଟିବ।
ଅନ୍ୟ ରାଜ୍ୟଗୁଡ଼ିକରେ ଯଦି ଅଧିକ ଶବ୍ଦ ଯୁକ୍ତ କିମ୍ବା ପ୍ରଦୂଷଣ ଯୁକ୍ତ ବାଣ ରାୟ ପୂର୍ବରୁ ଷ୍ଟକ୍ ରଖାଯାଇଛି, ତା’ହେଲେ ବ୍ୟବସାୟୀମାନେ ଏହାକୁ ବିକ୍ରି କରିପାରିବେ। ସେହିଭଳି ଲୋକମାନେ ମଧ୍ୟ ଏହାକୁ ଦୀପାବଳିରେ ଫୁଟାଇ ପାରିବେ।
ସେହିପରି ସର୍ବୋଚ୍ଚ ଅଦାଲତ ଦେଶର ଦକ୍ଷିଣ ଭାଗର ରାଜ୍ୟ ଓ ପୁଡ଼ୁଚେରୀକୁ ଦୁଇ ଘଣ୍ଟା ପାଇଁ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି। ଏହି ରାଜ୍ୟଗୁଡ଼ିକରେ ପ୍ରଥମେ ସକାଳ ୪ଟାରୁ ୫ଟା ଓ ସନ୍ଧ୍ୟାରେ ୯ରୁ ୧୦ ପର୍ଯ୍ୟନ୍ତ ବାଣ ଫୁଟାଇ ପାରିବେ।
ଜଷ୍ଟିସ୍ ଏକେ ସିକ୍ରି ଓ ଜଷ୍ଟିସ୍ ଅଶୋକ ଭୂଷଣ ପୂର୍ବ ରାୟରେ କିଛି ପରିବର୍ତ୍ତନ କରିଥିଲେ ହେଁ ଅନ୍ଲାଇନ୍ ବାଣ ବିକ୍ରି ଉପରେ କଟକଣା ପୂର୍ବଭଳି ବଳବତ୍ତର ରହିଛି।
ସେହିପରି ଦୀପାବଳି ଦିନ ଲୋକମାନେ ସନ୍ଧ୍ୟା ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇ ପାରିବେ ବୋଲି କହିଛନ୍ତି।
from Odisha Reporter https://ift.tt/2Q8pYQR
No comments:
Post a Comment